Posted inଖେଳ

ଅନିଶ୍ଚିତ ଭବିଷ୍ୟତ

ବିଶ୍ୱର ଦଶମ ମହିଳା ଖେଳାଳିଭାବେ କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିବା ରୁଷିଆର ମାରିଆ ଶାରାପୋଭା ଏବେ ନିଜର ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଚଳିତ ଅଷ୍ଟ୍ରେଲିଆନ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସେ ଆତ୍ମବିଶ୍ୱାସ ହରାଇଛନ୍ତି। ଏକଦା ବିଶ୍ୱର ୧ ନମ୍ବର ସ୍ଥାନରେ ଥିବା ଏହି ଖେଳାଳି ଏବେ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୩୫୦ରୁ ବାଦ୍‌ ପଡିବେ। ମାତ୍ର ୧୭ ବର୍ଷ ବୟସରେ ୨୦୦୪ରେ ଓ୍ବିମ୍ବେଲଡ଼ନ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଶାରାପୋଭାଙ୍କ ଅବସର ନେଇ ଚର୍ଚ୍ଚା ହେଉଛି…

ବିଶ୍ୱ ଟେନିସର ଗ୍ଲାମର ଗର୍ଲ ରୂପେ ଜଣାଥିବା ରୁଷିଆର ମାରିଆ ଶାରାପୋଭା ଏବେ କ୍ୟାରିୟରର ସବୁଠାରୁ କଷ୍ଟକର ମୁହୂର୍ତ୍ତ ଦେଇ ଗତିକରୁଛନ୍ତି। ୫ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ସଫଳତାର ଶୀର୍ଷକୁ ଛୁଇଁ ଥିବା ଏହି ତାରକା ମହିଳା ଖେଳାଳି କ୍ୟାରିୟରର ଦୋଛକିରେ ପହଞ୍ଚିଛନ୍ତି। ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଚଳିତ ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ରାଉଣ୍ଡର ପରାଜୟ ତାଙ୍କ କ୍ୟାରିୟର ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରୋଲିନ୍‌ ଓଜନିଆକି ଏହି ଟୁର୍ନାମେଣ୍ଟ ପରେ ଅବସର ଘୋଷଣା କରିବେ ବୋଲି କହିଥିଲେ। ତେବେ ସେ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ତେବେ ପ୍ରାରମ୍ଭିକ ରାଉଣ୍ଡରେ ସାରାପୋଭା ଫେଲ୍‌ ମାରିଥିଲେ। ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଥିବା ଶାରାପୋଭା ୨୩ ବର୍ଷୀୟା କ୍ରୋଏସିଆ ଖେଳାଳି ଡୋନ୍ନା ଭେକିକ୍‌ଙ୍କଠାରୁ ପ୍ରଥମ ରାଉଣ୍ଡରେ ଅତି ସହଜରେ ୬-୩,୬-୪ ସେଟରେ ପରାସ୍ତ ହୋଇଥିଲେ। ଏକଦା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଶାରାପୋଭା ୧୪୫ତମ ସ୍ଥାନରେ ରହି ଅଷ୍ଟ୍ରେଲିଆନ ଓପନ୍‌ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିଲେ। ତେବେ ପ୍ରଥମ ରାଉଣ୍ଡ ପରାଜୟ ପରେ ସେ ଶ୍ରେଷ୍ଠ ୩୫୦ରୁ ବାଦ୍‌ ପଡିବେ।
ପ୍ରଦର୍ଶନରେ ଶାରାପୋଭା ନୈରାଶ୍ୟ ଜାହିର କରିଛନ୍ତି। ଏବେ ସେ ନିଜ କ୍ୟାରିୟର ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ବୋଲି କହିଛନ୍ତି। ୨୦୧୬ ଅଷ୍ଟ୍ରେଲିଆ ଓପନ୍‌ରେ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ସେ ୧୫ ମାସ ବାସନ୍ଦ ହୋଇଥିଲେ। ପୁଣି ଇଞ୍ଜୁରି ମଧ୍ୟ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଫର୍ମ ଓ ଫିଟନେସ୍‌ରେ ସମସ୍ୟା ରହିଥିବା କଥା ସେ ସ୍ବୀକାର କରିଛନ୍ତି। ୩୨ ବର୍ଷରେ ପଦାର୍ପଣ କରିଥିବା ଶାରାପୋଭା ଆତ୍ମବିଶ୍ୱାସ ହରାଇଥିବା ଜଣାପଡୁଛି। ୨୦୦୫ରେ ସେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏହାପର ବର୍ଷ ସେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ୨୦୦୭ରେ ପୁଣି ସେ କାନ୍ଧରେ ଆଘାତ ପାଇଥିଲେ। ୨୦୧୨ରେ ସେ ପ୍ରେଞ୍ଚ୍‌ ଓପନ ଜିତି ସବୁ ୪ଟି ଯାକ ମେଜର ଟାଇଟଲ ହାସଲ କରି କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ୧୦ମ ମହିଳା ଟେନିସ ଖେଳାଳି ସାବ୍ୟସ୍ତ ହୋଇଥିଲେ। ଏହି ବର୍ଷ ମଧ୍ୟ ସେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାପରେ ଇଞ୍ଜୁରି ସତ୍ତ୍ୱେ ସେ ୨୦୧୪ରେ ପୁଣି ଥରେ ପ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିଲେ। କ୍ୟାରିୟରରେ ୩୬ଟି ଡବ୍ଲ୍ୟୁଟିଏ ଓ ୪ଟି ଆଇଟିଏଫ୍‌ ଟାଇଟଲ ଜିତିଥିବା ଶାରାପୋଭା ଡବଲ୍ସ ଓ ମିକ୍ସଡ ଡବଲ୍ସରେ ମଧ୍ୟ ବେଶ୍‌ ସଫଳ ରହିଥିଲେ। ଆଗକୁ ସେ ଖେଳ ଜାରି ରଖିବେ କି ନା ସେ ନିଶ୍ଚିତ ନୁହଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri