Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର ହୋଇଛନ୍ତି। ଭାଙ୍ଗିରୁଜି ଯାଇଥିବା ଷ୍ଟାଡିୟମର ଫ୍ଲଡଲାଇଟ୍‌ ଗୁଡ଼ିକ ମରାମତି ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ଫ୍ଲଡଲାଇଟ୍‌ ବଲ୍‌ବ ପହଞ୍ଚିଛି। ଅନ୍ୟପକ୍ଷରେ ଗ୍ୟାଲେରୀ ନଂ-୭ର ମରାମତି କରିବାକୁ ଏକ ସରକାରୀ ଏଜେନ୍ସି ମଙ୍ଗଳବାର ଅନୁଧ୍ୟାନ କରି ଫେରିଛି। ଗୁରୁବାର ଆଉ ଏକ ଏକ ସରକାରୀ ଏଜେନ୍ସି ଏହି ଗ୍ୟାଲେରୀ ଅନୁଧ୍ୟାନ କରିବାକୁ ଆସିବ ବୋଲି ଜଣାପଡ଼ିଛି। ଏଣୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ଆଶା ଦୃଢ଼ୀଭୂତ ହୋଇଛି।
ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ ରାଜ୍ୟର ଏହି ଅନ୍ତର୍ଜାତୀୟ ଷ୍ଟାଡିୟମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ମାସରେ ଏହି କ୍ଷୟକ୍ଷତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ମରାମତି କାମ ଆଗେଇ ପାରି ନ ଥିଲା। ଝଡ଼ ପ୍ରଭାବରେ ଷ୍ଟାଡିମୟର ୮ଟି ଯାକ ଫ୍ଲଡଲାଇଟ୍‌ ଖୁଣ୍ଟର ବଲବ୍‌ ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା। ପ୍ରତ୍ୟେକ ଖୁଣ୍ଟରେ ୪୮ଟି ଲେଖାଏ ବଲ୍‌ବ ଥିବା ବେଳେ ୭ନଂ ଖୁଣ୍ଟ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାଛଡ଼ା କର୍ପୋରେଟ ବକ୍ସ, ମିଡ଼ିଆ ଗ୍ୟାଲେରୀ, ଗ୍ୟାଲେରୀ ନଂ-୭ ଓ ୫ ମଧ୍ୟ ଏହି କ୍ଷୟକ୍ଷତିରେ ଯୋଡ଼ି ହୋଇଥିଲା । ପୂର୍ବତନ କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ କମ୍ପାନୀ ଦେବ ମସ୍କୋ ଫ୍ଲଡ ଲାଇଟ ମରାମତି କରିବାକୁ ରାଜି ହେବା ସହ ୨ଥର ଆସି କ୍ଷୟକ୍ଷତି ଆକଳନ କରି ଫେରିଛି । ଏବେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଫ୍ଲଡଲାଇଟ ଆସିଛି। କିଛି କର୍ମଚାରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ଲଡଲାଇଟ ମରାମତି ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଦେବ ମସ୍କୋର ଟେକ୍ନିକାଲ ଅଧିକାରୀମାନେ ବାରବାଟୀରେ ପହଞ୍ଚିବେ। ଅତିବେଶୀରେ ଆଉ ୨୦ଦିନରେ ଷ୍ଟାଡିୟମର ଫ୍ଲଡଲାଇଟ ସମସ୍ୟା ଦୂର ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଏତଦବ୍ୟତୀତ ଗ୍ୟାଲେରି ନଂ-୭ର ଅବସ୍ଥା ବିପଦଜ୍ଜନକ ରହିଛି। କିଛି ଦିନ ବ୍ୟବଧାନରେ ଏହି ଗ୍ୟାଲେରିରୁ ପ୍ଲାଷ୍ଟର ଖଣ୍ଡ ଖସୁଛି। ଯାହା ଫଳରେ ଏହି ଗ୍ୟାଲେରିକୁ ଏବେ ଜାଲ ଘେରରେ ରଖାଯାଇଛି। ମଙ୍ଗଳବାର ଏକ ସରକାରୀ ଏଜେନ୍ସି ମରାମତି କରିବା ନିମନ୍ତେ ଅନୁଧ୍ୟାନ କରିବାକୁ ଆସିଥିଲା। ଆକଳନ ଶେଷ କରି ଏହି ଏଜେନ୍ସି ଫେରିଛି । ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବ ବୋଲି ଆଶା କରାଯାଉଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ସମ୍ପର୍କରେ କୁହନ୍ତି, ସମସ୍ତ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଆମେ ପ୍ରସ୍ତୁତ ହେଉଛୁ। କେବଳ ଅର୍ଥ ସମସ୍ୟା ସାମ୍ନାରେ ରହୁଛି। ତଥାପି ଅର୍ନ୍ତଜାତୀୟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ସମସ୍ତ ସମସ୍ୟା ଦୂର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri