ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ମଙ୍ଗଳବାର ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି। ସେଥିପାଇଁ ଉଭୟଙ୍କୁ ରାୟଗଡ଼ ଜେଲରୁ ଦିନ ପ୍ରାୟ ୧୧ଟା ୩୦ରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଅଣାଯାଇଥିଲା। ସେମାନଙ୍କୁ ଅପରାହ୍ନ ୪ଟା ୩୦ରେ କୋର୍ଟରେ ହାଜର କରାଯାଇଥିଲା। ହେଲେ ପୋଲିସ ଆବେଦନ କରିବା ବେଳେ କୋର୍ଟରେ ଉପଯୁକ୍ତ କାଗଜପତ୍ର ଦେଇ ପାରି ନ ଥିବାରୁ କୋର୍ଟ ଦିନକ ପାଇଁ ରାୟ ସ୍ଥଗିତ ରଖିଛନ୍ତି। ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି, ପୋଲିସ ପକ୍ଷରୁ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା, ନାର୍କୋ ଓ ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ କରାଯାଇଛି। କୋର୍ଟ ମଙ୍ଗଳବାର ଆବେଦନ ଗ୍ରହଣ କରିଥିଲେ ମଧ୍ୟ ରାୟ ସ୍ଥଗିତ ରଖିଛନ୍ତି। ବୁଧବାର ରାୟ ପ୍ରକାଶ ପାଇବ।

ରାଜଧାନୀରେ ଅନୁପଙ୍କ ୩ ସାଙ୍ଗଙ୍କୁ ନୋଟିସ
କଳ୍ପନା ଏବଂ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ପଚରାଉଚରା କରୁଛି। ଅନୁପଙ୍କ କକା ପୁଅ ଭାଇ ନୃପଲାଲ ସାଏ, ପୁତୁରା ସଂଗ୍ରାମ ସାଏ ଓ କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କୁ ମଙ୍ଗଳବାର ଥାନାରେ ହାଜର ହେବାକୁ ଛତିଶଗଡ଼ ପୋଲିସ ନୋଟିସ କରିଥିଲା। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି, ଏହି ମାମଲାରେ ଅନୁପଙ୍କ କେତେକ ଅତି ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରାଯିବା ପାଇଁ ନୋଟିସ କରାଯାଇଛି। କେଉଁମାନଙ୍କୁ ନୋଟିସ ଜାରି କରାଯାଇଛି ସେନେଇ ତଦନ୍ତ ଚାଲିଥିବାରୁ କହିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।
ନାର୍କୋ, ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ
ଅନୁପ ସାଏ, ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଜେରା ବେଳେ କଥା ବଦଳାଉଛନ୍ତି। ଉଭୟ ପୋଲିସକୁ ଭିନ୍ନ କାହାଣୀ କହୁଛନ୍ତି। ତେଣୁ ଉଭୟଙ୍କ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଛି। ଏପରିକି ଅନୁପଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ମଧ୍ୟ ଆବେଦନ କରାଯାଇଛି। ଉଭୟ କଳ୍ପନା ଓ ବବ୍‌ଲିଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରିବା ପରେ ମୃତଦେହକୁ ଗାଡ଼ି ଚଢ଼ାଇ ପ୍ରମାଣ ନଷ୍ଟ ଲାଗି ଉଦ୍ୟମ କରାଯାଇଥିଲା। କିନ୍ତୁ ଏହି ହତ୍ୟାକାଣ୍ଡ ସମୟରେ ଅନ୍ୟ ଏକ ଗାଡ଼ି ସେଠାରେ ଉପସ୍ଥିତ ଥିଲା ବୋଲି ବର୍ଦ୍ଧନ ପୋଲିସକୁ କହିଛନ୍ତି। ତେଣୁ ତାଙ୍କୁ ଅଧିକ ପଚରାଉଚରା କରିବା ସହ ମୁହଁାମୁହିଁ ଜେରା କରାଯିବ। ଏହାପରେ କୋର୍ଟଙ୍କ ଅନୁମତି ପରେ ନାର୍କୋ ଟେଷ୍ଟ କରାଯିବ। ଏହା ହେଲେ ଅଭିଯୁକ୍ତ ମିଛ ଲୁଚାଇ ପାରିବେ ନାହିଁ।
କଳ୍ପନାଙ୍କ ସାମଗ୍ରୀ ପୋଡ଼ି ଦିଆଯାଇଥିଲା
କଳ୍ପନା ଓ ବବ୍‌ଲିଙ୍କୁ ହତ୍ୟା ପରେ ଅନୁପ ସାଧାରଣ ମଣିଷ ଭଳି ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଫ୍ଲାଟକୁ ଯିବା ଆସିବା କରୁଥିଲେ। କିଛିଦିନ ପରେ ଉକ୍ତ ଫ୍ଲାଟକୁ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲେ। ବିକ୍ରି କରିବା ପୂର୍ବରୁ କଳ୍ପନାଙ୍କ ବିଭିନ୍ନ ସାମଗ୍ରୀକୁ ଘର ପଛ ପଟେ ପୋଡ଼ି ଦେଇଥିବା ସୁନ୍ଦରପଦାରେ ରହୁଥିବା ଜଣେ ପଡ଼ୋଶୀ କହିଛନ୍ତି। ଏପରିକି ବର୍ତ୍ତମାନ ରହୁଥିବା ଘର ମାଲିକ କହିଛନ୍ତି ସେମାନେ ରହିବା ପୂର୍ବରୁ ଘର ପୂରା ଖାଲି ଥିଲା। କିଛି ବି ସାମଗ୍ରୀ ନ ଥିଲା। ଘର ରଙ୍ଗ ଦିଆଯିବା ପରେ ସେମାନେ ରହିଥିଲେ ବୋଲି ଘର ମାଲିକ ସୁରେଶ ଚନ୍ଦ୍ର ଦାଶ କହିଛନ୍ତି।
କେହି ହାଜର ହେଲେନି
ଛତିଶଗଡ଼ ପୋଲିସ ତରଫରୁ ମୃତକଙ୍କ ଭାଉଜ ରୀନା ଦାଶ, ଅନୁପଙ୍କ ବଡ଼ଭାଇ ପ୍ରମୋଦ ସାଏ ଓ ଅଭିଯୁକ୍ତଙ୍କ କାକା ପୁଅ ଭାଇ ନୃପଲାଲ ସାଏଙ୍କୁ ସୋମବାର ନୋଟିସ ଦିଆଯାଇଥିଲା। ପ୍ରମୋଦ ସାଏ ଘରେ ନ ଥିବାରୁ ତାଙ୍କ ପୁଅ ସଂଗ୍ରାମ ସାଏ ପୋଲିସଠାରୁ ନୋଟିସ ଗ୍ରହଣ କରିବା ସହିତ ତଦନ୍ତରେ ସହାୟତା କରିବା ପାଇଁ ଛତିଶଗଡ଼ ପୋଲିସକୁ କହିଥିଲେ। ସେହିପରି ରୀନା ଦାଶ ଏକୁଟିଆ ମହିଳା ହୋଇଥିବାରୁ କାହା ସହ ଯିବେ ବୋଲି ପୋଲିସକୁ କହିଥିଲେ। ସେହିପରି ନୃପଲାଲ ସାଏ ଘରେ ନ ଥିବାରୁ ତାଙ୍କ ବାପାଙ୍କୁ ପୋଲିସ ନୋଟିସ ଦେଇଥିଲା। ମଙ୍ଗଳବାର କେହି ହେଲେ ପୋଲିସକୁ ଦେଖା କରିବାକୁ ନ ଯାଇ ଫୋନ୍‌ରେ କଥା ହୋଇଛନ୍ତି। ନିଜ ସୁବିଧାରେ ଆସି ଦେଖା କରିବାକୁ ପୋଲିସ କହିଛି।
ବୋଲେରୋ ମାଲିକ ଥାନାରେ ହାଜର
ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ (ନଂ. ଓଆର୍‌ ୦୨ ଏୱାଇ- ୮୫୯୬) ର ମାଲିକ ଲୋଇସିଂ ପଞ୍ଚାୟତର ବାରଖଣ୍ଡିଆ ଗ୍ରାମର ସୁନୀଲ ସାଏ ଚକ୍ରଧରନଗର ଥାନାରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡରେ ଉକ୍ତ ବୋଲେରୋର ସଂପୃକ୍ତି ରହିଥିବା ଛତିଶଗଡ଼ ପୋଲିସ କହୁଛି। ୨୦୧୪ ନିର୍ବାଚନରେ ସତ୍ୟପାଠରେ ଦାଖଲ କରାଯାଇଥିବା ଉକ୍ତ ବୋଲେରୋ ୨୦୧୫ ମସିହାରେ ଅନୁପଙ୍କଠାରୁ ସୁନୀଲ କିଣିଥିଲେ। ପରେ ଭୁବନେଶ୍ୱର ଆର୍‌ଟିଓ କ୍ଲିୟରାନ୍ସ ଦେଇଛି। ବର୍ତ୍ତମାନ ଉକ୍ତ ବୋଲେରୋ ଗୁଜରାଟର ଆଲମପୁର ଅଞ୍ଚଳରେ ଚାଲୁଛି। ବୋଲେରୋ ଠାବ କରିବା ପରେ ଛତିଶଗଡ଼ ପୋଲିସ ଆଣିବାକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri