ମିଶିଯିବେ ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌

ନୂଆଦିଲ୍ଲୀ,୨୪-୧୦: ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ବିଏସ୍‌ଏନ୍‌ଏଲ୍‌ ସହ ଏମ୍‌ଟିଏନ୍‌ଏଲ୍‌ର ମିଶ୍ରଣକୁ ନୀତିଗତ ମଞ୍ଜୁରୀ ମିଳିଛି। ଏହି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଲାଗି ୪ଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ। ଏହାବାଦ ସୋଭରେନ ଗ୍ୟାରେଣ୍ଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ ଦ୍ୱାରା ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। କ୍ୟାବିନେଟ ନିଷ୍ପତ୍ତି ମୁତାବକ ୨ କମ୍ପାନୀକୁ ୪ଜି ସ୍ପେକ୍ଟ୍ରମ ଆବଣ୍ଟନ କରାଯିବା ଫଳରେ ଏମାନେ ବ୍ରଡବ୍ୟାଣ୍ଡ ଏବଂ ଡାଟା ସେବା ପ୍ରଦାନ କରିପାରିବେ। ଏହି ସ୍ପେକ୍ଟ୍ରମ ପାଇଁ ସରକାର ପାଣ୍ଠି ଯୋଗାଇ ଦେବେ ବୋଲି ସୂଚନା ରହିଛି। ୨ କମ୍ପାନୀଙ୍କୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ। ସ୍ପେକ୍ଟ୍ରମ ମୂଲ୍ୟର ଜିଏସ୍‌ଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ। ଏହ ିସ୍ପେକ୍ଟ୍ରମ ବ୍ୟବହାର ଦ୍ୱାରା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ୪ଜି ସେବା ଯୋଗାଣ ସହ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଗ୍ରାମାଞ୍ଚଳରେ ଏହି ଦୁଇ କମ୍ପାନୀର ଏକ ଉନ୍ନତ ନେଟୱର୍କ ନେଟଓ୍ବର୍କ ଥିବାରୁ ଦ୍ରୁତ ଡାଟା ସେବା ଯୋଗାଇ ଦେବାରେ ସେମାନେ ସଫଳ ହେବେ ବୋଲି ଆଶା କରାଯାଉଛି।
ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ମଧ୍ୟ ଦୀର୍ଘକାଳୀନ ବଣ୍ଡ ଜରିଆରେ ୧୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବେ। ଏଥିପାଇଁ ସୋଭରେନ ଗ୍ୟାରେଣ୍ଟି ଭାରତ ସରକାର ଯୋଗାଇ ଦେବେ। ଏହି ଉତ୍ସରୁ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କର ଋଣ ପରିଶୋଧ କରିବେ ତଥା କ୍ୟାପେକ୍ସ, ଓପେକ୍ସ ଓ ଅନ୍ୟାନ୍ୟ ଆବଶ୍ୟକତା ଆଂଶିକ ଭାବେ ପୂରଣ କରିବେ। ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ଅତିକ୍ରମ କରିସାରିଥିବା ନିଜ କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ବେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବ। କେନ୍ଦ୍ର ସରକାର ବଜେଟ ଅର୍ଥରୁ ଏହି ବ୍ୟୟଭାର ବହନ କରିବେ। ଭିଆର୍‌ଏସ୍‌ ପାଇଁ ଅନୁଗ୍ରହ ରାଶି ପାଇଁ ୧୭,୧୬୯ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଜଣା ପଡ଼ିଛି। ସେହିଭଳି ପେନସନ, ଗ୍ରାଚ୍ୟୁଇଟିି ଓ କମ୍ୟୁଟେଶନ ଖର୍ଚ୍ଚ ସରକାର ବହନ କରିବେ। ଋଣ ପରିଶୋଧ, ବଣ୍ଡ ସର୍ଭିସିଂ, ନେଟୱର୍କ ଅପଗ୍ରେଡେସନ ଓ ସମ୍ପ୍ରସାରଣ ଏବଂ ପରିଚାଳନା ଆବ୍ଯଯକତା ପୂରଣ କରିବା ଲାଗି ବିଏସ୍‌ଏନ୍‌ଏଲ ଏବଂ ଏମ୍‌ଟିଏନଏଲ ସେମାନଙ୍କ ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବେ। ଦେଶର ଉପାନ୍ତ ଏବଂ ଗ୍ରାମାଞ୍ଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲି କମ୍ୟୁନିକେଶନ ନେଟୱର୍କ ଜରିଆରେ ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ୪ଜି ସେବା ପାଇଁ ୬୦ ହଜାର ମୋବାଇଲ ସାଇଟ ଆରମ୍ଭ କରାଯିବ ବୋଲି ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ପି.କେ.ପୁରଓ୍ବାର କହିଛନ୍ତି। ସେହିଭଳି ଆଗାମୀ ୨ ବର୍ଷ ମଧ୍ୟରେ ଏମ୍‌ଟିଏନ୍‌ଏଲ୍‌ ପରିଚାଳନାଗତ ଲାଭ ହାସଲ କରିବା ନେଇ ଆଶାବାଦୀ ରହିଥିବା ଏହାର ଏମ୍‌ଡି ସୁନୀଲ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri