ଗୁଣପୁର,୧୮ । ୨(ଡି.ଏନ୍.ଏ.) କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଛନ୍ଦି ହୋଇ ଅନିଶ୍ଚିତତା ଆଡ଼କୁ ଚାଲିଯାଉଛି ଗୁଣପୁର-ଥେରୁବାଲି ରେଳପଥ। କେନ୍ଦ୍ର ସରକାର ଏହି ପ୍ରକଳ୍ପ ଲାଭଦାୟକ ନ ଥିବା ଓ ଏଥିପାଇଁ ରାଜ୍ୟ ସରକାର ମାଗଣା ଜମି ସହ ପ୍ରକଳ୍ପର ଅଧା ଖର୍ଚ୍ଚ ବହନ କରିବାକୁ କହିଥିଲେ। ଏହାର ୬ ମାସ ବିତିଯାଇଥିଲେ ମଧ୍ୟ ଏଯାବତ୍ ରାଜ୍ୟ ସରକାର ପ୍ରକଳ୍ପ ଦିଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଫଳରେ ଏହି ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବା ସହ ଗୁଣୁପର ବାସିନ୍ଦା ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋରାପୁଟ ଏମ୍ପି ସପ୍ତଗିରି ଉଲ୍ଲାକା ଏହି ଦାବି ଜଣାଇବା ପାଇଁ ସୋମବାର ବିଶାଖାପାଟଣାରେ ରେଳବିଭାଗ ଡିଆରଏମ୍ଙ୍କୁ ଭେଟିଛନ୍ତି। ଡିଆରଏମ୍ ରେଳବିଭାଗର କଥା ଦୋହରାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ସହ ଅଧିକ ବିଚାରବିମର୍ଶ କରିବା ପାଇଁ ଏମ୍ପିଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଉଲ୍ଳେଖଯୋଗ୍ୟ, ଗତ ୧୧ ତାରିଖ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ରେଳମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ ସେଥିରେ ଗୁଣପୁର-ଥେରୁବାଲି ରେଳପଥ ସମ୍ପର୍କରେ କିଛି ଉଲ୍ଲେଖ ନ ଥିଲା। ଏହି ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗୁଣପୁର ଅଞ୍ଚଳରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ୫-ଟି ସଚିବ, ଉନ୍ନୟନ କମିଶନରଙ୍କୁ ଭେଟି ଦାବି ଜଣାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ୨୦୦୬ରେ ଏହି ରେଳପଥ ପାଇଁ ପ୍ରଥମେ ସର୍ଭେ ହୋଇଥିବା ବେଳେ ବ୍ୟୟ ଅଟକଳ ୨୩୨.୩୭ କୋଟି ଟଙ୍କା ରଖାଯାଇଥିଲା। ୨୦୧୭-୧୮ ବଜେଟରେ ଗୁଣପୁର-ଥେରୁବାଲି ରେଳପଥ ସ୍ଥାନ ପାଇବା ସହ ୭୯.୧୫ କିମି ରାସ୍ତା ପାଇଁ ୯୩୫.୭୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିଲା। ୨୦୧୯ ବେଳକୁ ଏହାର ବ୍ୟୟ ଅଟକଳ ବୃଦ୍ଧି ପାଇ ୧୨୩୭.୭୪ କୋଟିରେ ପହଞ୍ଚତ୍ଥିଲା। ପ୍ରଥମ ପର୍ଯ୍ୟାୟରେ ୧କୋଟି, ଗତ ବର୍ଷ ୧୦ ଲକ୍ଷ ଓ ଚଳିତ ବର୍ଷ ବଜେଟରେ ମାତ୍ର ୧ ଲକ୍ଷ ଟଙ୍କା ଏହି ରେଳପଥ ପାଇଁ ଦିଆଯିବା ସାଧାରଣରେ ଅସନ୍ତୋଷକୁ ଘନୀଭୂତ କରିଛି।
ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ
ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…
OSRTC ବସ୍ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…
କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…
ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ
ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…
ଟ୍ରାକ୍ରୁ ଖସିଲା ଟ୍ରେନ୍, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…
କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…
ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଅଭାବନୀୟ ଘଟଣା
ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…
ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି
କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…
ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…
କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…
ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ
ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…
Archives

