ଅନିୟମିତତାରେ ଚାଲିଛି ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ : ୧୧ଟାରେ ଅଫିସ ଖାଲି

ଦେବଗଡ଼, ୧୯।୧୦(ଡି.ଏନ୍‌.ଏ.)ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ ଅନିୟମିତତାରେ ଚାଲିଥିବା ସର୍ବଶିକ୍ଷା ଅଭିଯାନରୁ ଏହା ପ୍ରମାଣିତ ହୋଇଛି। ଜିଲାର ପୁରୁଣାଗଡସ୍ଥିତ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଥିବାରୁ ଯୋଜନା କିଭଳି ଚାଲିଥିବ ଜଣାପଡ଼ୁଛି। ଏଠାରେ ମନଇଚ୍ଛାରେ ଅଫିସ ଚାଲିଛି। କେତେଜଣ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟମାନେ ସରକାରଙ୍କ ସମୟ ସାରଣୀ ମାନନାହାନ୍ତି। ନିର୍ଦ୍ଧାରିତ ସମୟରେ ଅଫିସ ଆସୁନାହାନ୍ତି। କିଏ କେତେବେଳେ ଆସୁଛନ୍ତି, କିଏ କେତେବେଳେ ଯାଉଛନ୍ତି ତାର କିଛି ଠିକଣା ନାହିଁ।
ଖବର ନେବାରେ ଜଣାଯାଏ ଯେ, ଉକ୍ତ କାର୍ଯ୍ୟାଳୟରେ ୧୭ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଫିଲ୍ଡ କର୍ମଚାରୀ। ଡିପିସି ପଦବୀ ଖାଲି ପଡ଼ିଛି। ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରଦୋଷ ନାୟକ ଡିପିସି କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେ ଦୁଇଟା କାର୍ଯ୍ୟାଳୟ ଦାୟିତ୍ୱରେ ଥିବାରୁ ଠିକ୍‌ ଭାବେ ସମୟ ଦେଇପାରୁ ନାହାନ୍ତି। ତେଣୁ ଡିପିସି କାର୍ଯ୍ୟାଳୟ ଅଧିକାରୀ ଶୂନ୍ୟ ଭାବେ ଚାଲିଛି। ତେଣୁ ଅନ୍ୟ କର୍ମଚାରୀମାନେ କାହାକୁ ଭୟ ନ ଥିବାରୁ ଇଚ୍ଛା ଅନୁସାରେ ଆସୁଛନ୍ତି। ଏଠାରେ ବାୟୋମେଟ୍ରିକ୍ସ୍‌ (କମ୍ପ୍ୟୁଟର ଉପସ୍ଥାନ)ଥାଇ ମଧ୍ୟ ତାହାକୁ ଖରାପ କରିଦିଆଯାଇଥିବା ଅଭିଯୋଗ ହେଉଛି। କେଉଁ କର୍ମଚାରୀ ଆସୁଛନ୍ତି ଦିନ ୧୧ଟାରେ ତ ଆଉ କିଏ ଆସୁଛନ୍ତି ୧୨ଟାରେ। କେହି କେହି ୩ ରୁ ୪ ଦିନରେ ଥରେ କାର୍ଯ୍ୟାଳୟ ଆସି ଉପସ୍ଥାନ ଖାତାରେ ସବୁଦିନର ଦସ୍ତଖତ କରୁଥିବା ଜଣାପଡୁଛି। ଆମ ଖବରଦାତା ଡିପିସି କାର୍ଯ୍ୟାଳୟକୁ ପୂର୍ବାହ୍ନ ୧୧ଟାରେ ଯାଇଥିବାବେଳେ କାର୍ଯ୍ୟାଳୟର କେତେକ ପ୍ରକୋଷ୍ଠରେ ବିଭିନ୍ନ ସିଟ୍‌ ଖାଲିପଡ଼ିଥିଲା। ଅଧିକାଂଶ କର୍ମଚାରୀ ଆସି ନ ଥିବା ଜାଣିବାକୁ ପାଇଥିଲେ। କେତେକ ପ୍ରକୋଷ୍ଠର ତାଲା ମଧ୍ୟ ଖୋଲାଯାଇ ନ ଥିଲା। ଉପସ୍ଥାନ ଖାତାରେ କର୍ମଚାରୀଙ୍କ ଦସ୍ତଖତ ମଧ୍ୟ ନ ଥିଲା। ଯଦି ଡିପିସି କାର୍ଯ୍ୟାଳୟର କର୍ମଚାରୀ ନିୟମିତ କାର୍ଯ୍ୟାଳୟ ଆସୁ ନାହାନ୍ତି, ତେବେ ଜିଲାରେ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି, ଶିକ୍ଷୟିତ୍ରୀଶିକ୍ଷକ କେମିତି ବିଦ୍ୟାଳୟକୁ ଆସୁଥିବେ ତାହା ଜଣାପଡ଼ୁଛି।
ଏହି କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶଶାଙ୍କ ଶେଖର ଚୌଧୁରୀ ଠିକ୍‌ ସମୟରେ କାର୍ଯ୍ୟାଳୟ ଆସୁ ନ ଥିବା ଓ ଛାତ୍ରୀଛାତ୍ରଙ୍କୁ ଯୋଗାଣ ହେଉଥିବା ପୋଷାକ ବ୍ୟବସାୟରେ ଲିପ୍ତ ରହି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଡିପିସି କାର୍ଯ୍ୟାଳୟରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଥିବାରୁ ବିଭିନ୍ନ ସ୍କୁଲକୁ ଡ଼ରାଇ ଏଭଳି କାମ କରୁଥିବା କୁହାଯାଉଛି। ଏ ସମ୍ପର୍କରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଚୌଧୁରୀଙ୍କୁ ପଚାରିବାରୁ ସେ କହନ୍ତି, ମୋ ନାମରେ ହୋଇଥିବା ଅଭିଯୋଗ ମିଛ। ମୁଁ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଆସୁଛି। ପୋଷାକ କାରବାର ମୁଁ କରୁ ନାହିଁ। ମୋ ବାପାଙ୍କର ରିଆମାଳରେ କପଡା ଦୋକାନ ଅଛି। ସେ ଛାତ୍ରୀଛାତ୍ରଙ୍କୁ ପୋଷାକ ଯୋଗାଣ କାରବାର କରୁଛନ୍ତି ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି, ଯଦି ଛାତ୍ରୀଛାତ୍ରମାନଙ୍କ ପୋଷାକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଚୌଧୁରୀଙ୍କ ବାପା ଦେଉଛନ୍ତି, ତେବେ ସେ କେମିତି ସାହାର୍ଯ୍ୟ କରୁ ନ ଥିବେ ବୋଲି ପ୍ରଶ୍ନ ଉଠୁଛି। ଘଟଣାର ସତ୍ୟତା କେତେ ତାହା ଦର୍ପଣ ଭଳି ସଫା ଦେଖାଯାଉଛି। ଡିପିସି କାର୍ଯ୍ୟାଳୟର ବାୟୋମେଟ୍ରିକ୍ସ୍‌ କେମିତି ଖରାପ ହେଲା। ଯଦି ଖରାପ ହେଲା ମରାମତି କ’ଣ ପାଇଁ ହେଉ ନାହିଁ। ଏ ସମ୍ପର୍କରେ ପଚାରିବାରୁ କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି। ଏଥିପ୍ରତି ଜିଲାପାଳ ଓ ଭିଜିଲାନ୍ସ ବିଭାଗ ଦୃଷ୍ଟିଦେଇ ତଦନ୍ତ କଲେ ଅନେକ ବେନିୟମ, ଅନିୟମିତତା ଘଟଣା ଲୋକଲୋଚନକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri