ଅନିଶ୍ଚିତତାରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା:  ୧୦୦ଦିନର କାମ ସମ୍ପୂର୍ଣ୍ଣ ପରିସଂଖ୍ୟାନରେ ଜାଲିଆତି

ଯାଜପୁର ଅଫିସ,୧୬ା୧୨- ଶହେ ଦିନର କାମ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୀତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଯାଜପୁର ଜିଲାରେ ଅନିଶ୍ଚିତ ହୋଇପଡ଼ିଛି। ଗତ ନଭେମ୍ବର ୮ରେ ଯେଉଁଠି ମାତ୍ର ୧୮୪ଜଣ ୧୦୦ଦିନର କାମ ପାଇଥିଲେ ସେଠାରେ ଏବେ ୩୮୬ ଜଣ ୧୦୦ଦିନର କାମ ପୂର୍ଣ୍ଣ କରିଛନ୍ତି। ଅର୍ଥାତ ମାତ୍ର ୩୭ଦିନ ମଧ୍ୟରେ ଜିଲାରେ ୧୦୦ଦିନର କାମ ସମ୍ପୂର୍ଣ୍ଣ କରିବାରେ ୨୦୨ ପରିବାରଙ୍କ ବୃଦ୍ଧି ଘଟିଛି। ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଏଭଳି ତଥ୍ୟ ମିଳିଛି। ଏନେଇ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ତଥ୍ୟ ଜଣାପଡ଼ନ୍ତା ବୋଲି ମତ ପ୍ରକାଶ ପାଇଛି।
ଚଳିତ ଆର୍ଥିକବର୍ଷ ୨୦୧୯-୨୦ ବର୍ଷର ୯ ମାସ ଚାଲିଥିଲେ ମଧ୍ୟ ଡିସେମ୍ବର ୧୫ ତାରିଖ ସୁଦ୍ଧା ଜିଲାର ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ୬,୪୬,୩୯୫। ତେବେ ଚଳିତ ବର୍ଷ ୧୧୯୪ ପରିବାରଙ୍କ ଜବ୍‌କାର୍ଡ କାଟି ଦିଆଯାଇଥିବାବେଳେ ସମୁଦାୟ ୨,୯୪,୧୪୨ ପରିବାରଙ୍କୁ ଜବକାର୍ଡ ବଣ୍ଟନ ହୋଇଛି। ସେଥିରୁ ୪୫,୭୮୭ ପରିବାର କାମ ପାଇଁ ଆବେଦନ କରିଥିବାବେଳେ ୪୦,୨୯୬ ପରିବାରଙ୍କୁ କାମ ଯୋଗାଇ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏମ୍‌ଜିଏନ୍‌ଆରଇଜିଏସ୍‌ର ନିର୍ଦ୍ଧାରିତ ୧୦୦ ଦିନର କାମ ୩୮୬ ପରିବାର ସମ୍ପୂର୍ଣ୍ଣ କରିଛନ୍ତି। ଡିସେମ୍ବର ୧୫ ତାରିଖ ରିପୋର୍ଟ ଅନୁସାରେ ସୁକିନ୍ଦା ବ୍ଲକରେ ସର୍ବନିମ୍ନ ୬ ପରିବାର ରହିଥିବାବେଳେ ଦାନଗଦୀ ବ୍ଲକରେ ୧୦, ବଡ଼ଚଣା ଓ ଧର୍ମଶାଳାରେ ୧୨ ପରିବାର ଲେଖାଏ, ରସୁଲପୁର ବ୍ଲକରେ ୧୪ ଓ ବରୀ ବ୍ଲକରେ ୧୮ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ଦଶରଥପୁର ବ୍ଲକରେ ସର୍ବାଧିକ ୧୨୭ ଓ ବିଞ୍ଝାରପୁର ବ୍ଲକରେ ୧୧୯ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରି ପାରିଛନ୍ତି। ତେବେ ଗତ ନଭେମ୍ବର ୮ ତରିଖ ରିପୋର୍ଟ ଅନୁସାରେ କେବଳ ୧୮୪ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରିଥିଲେ। ଏଥିରେ ଧର୍ମଶାଳା ବ୍ଲକ ଖାତା ଖୋଲି ପାରି ନ ଥିଲାବେଳେ ସୁକିନ୍ଦା ବ୍ଲକରେ ୧ପରିବାର ରହିଥିଲେ। ଏହି ଅନୁସାରେ ୩୭ ଦିନରେ କିଭଳି ଭାବରେ ୧୦୦ଦିନ କାମ ସମ୍ପୂର୍ଣ୍ଣ କରିବାରେ ୨୦୨ପରିବାର ସାମିଲ ହୋଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଥ୍ୟା ମଷ୍ଟରରୋଲ ବ୍ୟବହାର କରି ମେଶିନ ଜରିଆରେ ଶ୍ରମିକଙ୍କ ନାମରେ ଯୋଜନା ଅନ୍ତର୍ଗତ ଅର୍ଥ ହଡ଼ପ କରି ଏଭଳି ଜାଲ ରିପୋର୍ଟ ପ୍ରସ୍ତୁତ ହୋଇଥିବା ସନ୍ଦେହ କରାଯାଇଛି। ଏସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ଫୋନ ଯୋଗେ ରବିବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri