Posted inଖେଳ

ଅଧିନାୟକ ହେବାରେ ଧୋନୀଙ୍କୁ ଶ୍ରେୟ ଦେଲେ କୋହଲି

ନୂଆଦିଲ୍ଲୀ, ୩୧।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେୟ ଦେଇଛନ୍ତି କ୍ରିକେଟ ସୁପରଷ୍ଟାର ବିରାଟ କୋହଲି। ଭାରତୀୟ ଦଳର ଅଧିନାୟକ ହେବା ପଛରେ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୋହଲି କହିଛନ୍ତି। ଦଳରେ ସ୍ଥାନ ପକ୍କା କରିବା ପରେ ଧୋନୀଙ୍କୁ ବିଭିନ୍ନ ରଣନୀତି ଓ ଯୋଜନା ସମ୍ପର୍କରେ ପ୍ରଶ୍ନ ପଚାରିଥାଏ। ବୋଧ ହୁଏ ଏହି କାରଣରୁ ତାଙ୍କ ଉତ୍ତରାଧିକାରୀ ହେବା ପାଇଁ ଧୋନୀଙ୍କ ବିଶ୍ୱାସ ହାସଲ କରିଥିଲି। ସବୁବେଳେ ଦାୟିତ୍ୱ ନେବା ପାଇଁ ଉତ୍ସୁକ ଥିଲି ବୋଲି ଏକ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଚାଟ୍‌ରେ ଅଂଶଗ୍ରହଣ କରି କୋହଲି ଅଶ୍ୱିନଙ୍କୁ କହିଛନ୍ତି। ପଦାର୍ପଣ କରିବା ପରେ ଦଳର ନିୟମିତ ସଦସ୍ୟ ହେବାକୁ ପ୍ରୟାସ କରିଥିଲି। ଏହାପରେ ଧୋନୀଙ୍କ ସହିତ ସବୁବେଳେ ଆଲୋଚନା କରିଆସୁଥିଲି। ଫଳରେ ମୋ ଉପରେ ତାଙ୍କ ବିଶ୍ୱାସ ଓ ଭରସା ବଢିଥିଲା। ତାଙ୍କ ନେତୃତ୍ୱ ନେବାର ପ୍ରକ୍ରିୟା ଓ କଳା କୌଶଳଙ୍କୁ ମଧ୍ୟ ଦୀର୍ଘ ସମୟଧରି ନିରୀକ୍ଷଣ କରିଆସୁଥିଲି। ଜଣେ ଅଧିନାୟକଙ୍କଠାରୁ ରାତାରାତି ଦାୟିତ୍ୱ ନିଆଯାଇ ନ ଥାଏ। ସମସ୍ତଙ୍କ ବିଶ୍ୱାସଭାଜନ ହେବା ସହ ନେତୃତ୍ୱ ନେବାକୁ ନିଜର ସାମର୍ଥ୍ୟକୁ ମଧ୍ୟ ପ୍ରମାଣ କରିବାକୁ ହୋଇଥାଏ ବୋଲି ସେ ମୋତେ କହିଥିଲେ। ତେଣୁ ମୋତେ ଅଧିନାୟକ ଦାୟିତ୍ୱ ମିଳିବାରେ ତାଙ୍କର ପ୍ରଚ୍ଛନ୍ନ ଭୂମିକା ରହିଛି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟି-୨୦ ଟୁର୍ଣ୍ଣାମେଣ୍ଟ ‘ସୟଦ ମୁସ୍ତାକ ଅଲି ଟ୍ରଫି’ ରେ ନୂଆ ଇତିହାସ ରଚିଛି ଝାଡ଼ଖଣ୍ଡ। ଗୁରୁବାର ପୁଣେଠାରେ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri