ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ

ଭୁବନେଶ୍ୱର, ୮ା୮(ବ୍ୟୁରୋ): କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଫଳରେ କଶ୍ମୀରବାସୀଙ୍କୁ ଆତ୍ମନିର୍ଣ୍ଣୟର ଅଧିକାରରୁ ବଞ୍ଚତ୍ତ କରିଛନ୍ତି। ଏ ନେଇ ସିପିଆଇ (ଏମ୍‌-ଏଲ୍‌) ରେଡ୍‌ଷ୍ଟାର ସମେତ ବିଭିନ୍ନ ଗଣତାନ୍ତ୍ରିକ ମାନବିକ ଅଧିକାର ସଙ୍ଗଠନ ପକ୍ଷରୁ ବୁଧବାର ମାଷ୍ଟରକ୍ୟାଣ୍ଟିନଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ୮୭ ବିଧାନସଭା ଓ ୬ ଲୋକସଭା ଅଞ୍ଚଳର ଦେଢ଼ କୋଟି ଜାମ୍ମୁ-କଶ୍ମୀରବାସୀ ଆଜି ବନ୍ଦୀ ଓ ନିଜ ନିଜ ଭିତରେ ଏବଂ ସମଗ୍ର ଦେଶଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି।
ପୂର୍ବରୁ କଶ୍ମୀରରେ ଲକ୍ଷ ଲକ୍ଷ ସଶସ୍ତ୍ର ସେନା ମୁତୟନ କରାଯାଇଥିବା ବେଳେ, ଗତ ସପ୍ତାହରେ ଅତିରିକ୍ତ ୪୮ ହଜାର ସେନା ପଠାଯାଇଛି। ମୋବାଇଲ, ଇଣ୍ଟରନେଟ, ଲ୍ୟାଣ୍ଡ ଫୋନ, କେବୁଲ କନେକ୍ସନ ବନ୍ଦ କରି ଦିଆଯାଇଥିବା ବେଳେ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି। ଏପରିକି ଡାକ୍ତରଖାନାଠାରୁ ଆରମ୍ଭ କରି ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ କରି ଦିଆଯାଇଛି। ସମଗ୍ର କଶ୍ମୀରବାସୀଙ୍କୁ ଅନ୍ଧକାରରେ ରଖି ସେମାନଙ୍କର ଇଚ୍ଛାକୁ ସମ୍ମାନ ନ ଦେଇ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଓ ସମଗ୍ର ଦେଶରେ କଶ୍ମୀରବାସୀଙ୍କ ବିରୋଧରେ ଏକ ଯୁଦ୍ଧ ବିରୋଧୀ ଉନ୍ମାଦନା ସୃଷ୍ଟି କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦୀକାରୀମାନେ ପ୍ରକାଶ କରିଛନ୍ତି। ବିକ୍ଷୋଭରେ ସିପିଆଇ(ଏମ୍‌-ଏଲ୍‌) ରେଡ୍‌ ଷ୍ଟାର ରାଜ୍ୟ ସମ୍ପାଦକ ଶିବରାମ, ଗଣ ଆନ୍ଦୋଳନର ନେତା ନରେନ୍ଦ୍ର ମହାନ୍ତି, ମାନସ ପଟ୍ଟନାୟକ, ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ, ଦେବ ରଞ୍ଜନ, ଶ୍ରୀମନ୍ତ ମହାନ୍ତି, ବିପ୍ଳବୀ କବି ଲେନିନ୍‌, ଲୋହିଆ ଏକାଡ଼େମୀ ପକ୍ଷରୁ ଦେବ ପ୍ରସାଦ ରାୟ, ପ୍ରଦୀପ ସାହୁ ଆଦି ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଇନ୍‌ସାଫ, ସିଏସ୍‌ଡ଼ି, ବସ୍ତି ସୁରକ୍ଷା ମଞ୍ଚ, ଟିୟୁସିଆଇ ଆଦି ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri