ଅଧିକ ଲୋକ ଦେଖୁଛନ୍ତି ଶିଶୁଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ରହିଛନ୍ତି। ଅଧିକାଂଶ ସମୟ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସହ ବିତୁଛି। ଅନ୍‌ଲାଇନ୍‌ରେ କରୋନା ଅପ୍‌ଡେଟ୍‌ ସହ ବିଭିନ୍ନ ଖବର ଜାଣୁୁଛନ୍ତି। ଏଥିସହ କିଏ ଅନ୍‌ଲାଇନ୍‌ ଶିକ୍ଷା ତ ଆଉ କିଏ ମନୋରଞ୍ଜନମୂଳକ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି। ସେହିଭଳି ଏହି ସମୟ ମଧ୍ୟରେ ପର୍ନ (ଅଶ୍ଳୀଳ) ସାଇଟ୍‌ ସର୍ଚ୍ଚ ସର୍ବାଧିକ ରହିଛି। ବିଶେଷକରି ଶିଶୁଙ୍କ ଅଶ୍ଳୀଳ (ଚାଇଲ୍ଡ ପର୍ନ) ଭିଡିଓ ଦେଖିବାରେ ଦେଶରେ ସବୁଠୁ ଆଗରେ ଭୁବନେଶ୍ୱର ରହିଥିବା ଏକ ଅନୁସନ୍ଧାନରୁ ଜଣାପଡିଛି। ଅର୍ଥାତ୍‌ ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ୱରର ଲୋକ ଇଣ୍ଟରନେଟ୍‌ରେ ଶିଶୁଙ୍କ ବିଭିନ୍ନ ଅଶ୍ଳୀଳ ଭିଡିଓ ବା ଯୌନ ଶୋଷଣକାରୀ ସାମଗ୍ରୀ ଅଧିକ ଖୋଜିଛନ୍ତି। ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ନୂଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍‌)ର ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି।
ଆଇସିପିଏଫ୍‌ ଦେଶର ୧୦୦ ପ୍ରମୁଖ ସହରକୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରିଥିଲା। ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ଉପରେ ୩୦ଦିନର ଅନୁଧ୍ୟାନ କରାଯାଇଥିଲା। ଏହି ସମୟ ମଧ୍ୟରେ ବିଶ୍ୱର ହଜାରରୁ ଊର୍ଦ୍ଧ୍ୱ ପଞ୍ଜୀକୃତ ପର୍ନ ଓ୍ବେବ୍‌ସାଇଟ୍‌ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଓ ଶିଶୁ ଯୌନ ଶୋଷଣ ସାମଗ୍ରୀ ଖୋଜୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବହୁଗୁଣ ବଢ଼ିଯାଇଥିଲା। ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ଓ ଚେନ୍ନାଇରେ ଲୋକେ ପର୍ନ ପ୍ଲାଟ୍‌ଫର୍ମରେ ବିଶେଷକରି ଜେନେରିକ ଚାଇଲ୍ଡ ପର୍ନ ଭିଡିଓ ସର୍ବାଧିକ ଖୋଜିଥିଲେ। ସେହିଭଳି ଅନ୍ୟ ନିର୍ଦ୍ଦିଷ୍ଟ ବିଷୟବସ୍ତୁ (ବିଭିନ୍ନ ଆକ୍ସନ, ବୟସ ଓ ସ୍ଥାନ) ଆଧାରିତ ଚାଇଲ୍ଡ ପର୍ନୋଗ୍ରାଫି କ୍ଷେତ୍ରରେ ମଧ୍ୟ କଲିକତା, ସିଲିଗୁଡି, ହାଓଡା, ଚଣ୍ଡିଗଡ଼, ଗୁଆହାଟି, ଇନ୍ଦୋର ସହ ଭୁବନେଶ୍ୱର ଓ ଚେନ୍ନାଇ ରହିଛି। ପ୍ରାୟ ୧୮ ପ୍ରତିଶତ ଲୋକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଥିବା ଭିଡିଓକୁ ଅଧିକ ଦେଖିବାକୁ ପସନ୍ଦ କରିଛନ୍ତି। ଏହି ଭିଡିଓ ମଧ୍ୟରେ ଯୌନ ଶୋଷଣବେଳେ ଶିଶୁମାନଙ୍କୁ ମାଡ଼ମାରିବା ସହ ବିଭିନ୍ନ ନିର୍ଯାତନା ଦିଆଯାଉଥିବା, ରକ୍ତସ୍ରାବ ହେଉଥିବା ଓ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଆଦି ରହିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ସାଧାରଣ ଦିନ ଅପେକ୍ଷା ଲକ୍‌ଡାଉନ୍‌ରେ ଏହି ପ୍ରକାରର ହିଂସାତ୍ମକ ତଥା ଯୌନ ଶୋଷଣ ଭିଡ଼ିଓ ଦେଖିବା ହାର ୨୦୦ ପ୍ରତିଶତ ବଢ଼ିଛି। ଏମାନଙ୍କ ମଧ୍ୟରୁ ପୁରୁଷ ପ୍ରାୟ ୯୦ ପ୍ରତିଶତ ରହିଥିବାବେଳେ ୧ ପ୍ରତିଶତ ମହିଳା ମଧ୍ୟ ରହିଛନ୍ତି, ଯେଉଁମାନେ ଇଣ୍ଟରନେଟ୍‌ରେ ଏହିପରି ଶିଶୁ ପର୍ନ ସାମଗ୍ରୀ ଖୋଜିଥିବା ଉକ୍ତ ଅନୁଧ୍ୟାନରୁ ଜଣାପଡିଛି।
ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି)ର ବାର୍ଷିକ ଅପରାଧ ରିପୋର୍ଟ-୨୦୧୮ରେ ଉଲ୍ଲେଖ ରହିଛି ଯେ, ଅଶ୍ଳୀଳତା କ୍ଷେତ୍ରରେ କୋମଳମତୀ ଶିଶୁଙ୍କୁ ନିୟୋଜିତ କରିବାରେ ଓଡ଼ିଶା ଶୀର୍ଷରେ ରହିଛି। ସେହିବର୍ଷ ପୋକ୍‌ସୋ ଅଧିନିୟମ ୧୪ ଓ ୧୫ ଅନୁଯାୟୀ ଏ ସଂକାନ୍ତୀୟ ୩୩୩ଟି ମାମଲା ପଞ୍ଜୀକୃତ ହୋଇଥିଲା। ଏବେ ଲକ୍‌ଡାଉନ୍‌ ସମୟରେ ଶିଶୁ ନିର୍ଯାତନା, ଯୌନ ଶୋଷଣ ଓ ହିଂସାକୁ ନେଇ ଚାଇଲ୍ଡଲାଇନ୍‌ ନମ୍ବର-୧୯୦୮ରେ ବହୁ ଅଭିଯୋଗ ମଧ୍ୟ ପଞ୍ଜୀକୃତ ହେବା ବାସ୍ତବ ସ୍ଥିତିକୁ ପ୍ରତିଫଳିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri