ଅନୁଗୋଳରେ ମାତିଛନ୍ତି ଲୁଟେରା: ସଫେଇ ଆଳରେ ଲୁଟୁଛନ୍ତି ସୁନା

ଅନୁଗୋଳ ଅଫିସ, ୨୧।୨ – ସୁନା ସଫା କରିଦେବା ଆଳରେ ଲୋକଙ୍କଠାରୁ ସୁନା ଲୁଟୁଥିବା ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଥିବା ବିଭିନ୍ନ ଆଡ଼ୁ ଅଭିଯୋଗ ବଢ଼ିବାରେ ଲାଗିଛି। ତେବେ ଲୁଟ୍‌ ହୋଇଥିବା ସୁନା ଫେରି ପାଇବାର ଆଶା ନ ଥିବାରୁ ଏ ନେଇ କ୍ଷତିଗ୍ରସ୍ତମାନେ ଥାନାରେ ଅଭିଯୋଗ କରିବାକୁ ଉଚିତ ମଣୁ ନ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ସହରର ବିଭିନ୍ନ ଗଳିକନ୍ଦିରେ ଏବେ ସୁନା ସଫେଇବାଲାଙ୍କୁ ଦେଖିବାକୁ ମିଳୁଛି। ସେମାନେ ଘର ଘର ବୁଲି କମ୍‌ ପଇସାରେ ଲୋକଙ୍କୁ ସୁନା ସଫେଇ କରିଦେବାକୁ କହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ସଫେଇ ନଁାରେ କୌଶଳକ୍ରମେ ସୁନା ଅଳଙ୍କାର ଲୁଟି ନେଉଥିବା ଅଭିଯୋଗ ହେଉଛି। ଗତବର୍ଷ ଏପରି ଏକ ଲୁଟେରା ଗ୍ୟାଙ୍ଗ ସହରକୁ ଆସିଥିବା ଖବର ପାଇବା ପରେ ପୋଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ହେଲେ ଚଳିତବର୍ଷ ଏପରି ଗ୍ୟାଙ୍ଗ ସମ୍ପର୍କରେ ଏଯାଏ ପୋଲିସ ନିକଟରେ ସୂଚନା ନାହିଁ। ଏପରି କି ଠକେଇ ହୋଇଥିବା ଲୋକେ ମଧ୍ୟ ଏ ନେଇ ଥାନାରେ ଅଭିଯୋଗ କରିନାହାନ୍ତି। ନିକଟରେ ହାତୀଶାଳପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଏପରି ଠକେଇର ଶିକାର ହୋଇଥିଲେ ବି ଥାନାରେ ଏତଲା ଦେଇ ନ ଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏପରି ଲୁଟେରା ଗ୍ୟାଙ୍ଗ ଅନୁଗୋଳକୁ ଆସିଥିଲେ। ଏମାନଙ୍କୁ ସହରରୁ ତଡ଼ା ଯାଇଥିଲା। ସେମାନେ ସୁନା ସଫା କରିବା ପାଇଁ ଆଣୁଥିବା ପାଣି ଓ କେମିକାଲ୍‌ରେ ସଫା କରିବା ସମୟରେ ସୁନା ଲୁଟ୍‌ କରିଥାନ୍ତି। ଏହି ଲୁଟେରା ଗ୍ୟାଙ୍ଗ ବେଶ୍‌ ସତର୍କତାର ସହ କାର୍ଯ୍ୟ କରୁଥିବାରୁ ଏମାନଙ୍କୁ ସାଧାରଣ ଲୋକେ ଚିହ୍ନିବା କଷ୍ଟକର। ତେଣୁ ଘର ଘର ବୁଲି ସୁନା ସଫା କରିବାକୁ କହୁଥିବା ବ୍ୟକ୍ତିଙ୍କ ନିକଟରେ ସୁନା ସଫା ନ କରାଇବାକୁ ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଆମ୍ବ ବିକ୍ରୟ ସଙ୍କଟ ପାଇଁ ଅନିଶ୍ଚିତତାରେ ଚାଷୀ: ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନା କରିବାକୁ…

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାରେ ଆମ୍ବ ବିକ୍ରୟ ସମସ୍ୟାକୁ କେନ୍ଦ୍ର ସରକାର ସ୍ବୀକାର କରିଥିଲେ ମଧ୍ୟ ଦାୟିତ୍ୱ ଗ୍ରହଣରୁ ଏଡାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ, ବିଧାୟକ ସିଦ୍ଧାର୍ଥ ମହାପାତ୍ର ଯୋଗ ଦେଇ କହିଲେ…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ: ପଦ୍ମଶ୍ରୀ ପାଇଁ ମନୋନୀତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ…

ଭୀଷ୍ମଗିରି ରାମଜୀ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ: ୭୬ ମେଧାବୀଙ୍କୁ ମେଧାବୃତ୍ତି ପ୍ରଦାନ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri