ଅନୁଗୋଳରେ ଧୁମ୍‌ଧାମରେ ହେଲା ଭସାଣି: ଆତସବାଜିରେ ଆକାଶ ଆଲୋକିତ

ଅନୁଗୋଳ ଅଫିସ, ୨୪ା୧୦: ଅନୁଗୋଳ ସହରରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ମଙ୍ଗଳବାର ଶେଷ ହୋଇଥିବା ବେଳେ ବୁଧବାର ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମେଲଣ ଉତ୍ସବକୁ ସେଣ୍ଟ୍ରାଲ ପୂଜା କମିଟି ସଦସ୍ୟ ଓ ଏସ୍‌ଡିପିଓ ଅଶ୍ୱିନୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଥାନା ଛକକୁ ବିଭିନ୍ନ ମଣ୍ଡପରୁ ମେଢ଼ ଶୋଭାଯାତ୍ରାରେ ଆସି ମେଲଣରେ ସାମିଲ ହୋଇଥିଲେ। ପରେ ଧୁମ୍‌ଧାମରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ନୃତ୍ୟଦଳ, ବ୍ରାସପାର୍ଟି ଶବ୍ଦରେ ସହର ଦୁଲୁକି ଉଠିଥିଲା। ସେହିପରି ହୁଲୁରିସିଂହା ଓ ବସ୍‌ଷ୍ଟାଣ୍ଡ ପୂଜା କମିଟି ମଧ୍ୟରେ ଆତସବାଜି ପ୍ରଦର୍ଶନ ବେଳେ ରଙ୍ଗବେରଙ୍ଗର ଆଲୋକରେ ଆକାଶ ଆଲୋକିତ ହୋଇଉଠିଥିଲା।


ଭସାଣି ପାଇଁ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଘଣ୍ଟ, ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟ ଯନ୍ତ୍ର, ରାଜ୍ୟ ବାହାରୁ ଆସିଥିବା ବାଦ୍ୟ ସହ ବ୍ରାସ୍‌ ପାର୍ଟିର ତାଳେ ତାଳେ ସେମାନେ ନୃତ୍ୟ କରୁଥିବା ବେଳେ ବର୍ଷାକୁ ମଧ୍ୟ ଖାତିର କରି ନ ଥିଲେ। ଚଳିତବର୍ଷ ଏହି ଭସାଣି ଉତ୍ସବରେ ଆଦିବାସୀ ନୃତ୍ୟ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ସାମିଲ ହୋଇଥିଲା। ଛତିଶଗଡ଼ରୁ ଆସିଥିବା ଧୁମାଲ ବାଜା ଲୋକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେହିପରି ବ୍ରାସପାର୍ଟିର ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ସମସ୍ତଙ୍କୁ ମତୁଆଲା କରୁଥିଲା। ହଜାର ହଜାର ଲୋକ ମା’ଙ୍କ ଭସାଣି ଶୋଭାଯାତ୍ରା ଦେଖିବାକୁ ମଧ୍ୟାହ୍ନରୁ ଭିଡ଼ ଜମାଇଥିଲେ। ସକାଳ ବର୍ଷା ପରେ କିଛି ସମୟ ପାଇଁ ପାଗ ଶୁଖିଲା ରହିବାରୁ ଭିଡ଼ ବେଶ୍‌ ବଢ଼ିଯାଇଥିଲା। ତେବେ ସନ୍ଧ୍ୟାରେ ରାସ୍ତା ପାର୍ଶ୍ୱରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଶୋଭାଯାତ୍ରା ଉପଭୋଗ କରିବା ସହ ମା’ଙ୍କୁ ମେଲାଣି ଜଣାଇଥିଲେ। ପ୍ରଥମେ ହୁଲୁରୁସିଂହା ଲକ୍ଷ୍ମୀ ପୂଜା କମିଟି ମେଢ଼ ଥିବାବେଳେ ଦ୍ୱିତୀୟରେ ବସ୍‌ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟି, ତୃତୀୟରେ ଲକ୍ଷ୍ମୀ ବଜାର, ଆନନ୍ଦ ବଜାର, ବଜାର ଛକ, ଭଣ୍ଡୁବର, ନିୟୁ ଡେଲି ମାର୍କେଟ, କଲେଜ ଛକ, ପଞ୍ଚାୟତ ଇଣ୍ଡଷ୍ଟ୍ରିଜ ଛକ, କାଞ୍ଚନଟକିଜ ଛକ, ଆଶ୍ରମ ଛକ ମେଢ଼ ରହିଥିଲେ। ସବୁମେଢ଼ ମେଲଣ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଆତସବାଜି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସେହିପରି ଭସାଣିରେ ସାମିଲ ହୋଇ ନ ଥିବା ମେଢ଼ ଗୁଡ଼ିକ ଅଲଗା ରାସ୍ତାରେ ଶୋଭାଯାତ୍ରାରେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

ବାଂଲାଦେଶକୁ ଜୋରଦାର ଝଟ୍‌କା ଦେଲା ଭାରତ: ଶେଷରେ ପଶ୍ଚାତାପ କରିବା ଛଡା…

ନୂଆଦିଲ୍ଲୀ,୨।୨: ଏଥର କେନ୍ଦ୍ର ବଜେଟ ୨୦୨୬-୨୭ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବାଂଲାଦେଶକୁ ଆବଣ୍ଟିତ ସହାୟତାରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri