ଅନ୍ତଃନଳୀରେ ଘା, ଅପରେଶନ ପାଇଁ ଟଙ୍କା ନାହିଁ

ଜୁନାଗଡ଼,୧୩ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ(୪୨)। ବହୁଦିନ ହେବ ସେ ବିଛଣାରେ ପଡି ରହିଛନ୍ତି ା ଅନ୍ତଃନଳୀରେ ଘା ଯୋଗୁ ସେ ଉଠିବସି ପାରୁ ନାହାନ୍ତି। କେବଳ ଦିନରାତି ଶୋଇବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଚାରା ନାହିଁ ା ଅସ୍ତ୍ରୋପଚାର କଲେ ସେ ଆରୋଗ୍ୟ ହେବେ ବୋଲି ଡାକ୍ତର କହିଛନ୍ତି। ହେଲେ ଅର୍ଥାଭାବରୁ ଅସ୍ତ୍ରୋପଚାର ହୋଇ ପାରୁନାହିଁ। ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ କିମ୍ବା ସରକାରୀ ସହାୟତାକୁ ସେମାନେ ଅପେକ୍ଷା କରିଛନ୍ତି ା
ଦିନଥିଲା ରଘୁମଣି ଜୁନାଗଡ ସହରରେ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ। ଦିନେ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ହେଲା ା ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ପରେ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ କଟକର ଏକ ଘରୋଇ ହସ୍ପିିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପରୀକ୍ଷା ପରେ ରଘୁମଣିଙ୍କ ଅନ୍ତଃନଳୀରେ ଘା ହୋଇଥିବା ଜଣାପଡିଥିଲା। ଅସ୍ତ୍ରୋପଚାର କଲେ ତାହା ଭଲ ହୋଇଯିବ ବୋଲି ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ହେଲେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଟଙ୍କା ନ ଥିବାରୁ ପରିବାର ଲୋକେ ରଘୁମଣିଙ୍କୁ ଧରି ଘରକୁ ଫେରି ଆସିଥିଲେ। ଏଥିପୂର୍ବରୁ ରଘୁମଣିଙ୍କ ଚିକିତ୍ସା ଓ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ଭାଗରେ ପଡିଥିବା ଜମିକୁ ପରିବାର ଲୋକେ ବିକ୍ରି କରିଦେଇଥିଲେ। ଏବେ ପରିବାର ଲୋକଙ୍କ ପାଖରେ କିଛି ବି ନାହିଁ, ଯାହାକୁ ବିକ୍ରିବଟା କରି ଚିକିତ୍ସା ଖର୍ଚ୍ଚ ଉଠାଇବେ। ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରଘୁମଣି । ସେ ଅସୁସ୍ଥ ହେବା ପରେ ଘର ଚଳିବା କଷ୍ଟକର ହୋଇପଡିଛି। ଆବାସ ଯୋଜନାରେ ରଘୁମଣିଙ୍କୁ ମିଳିଛି ଏକ ପକ୍କା ଘର। ପଞ୍ଚାୟତ ତରଫରୁ ମିଳୁଛି ମାସିକ ମାତ୍ର ୨୫କେଜି ଚାଉଳ। ସ୍ତ୍ରୀ ଲକ୍ଷ୍ମୀ, ବଡ ଝିଅ ଡଲି, ପୁଅ ସୁରଜ ଓ ବୃଦ୍ଧା ମା’ ସୁବାସିନୀ ଏହି ପରିସ୍ଥିତିରେ କ’ଣ କରିବେ ଚିନ୍ତାରେ ପଡିଛନ୍ତି। ଏପଟେ ଚିକିତ୍ସା ଅଭାବରୁ ରଘୁମଣିଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ତାଙ୍କ ଚିକିତ୍ସା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି ତଥା ପ୍ରଶାସନ ସହାୟତା ଯୋଗାଇ ଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri