ଅନୁପ୍ରବେଶକାରୀଙ୍କୁ ସହଯୋଗ ଦେଇଛନ୍ତି ରାଜନେତା: ହଇରାଣ ହୋଇପାରନ୍ତି ମୂଳବାସିନ୍ଦା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିଲାଗି ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଏହି ନିୟମ ଆସାମରେ ଲାଗୁ କରି ସାରିଛନ୍ତି। ଆସାମର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ସେଥିରେ ୧୯ଲକ୍ଷ ୬ ହଜାର ୬୫୭ଜଣଙ୍କ ନାମ ନ ଥିଲା। ଏପରି କି ଉକ୍ତ ତାଲିକାରେ ସେନାରେ କାର୍ଯ୍ୟ କରୁଥିବା ବିମଳ ଚୌଧୁରୀଙ୍କ ନାମ ମଧ୍ୟ ବାଦ୍‌ ପଡିଥିଲା। ଅର୍ଥାତ୍‌ ଆବଶ୍ୟକ ଦସ୍ତାବିଜ୍‌ ଦେଖାଇ ନ ପାରିଲେ ମୂଳ ବାସିନ୍ଦାଙ୍କୁ ମଧ୍ୟ ହଇରାଣ ହେବାକୁ ପଡ଼ିଛି। ଶାହଙ୍କ ନୂଆ ସୂଚନା ଅନୁସାରେ ଆସାମ ପରେ ଯଦି ଓଡିଶାରେ ଏନ୍‌ଆରସି ଲାଗୁ କରିବା ପାଇଁ ସ୍ଥିର କରାଯାଏ ତେବେ କ’ଣ ସବୁ ସ୍ଥିତି ସୃଷ୍ଟି ହେବ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଲାଣି।
ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ ଲକ୍ଷ ଲକ୍ଷ ଅନୁପ୍ରବେଶକାରୀ ରହୁଛନ୍ତି। ଆଉ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଡୁଥିବା ଦସ୍ତାବିଜ୍‌ ମଧ୍ୟ ଏହି ଅନୁପ୍ରବେଶକାରୀମାନେ ଏକପ୍ରକାର ପ୍ରସ୍ତୁତ କରି ସାରିଥିବା ଜଣାପ଼ଡିଛି। ଏପରି କି ଏହି ଅନୁପ୍ରବେଶକାରୀଙ୍କୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜର ଭୋଟବ୍ୟାଙ୍କ ଭାବି ସେମାନଙ୍କ ଭୋଟର କାର୍ଡ କରାଇଦେବା ସହ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ଭାବେ ସ୍ଥାନ ଦେଇଛନ୍ତି। ଯାହାଦ୍ୱାରା ସେମାନେ ସରକାରଙ୍କ ବହୁ ଯୋଜନାର ଫାଇଦା ପାଇ ଆସୁଛନ୍ତି। ଅନ୍ୟପଟେ ଯଦି ଦେଖାଯାଏ ଏନ୍‌ଆରସି ପାଇଁ ଆବଶ୍ୟକ ଦସ୍ତାବିଜ ଅନୁପ୍ରବେଶକାରୀ ଉପସ୍ଥାପିତ କରି ନ ପାରନ୍ତି ତେବେ ବହୁ ଭାରତୀୟ ମଧ୍ୟ ଏହା ଦେଖାଇବାରେ ଅକ୍ଷମ ହେବେ। ସାଧାରଣତଃ ୧୯୭୧ ପୂର୍ବରୁ ଜମିଜମା ଦସ୍ତାବିଜର ପ୍ରମାଣ ପତ୍ର ଦେଖିବାକୁ ଗଲେ ଅଧିକାଂଶ ଲୋକଙ୍କ ନିକଟରେ ରହୁନାହିଁ। ପୁରାତନ ଜମିପଟ୍ଟା ରାଜସ୍ବ ବନ୍ଦୋବସ୍ତ ଯୋଗୁ ବଦଳୁଥିବାରୁ ତାହା ମଧ୍ୟ ଦେଖାଇ ହେବନାହିଁ। ସେହିପରି ନିକଟରେ ହୋଇଥିବା ଫନୀ ଏବଂ ପୂର୍ବରୁ ହୋଇଥିବା ବନ୍ୟା, ବାତ୍ୟା ଫଳରେ ବହୁ ଗ୍ରାମାଞ୍ଚଳର ଲୋକ ସେମାନଙ୍କ ଦଲିଲ୍‌ ହଜାଇ ଦେଇଛନ୍ତି। ତେଣୁ ଏହି ଗ୍ରାମବାସୀ ନିଜ ଜାତୀୟତାର ପ୍ରମାଣ ଦେବା ପାଇଁ ହଇରାଣ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତର କଜଳପାତିଆ ଗ୍ରାମର ପ୍ରଫୁଲ୍ଲ ମଣ୍ଡଳ କହିଛନ୍ତି, ପାକିସ୍ତାନରୁ ତାଙ୍କ ବାପା ଆସିଥିଲେ। ୧୯୮୫ରୁ ୧୯୯୦ ମଧ୍ୟରେ ସେ ଓଡ଼ିଶା ଆସିଛନ୍ତି। ଏହାପରେ ସେ ଭୋଟର କାର୍ଡ ପାଇଥିଲେ। ଏପରି କି ସରକାରୀ ଯୋଜନା ତଥା ରାଶନ କାର୍ଡରେ ଚାଉଳ, କିରୋସିନ ସାଙ୍ଗକୁ ଭତ୍ତା ମଧ୍ୟ ନେଉଥିଲେ। ମାତ୍ର କିଛିଦିନ ହେବ ତାଙ୍କ ଭୋଟର କାର୍ଡ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ରାଜ୍ୟରେ ଏନ୍‌ଆରସି ଲାଗୁ କରାଯାଏ ତେବେ ସେମାନେ କ’ଣ କରିବେ ନିଷ୍ପତ୍ତି ନେଇ ନ ଥିବା କହିଛନ୍ତି। ସେହିପରି କଜଳପାତିଆ ଗ୍ରାମର ନରେଶ ମଣ୍ଡଳ ମଧ୍ୟ ସମାନ କଥା କହିଛନ୍ତି। ସେ ପୂର୍ବରୁ ଭୋଟର କାର୍ଡ ପାଇଥିବା ବେଳେ ଏବେ ତାକୁ କାଟି ଦିଆଯାଇଛି। ସେହିପରି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଭାସ୍କର ବେରା କହିଛନ୍ତି, ୬୫ ବର୍ଷ ତଳେ ତାଙ୍କ ବାପା ଭାଗଚାଷୀ ଭାବେ ଓଡିଶାକୁ ଆସିଥିଲେ। ଏଠାରେ ସେ ଜମିବାଡି କିଣି ସ୍ଥାୟୀ ବାସିନ୍ଦା ହୋଇସାରିଛନ୍ତି। ଏଠାରେ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନରେ ମଧ୍ୟ ଭୋଟ ଦେଇଛନ୍ତି। ସରକାରଙ୍କ ସବୁ ଯୋଜନାର ସୁବିଧା ପାଉଛନ୍ତି। ତେଣୁ ଯଦି ରାଜ୍ୟରେ ଏନ୍‌ଆରସି ଲାଗୁ କରାଯାଏ ତେବେ କିଛି ଫରକ ପଡିବ ନାହିଁ ବୋଲି ଭାସ୍କର କହିଛନ୍ତି।
ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏନ୍‌ଆରସି ଲାଗୁ ହେଲେ ବିଦେଶୀ ଅନପ୍ରବେଶୀ ଯେଉଁମାନେ ରାଜ୍ୟରେ ରହିଛନ୍ତି ସେମାନେ ଧରାପଡ଼ିଯିବେ। ପୋଲିସ ଏଥିପାଇଁ ସହଯୋଗ ଯୋଗାଇ ଦେବାକୁ ଏକପ୍ରକାର ଚେଷ୍ଟା ଚଳାଇଛି। ସେ ଏସ୍‌ଆର୍‌ସି ଥିବାବେଳେ କେନ୍ଦ୍ରାପଡ଼ା ଜିଲାର ଦୁଇଜଣ ବରିଷ୍ଠ ନେତା ସେତେବେଳେ ସେହି ବିଦେଶୀଙ୍କୁ ଭୋଟର କାର୍ଡ କରାଇବା ସହିତ ରାଜ୍ୟ ସରକାରଙ୍କ ପାଣ୍ଠିରୁ ସେମାନଙ୍କୁ ଟଙ୍କା ଦେଇଥିଲେ। ସେମାନଙ୍କୁ ଏହି ରାଜନେତାମାନେ ହିଁ ପ୍ରଶ୍ରୟ ଦେଇଛନ୍ତି। ଏବେ ଯଦି ଏନ୍‌ଆର୍‌ସି ରାଜ୍ୟରେ ଲାଗୁ କରାଯାଏ ତେବେ ସେହିଭଳି ଅନୁପ୍ରବେଶକାରୀଙ୍କ ସହିତ କେତେଜଣ ଭଲ ଲୋକ ଯେଉଁମାନେ କାଗଜ ଠିକ୍‌ ରଖିନାହାନ୍ତି ସେମାନେ ମଧ୍ୟ ହଇରାଣ ହୋଇଯିବେ ବୋଲି ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri