ଅନାହାରରେ ଦୁଇ ମା’ ଝିଅ

ହାଟଡିହୀ,୩୦। ୧୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ବଣପାହାଡ ଘେରା ହାଟଡିହୀ ବ୍ଲକର ଏକ ଅବହେଳିତ ଆଦିବାସୀ ଅଧ୍ୟୁଷିତ ଗାଁ ହଦଗଡ଼ । ଏହିଗାଁରେ ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଏଠି ବାଟବଣା ହୋଇପଡିଛି। ଉକ୍ତ ଗ୍ରାମର ଘାଟ ସାହିରେ ରହୁଥିବା ଦୁଇ ଅସହାୟ ମହିଳା ସମ୍ବାରୀ ଡାକୁଆ(୪୩) ଏବଂ ତାଙ୍କ ମା’ ପ୍ରମିଳା ଡାକୁଆ ଏବେ ରୋଗଗ୍ରସ୍ତ ହୋଇ ଅନାହାରରେ ଦିନ ବିତାଉଛନ୍ତି। ଘର ନ ଥିବାରୁ ଭଙ୍ଗା କୁଡିଆରେ ସେମାନେ ପଡି ରହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନରେ ତ୍ରୁଟି ଯୋଗୁ ସମ୍ବାରୀ ଓ ପ୍ରମିଳାଙ୍କୁ ଘର ମିଳିପାରି ନାହିଁ ା କେବଳ ରାଶନ କାର୍ଡରେ ମିଳୁଥିବା ୫ କେଜି ଚାଉଳ ଓ ଗତ ମାସ ଠାରୁ ମିଳୁଥିବା ଭତ୍ତା ସେମାନଙ୍କ ସାହାରା ପାଲଟିଛି।
ସମ୍ବାରୀଙ୍କ ମା’ ପ୍ରମିଳା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ଏବେ ଶଯ୍ୟାଶାୟୀ ହୋଇପଡିଛନ୍ତି। ବହୁ କଷ୍ଟରେ ସେ ତାଙ୍କ ଝିଅ ସମ୍ବାରୀଙ୍କୁ ବିବାହ କରାଇ ଦେଇଥିଲେ। ବିବାହର ଅଳ୍ପ କିଛି ଦିନ ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡି ଅନ୍ୟତ୍ର ପଳାଇଗଲେ। ପରେ ଶ୍ୱଶୁର ଘରର ନିର୍ଯାତନା ସହି ନ ପାରି ସେ ବାପଘରକୁ ପଳାଇ ଆସି ଅଦ୍ୟାବଧି ଜୀବନ କାଟୁଛନ୍ତି। ପରିବାରରେ ଅନ୍ୟ କେହି ନ ଥିବାରୁ ଏହି ମା’ ଓ ଝିଅ ଅନିଶ୍ଚିତ ଭବିଷ୍ୟତକୁ ନେଇ ପଡି ରହିଛନ୍ତି। ଗତ କିଛିଦିନ ହେବ ସମ୍ବାରୀ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଥିବା କହିଛନ୍ତି। ତାଙ୍କ ବାମ ହାତରେ ଏକ ମାଂସ ପିଣ୍ଡୁଳା ଧୀରେ ଧୀରେ ବଢୁଛି। ଅର୍ଥାଭାବରୁ ଚିକିତ୍ସା ହୋଇପାରୁନି। ଝୁମ୍ପୁଡି ଭଙ୍ଗାଦଦରା ଘର ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ସମ୍ବଳ ନ ଥିବାରୁ ସେମାନେ ବହୁ ସମୟରେ ଅନ୍ୟ ପାଖରେ ହାତ ପତାଇ ପେଟ ପୋଷୁଥିଲେ। ଏବେ ରୋଗ ଯନ୍ତ୍ରଣା ଅଧିକ ଦାଉ ସାଧିବା ଆରମ୍ଭ କରିଛି। ଏଥିଲାଗି ଏହି ଦୁଇ ପ୍ରାଣୀ ଅଧିକାଂଶ ଦିନ ଭୋକ ଉପାସରେ ରହୁଛନ୍ତି। ୩୪ ନଂ ଜୋନର ଜିଲା ପରିଷଦ ସଦସ୍ୟା ଟିକି କିସ୍କୁ ଓ ସମାଜସେବିକା ସୁରେଶ୍ୱରୀ ସାଗରିକା ଜେନା ଏହି ପରିବାରର ଦୟନୀୟ ସ୍ଥିତି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର ଜେନାଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏହି ଅସହାୟ ମା’ ଝିଅଙ୍କୁ ସରକାରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଉଲ୍ଳେଖନୀୟ ଯେ, ଏହି ପଞ୍ଚାୟତରେ ଅଧିକାଂଶ ପରିବାର ଆଦିବାସୀ ଶ୍ରେଣୀର । ସେମାନଙ୍କର ଆଧାର କାର୍ଡ ନ ଥିବାରୁ ପ୍ରାୟ ୪ ଶହ ଲୋକଙ୍କ ରାଶନ କାର୍ଡ଼ କଟିଯାଇଛି। ପଳରେ ସେମାନେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିଛନ୍ତି। ଅନ୍ୟପକ୍ଷେ ପ୍ରଶାସନର ଅବହେଳା ଓ ଦୂରଦୃଷ୍ଟି ଅଭାବରୁ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବାରୁ ଅନେକ ଗରିବ ଲୋକ ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଥିବା ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ କହିଛନ୍ତି। ଏହି ପଞ୍ଚାୟତରେ ବହୁ ଗରିବ ଲୋକ ଭତ୍ତା, ସରକାରୀ ଆବାସ, ଖାଦ୍ୟ ସୁରକ୍ଷା ପ୍ରଭୃତି ବିଭିନ୍ନ ଯୋଜନାରୁ ବାଦ୍‌ ପଡିଥିବାରୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସକାଶେ ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଓ ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲ୍ଲିକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାତିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ

ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri