ଅନନ୍ୟ କାରିଗର ‘ଷଷ୍ଠ ଶ୍ରେଣୀରୁ ମୂର୍ତ୍ତି ଗଢ଼ି ପାଠ ପଢ଼ିଛି ’

କେନ୍ଦୁଝର, ୫ା୯ (ସ୍ବ.ପ୍ର.)-ପିଲାଟି ଦିନରୁ ମୂର୍ତ୍ତି କଳା ପ୍ରତି ଆଗ୍ରହ ଥିଲା ା ତୃତୀୟ ଶ୍ରେଣୀରୁ ଛୋଟ ଛୋଟ ମୂର୍ତ୍ତି ଗଢିବା ପରେ ଷଷ୍ଠ ଶ୍ରେଣୀରୁ ମୂର୍ତ୍ତି ଗଢି ରୋଜଗାରକ୍ଷମ ହୋଇ ପାଠ ପଢିଥିବା କହିଛନ୍ତି ମୂର୍ତ୍ତି କାରିଗର ପଦ୍ମନାଭ ପୁହାଣ। ଏବେ ବୟସ ୪୨। ସେ ସ୍ଥାନୀୟ ଡିଏଫଓ ଅଫିସରେ ଗଣେଶ ମୂର୍ତ୍ତି ନିର୍ମାଣ କରିଥିଲେ। ପିଲାଦିନେ ଗାଁ ଗଣ୍ଡାରେ ଭାଲୁକୁଣୀ, ଲକ୍ଷ୍ମୀ ଆଦି ମୂର୍ତ୍ତି ଛାଞ୍ଚରେ ଗଢୁଥିଲେ। ଯୁକ୍ତ ୨ ପରେ ପରେ ବଡ ବଡ ମୂର୍ତ୍ତି ଗଢା କାମ ଆରମ୍ଭ କରିଥିଲେ। ତେବେ ଗ୍ରାଜୁଏଶନ (ବିଏ) ପରେ ଏହି କାର୍ଯ୍ୟକୁ ବୃତ୍ତି ଭାବରେ ଗ୍ରହଣ କରି ଏବେ ସୁଦ୍ଧା କରିଆସୁଛନ୍ତି। ପଦ୍ମନାଭଙ୍କ ଘର ଘଷିପୁରା ବ୍ଲକ କରଡାପାଳ ଗ୍ରାମରେ। ସବୁ ଜାଣିଥିଲେ ମଧ୍ୟ ଆଗକୁ ବଢ଼ିବାକୁ କୌଣସି ପ୍ରୋତ୍ସାହନ ମିଳିନାହିଁ।
ସେ ମାଟି, ସିମେଣ୍ଟ ଓ ଫାଇବରରେ ମୂର୍ତ୍ତି ଗଢିବା କାମ କରୁଛନ୍ତି। ଦୀର୍ଘ ୧୨ ବର୍ଷ ହେଲା ଡିଏଫଓ ଅଫିସରେ ଗଣେଶ ମୂର୍ତ୍ତି ଗଢିବା କାମ ସହ ଡେଲି ମାର୍କେଟ, ବଡବିଲ ବିକାଶ ମହଲରେ ଦୁର୍ଗାପୂଜା ସମେତ ଅନ୍ୟାନ୍ୟ ସ୍ଥାନରେ ମୂର୍ତ୍ତି ଗଢ଼ିବା କାମ କରି ରୋଜଗାର କରୁଥିବା କହିଛନ୍ତି। ଯଦିଓ କଳାର ମୂଲ୍ୟ ମିଳୁନାହିଁ ତେବେ ବର୍ଷରେ ସବୁ ଖର୍ଚ୍ଚ ଯାଇ ୪୦/୫୦ ହଜାର ଟଙ୍କା ରୋଜଗାର ହୋଇଥାଏ ା ସେଥିରେ ଦୁଇ ପୁଅଝିଅ ଓ ସ୍ତ୍ରୀଙ୍କ ସହିତ ଖୁସିରେ ଚଳିଆସୁଥିବା କହିଛନ୍ତି। ସେ ଏହି କଳା ଶିକ୍ଷା ଅଳତିର ପ୍ରମୋଦ ବରାଳଙ୍କଠାରୁ ଶିଖିଥିବା କୁହନ୍ତି। ସେ ବିଭିନ୍ନ ପ୍ରକାରର ମାଟି ମୂର୍ତ୍ତି, ମାଙ୍ଗଳିକ, ମନ୍ଦିରର ପାର୍ଶ୍ୱ ମୂର୍ତ୍ତି ଆଦି ଗଢନ୍ତି। ପୂଜାପାର୍ବଣ ସମୟରେ ମାଟି ମୂର୍ତ୍ତି ଓ ଅନ୍ୟ ସମୟରେ ମନ୍ଦିର ଓ ଅନ୍ୟାନ୍ୟ ସାଜସଜ୍ଜା ମୂର୍ତ୍ତି ମଧ୍ୟ ଗଢିଥାନ୍ତି। ସରକାରଙ୍କ ଆର୍ଟିସିଆନ କାର୍ଡ ମିଳିଛି କିନ୍ତୁ ଅଦ୍ୟାବଧି କୌଣସି ପ୍ରୋତ୍ସାହନ ଭତ୍ତା ବା ସହାୟତା ମିଳି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। କଳା ପ୍ରତି ତାଙ୍କର ଆବେଗ ଥିବାରୁ ସେଭଳି ଲାଭ ନ ଥିଲେ ମଧ୍ୟ ଛାଡି ପାରୁ ନ ଥିବା କହିଛନ୍ତି। ସହାୟତା ମିଳିଲେ ନିଶ୍ଚିତ ଭଲ ଭାବେ କାମ କରି ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri