Posted inଖେଳ

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ ରହିଛି ଏବଂ ଆଉ କେତେକ ଟୁର୍ନାମେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଉଛି। ଏଥିରେ ଯୋଡ଼ି ହୋଇ ଯାଇଛି ଗ୍ରାଣ୍ଡସ୍ଲାମ ଟେନିସ। ସିଜନର ପ୍ରଥମ ଗ୍ରାଷ୍ଟସ୍ଲାମ ଅଷ୍ଟ୍ରେଲିଆନ ଓପନ ସଫଳତାର ସହ ସମ୍ପନ୍ନ ହୋଇଥିଲେ ହେଁ ଅବଶିଷ୍ଟ ୩ଟି ଗ୍ରାଣ୍ଡସ୍ଲାମ ଉପରେ ଅନିଶ୍ଚିତତାର କଳା ବାଦଲ ଛାଇ ହୋଇ ରହିଛି। ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ୍‌ ଓପନପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ୪ର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଘୁଞ୍ଚାଇବାକୁ ଯୋଜନା ହେଉଛି। ଓ୍ବିମ୍ବେଲଡନକୁ ଯଥା ସମୟରେ କରାଇବା ପାଇଁ ଆୟୋଜକମାନେ ଯଦିଓ ଚିନ୍ତା କରୁଛନ୍ତି ମାତ୍ର ଏହାକୁ ନେଇ ଆଶଙ୍କା ରହିଛି।

ଫ୍ରେଞ୍ଚ୍‌ ଓପନ୍‌
ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ କରିବା ଲାଗି ଚାମ୍ପିୟନଶପି୍‌ର ଆୟୋଜକମାନେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇନେବା ସହଜ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ତେବେ ଅନ୍ୟ ଗ୍ରାଣ୍ଡସ୍ଲାମ ଆୟୋଜନ ଉପରେ ଫେଞ୍ଚ୍‌ ଓପନ ସେପ୍ଟେମ୍ବରରେ ହୋଇ ପାରିବ କି ନାହିଁ ତାହା ସ୍ପଷ୍ଟ ହେବ।

ୟୁଏସ୍‌ ଓପନ୍‌
ଫ୍ରେଞ୍ଚ୍‌ ଓପନ ପରେ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଆୟୋଜନ ନେଇ ମଧ୍ୟ ଅନିଶ୍ଚିତତା ଦେଖା ଦେଇଛି। ଏପରିକି ଇଭେଣ୍ଟକୁ ଅଗଷ୍ଟ ଶେଷ ସପ୍ତାହକୁ ଘୁଞ୍ଚାଇବାକୁ ମଧ୍ୟ ଯୋଜନା ହେଉଛି। ଅନ୍ୟ ବଡ଼ ଟୁର୍ନାମେଣ୍ଟର ଆୟୋଜକ, ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ, ଏଟିପି ଓ ଡବ୍ଲ୍ୟଟିଏ ଟୁର୍‌ ସହ ଆଲୋଚନା ପରେ ହିଁ ତାରିଖ ଧାର୍ଯ୍ୟ ହୋଇପାରିବ ବୋଲି ୟୁଏସ୍‌ ଟେନିସ ଆସୋସିଏଶନ (ୟୁଏସ୍‌ଟିଏ)ପକ୍ଷରୁ କୁହାଯାଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏକତରଫା ନିଆଯାଇପାରିବ ନାହିଁ ବୋଲି ୟୁଏସ୍‌ଟିଏ ପକ୍ଷରୁ ବିବୃତିରେ କୁହାଯାଇଛି। ପ୍ରକୃତରେ ୟୁଏସ୍‌ ଓପନ ନ୍ୟୁୟର୍କର ଫ୍ଲଶିଂ ମିଡୋସଠାରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ଏହାକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦିଆଯାଇପାରେ। ୟୁଏସ୍‌ଟିଏ ପକ୍ଷରୁ ଚଳିତ ବର୍ଷର ୟୁଏସ୍‌ ଓପନ ଆୟୋଜନ ପାଇଁ ଯୋଜନା ଚାଲିଛିି। ଏବେ କୌଣସି ପରିବର୍ତ୍ତନ ଲାଗି ସମୟ ଆସିନାହିଁ। ଆମେ ସମସ୍ତ ବିକଳ୍ପ ଓ ସମ୍ଭାବନା ଉପରେ ନଜର ରଖିଛୁ ବୋଲି ୟୁଏସ୍‌ଟିଏ ପକ୍ଷରୁ କୁହାଯାଇଛି।
ଓ୍ବିମ୍ବେଲଡ଼ନ ଓପନ
କରୋନା ଆତଙ୍କ ସତ୍ତ୍ୱେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଆୟୋଜକ ଯୋଜନା କରୁଛନ୍ତି। ଓ୍ବିମ୍ବେଲଡ଼ନ ଜୁନ ୨୯ରୁ ଆରମ୍ଭ ହୋଇ ଜୁଲାଇ ୧୨ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ଭାଇରସ୍‌ର ସଂକ୍ରମଣରେ ମନ୍ଥରତା ଦେଖାଯାଏ ତା’ହେଲେ ଓ୍ବିମ୍ବେଲଡନ ନିର୍ଦ୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ତେବେ ସର୍ବସାଧାରଣଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦିଆଯାବ ବୋଲି ଅଲ ଇଂଲଣ୍ଡ ଲନ୍‌ ଟେନିସ୍‌ ଓ କ୍ରୋକ୍ୱେଟ କ୍ଲବ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ଲୁଓ୍ବିସ୍‌ ସ୍ପଷ୍ଟ କରିଛନ୍ତି। ସର୍ବସାଧାଣଙ୍କ ସମେତ ଆମର ସଦସ୍ୟ, ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ। ସବୁ ଦୃଷ୍ଟିକୋଣରୁ ବିଚାର କରି ଆମେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri