ଅଧାରେ ଲଟକିଛି ସାଗରମାଳା ପ୍ରକଳ୍ପ: ୭୦୦ କୋଟି ଟଙ୍କାର ପ୍ରକଳ୍ପକୁ ମିଳୁନି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ଉନ୍ନତି, ବନ୍ଦରକୁ ଯୋଗାଯୋଗର ବିକାଶ, ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ ଶିଳ୍ପାଞ୍ଚଳର ବିକାଶ କରିବାକୁ କେନ୍ଦ୍ର ସରକାର ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୨୦୧୫ ମାର୍ଚ୍ଚ ୨୫ରେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ୨୦୧୬ରେ ନ୍ୟାଶନାଲ ପ୍ରସ୍‌ପେକ୍ଟିଭ ପ୍ଲାନ(ଏନପିପି) ଜରିଆରେ ଉପକୂଳ ଏବଂ ସାମୁଦ୍ରିକ ସମନ୍ବିତ ବିକାଶ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶର ୩୦୦ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥାନ ଚିହ୍ନଟ କରାଯାଇଛି। ସାଗରମାଳା ପ୍ରକଳ୍ପରେ ରାଜ୍ୟର ୧୧ଟି ପ୍ରକଳ୍ପକୁ ସାମିଲ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏ ବାବଦରେ ୬୯୮.୯୨ କୋଟି ଟଙ୍କାର ପ୍ରକଳ୍ପ କେନ୍ଦ୍ର ନିକଟକୁ ପଠାଯାଇଛି।
ରାଜ୍ୟର ୧୧ ପ୍ରକଳ୍ପ ମଧ୍ୟରେ ବାଲେଶ୍ୱର ଜିଲାର ବଳରାମଗଡ଼ି ନିକଟସ୍ଥ ଚାନ୍ଦିପୁର ମାଛଧରା ବନ୍ଦରକୁ ବିଦ୍ୟୁତ ଯୋଗାଣ, ଜେଟି ନିର୍ମାଣ, ପାଚେରି ନିର୍ମାଣ ପାଇଁ ୧୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଛି। ଏହା ସହ ସେହି ଜାଗାକୁ ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୪.୭୨ କୋଟି, ସେହି ମାଛଧରା ବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ୯.୯୫ କୋଟି, ମାଛ ପ୍ରକ୍ରିୟାକରଣ ପାଇଁ ୫ କୋଟି, ପୁରୀ ଜିଲାର ଚନ୍ଦ୍ରଭାଗା ନିକଟରେ ମାଛଧରା ଜେଟି ନିର୍ମାଣ ପାଇଁ ୫ କୋଟି, ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ଯାତ୍ରୀମାନଙ୍କ ଯାତାୟାତର ସୁବିଧା ପାଇଁ ନୂଆ ଫେରି କ୍ରୟ କରିବା ସକାଶେ ୧୩.୯୬ କୋଟି, ଜାମୁଝଡି, ବାସୁଦେବପୁର, ଧାମରାକୁ ସଂଯୋଗ କରୁଥିବା ୬୦ କି.ମି. ରାସ୍ତାକୁ ଦୋହରୀକରଣ କରାଯିବ ପାଇଁ ୨୭୦.୩ କୋଟି, ହଳଦୀପଦର ଗୋପାଳପୁର ଭାୟା ରଙ୍ଗିପୁର ଦେଇ ଯାଇଥିବା ୧୭.୮ କି.ମି ରାସ୍ତାକୁ ୪ ଲେନ କରିବାକୁ ୧୬୧.୩୯ କୋଟି, ଭଦ୍ରକ ଜିଲାର କାଣୀନାଳି ଓ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରେ ଜେଟି ନିର୍ମାଣ କରିବା ପାଇଁ ୧୧୩ .୫୦ କୋଟି ଏବଂ ପୁରୀ ଜିଲାର କୃଷ୍ଣପ୍ରସାଦ ଗଡା ଏବଂ ଖୋର୍ଦ୍ଧା ଜିଲାର ବାଲୁଗାଁରେ ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ୬୩.୬୦ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ନିକଟରେ ଦାବି କରାଯାଇଛି। ୨୦୧୮ରୁ ଏହି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାର ଅନୁମୋଦନ କରିନାହାନ୍ତି। କେନ୍ଦ୍ର ସରକାର ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସାଗରମାଳା ଉନ୍ନୟନ କମ୍ପାନୀ ଲିମିଟେଡ(ଏସ୍‌ଡିସିଏଲ) ଗଠନ କରିଛନ୍ତି। ଏହି କମ୍ପାନୀ ରାଜ୍ୟସ୍ତରରେ ଗଠନ କରାଯାଇଥିବା ସ୍ପେଶାଲ ପର୍ପସ ଭେହିକିଲ(ଏସ୍‌ପିଭି)ଗୁଡିକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହାୟତା କରିବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ସକାଶେ ପ୍ରାଥମିକ ସ୍ତରରେ ଏସ୍‌ଡିସିଏଲ ଅର୍ଥ ଯୋଗାଇବ। ଜାହାଜ ଚଳାଚଳ ମନ୍ତ୍ରଣାଳୟର ବଜେଟରୁ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଜ୍ୟସ୍ତରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଏବଂ ରାଜ୍ୟ ସାଗରମାଳା କମିଟି ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଥିବା ବେଳେ ପ୍ରକଳ୍ପ ଅନୁମୋଦନ ହେଉ ନ ଥିବାରୁ ସାଗରମାଳା କାର୍ଯ୍ୟକ୍ରମ ଝୁଲି ରହିଛି। ବର୍ଷେ ହେବ ପ୍ରକଳ୍ପ କେନ୍ଦ୍ର ନିକଟରେ ଅଟକି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri