ଅଧାରେ ଅଟକିଛି ପାଇପ୍‌ ବିଛା କାର୍ଯ୍ୟ -୨ ବିଭାଗର ସମନ୍ବୟ ଅଭାବ ଯୋଗୁ ହୋଇପାରୁନି କାର୍ଯ୍ୟ

ନାଉଗଁ। ,୮ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୬୦ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପ ଦ୍ୱାରା ଦେବୀ ନଦୀରୁ ମଧୁର ଜଳ ସଂଗ୍ରହ କରାଯାଇ ବାଲିକୁଦା ଓ ଏରସମା ବ୍ଲକର ଲୁଣି ପାଣି ଥିବା ବିଭିନ୍ନ ପଞ୍ଚାୟତକୁ ମଧୁର ଜଳ ଯୋଗାଇ ଦିଆଯିବ। ଏହି କାର୍ଯ୍ୟ କରିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସମ୍ପୃକ୍ତ ସଂସ୍ଥା ଏବେ ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖୋଳି ପାଇପ ବିଛାଉଛି। ହେଲେ ଠିକା ସଂସ୍ଥା ରାସ୍ତା ଖୋଳିବା ନିମନ୍ତେ ବିଭାଗୀୟ ଅନୁମତି ଆଣି ନ ଥିବାରୁ ରାସ୍ତାଖୋଳକୁ ପୂର୍ତ୍ତ ବିଭାଗ ପକ୍ଷରୁ ବିରୋଧ କରାଯାଇଛି। ଫଳରେ ରାସ୍ତା ଯେତିକି ଖୋଳାଯାଇଛି, ସେତିକିରେ ରହିଛି। ଆଉ କାର୍ଯ୍ୟ ଆଗେଇ ପାରୁନାହିଁ। ଯଦ୍ଦ୍ବାରା ଲୋକେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି।
ବ୍ଲକର ଅଲଣା ପଞ୍ଚାୟତ ଦେଇ ଯାଇଥିବା ବାଲିଭଉଁରୀ-ଶିଖରଘାଟ ମୁଖ୍ୟ ରାସ୍ତାରେ ଏହି ଘଟଣା ଦେଖିବାକୁ ମିଳିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ମଧ୍ୟ ବ୍ଲକର ମୁଖ୍ୟ ରାସ୍ତା। ଅଲଣାହାଟ ନିକଟରେ ଠିକା ସଂସ୍ଥା ତରଫରୁ ରାସ୍ତାର ଉଭୟ ପାର୍ଶ୍ୱ ଦୀର୍ଘ ୧୫ ଦିନ ହେବ ଖୋଳାଯାଇଛି। ସଂସ୍ଥା ପକ୍ଷରୁ ରାସ୍ତା ଖୋଳାଯିବା ସମୟରେ ପୂର୍ତ୍ତ ବିଭାଗର ଅଧିକାରୀମାନେ ଆସି ରାସ୍ତା ଖୋଳା ବନ୍ଦ କରିିଛନ୍ତି। ଅପରପକ୍ଷେ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଖୋଳା ହୋଇଥିବାରୁ ପିଲା ବିଦ୍ୟାଳୟକୁ ଯିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନିକଟସ୍ଥ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କକୁ ହିତାଧିକାରୀ ଯାଇପାରୁନାହାନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଜମିବା ଦ୍ୱାରା ରାସ୍ତା ଅଣଓସାରିଆ ହୋଇପଡ଼ିଛି। ସେହିପରି ପୂର୍ତ୍ତବିଭାଗ ଦ୍ୱାରା ରାସ୍ତା କାର୍ଯ୍ୟ ଚାଲୁଥିବାରୁ ଏବେ ରାସ୍ତାରେ ଡଷ୍ଟ ପକାଯାଉଛି। ଫଳରେ ପ୍ରତ୍ୟେହ ଯାତ୍ରୀବାହୀ, ମାଲବାହି ଗାଡି ଯିବା ଅସିବାଦ୍ୱାରା ରାସ୍ଥାରୁ ଡଷ୍ଟ ଉଡୁଛି। ତେଣୁ ଶୀଘ୍ର ଖୋଳା ଯାଇଥିବା ସ୍ଥାନକୁ ପୂରଣ କରିବା ପାଇଁ ଜନସାଧରାଣ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ପରିମଳ ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ ବରାଳଙ୍କୁ ପଚାରିବାରେ ସେ କହିଥିଲେ, ୧ ଫୁଟ ଖୋଳି ପାଇପ ଯିବାର ନିୟମ ରହିଥିବାରୁ ସଂସ୍ଥା ପକ୍ଷରୁ ଖୋଳା ଯାଉଥିଲା। କିନ୍ତୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ଆସି ତାଙ୍କ ଅଧୀନରେ ଥିବା ରାସ୍ତାକୁ ଖୋଳିବା ପାଇଁ ମନା କରି ଦେଇଥିବାରୁ କାମ ବନ୍ଦ ରହିଛି। ଆମେ ଆମ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ କଥା ହେଇଛୁ। ସେ ପୂର୍ତ୍ତ ବିଭାଗ ସହ ଆଲୋଚନା କରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିବାରେ ଏବିଷୟରେ ମୁଁ ଜାଣି ନାହିଁ। କ’ଣ ହୋଇଛି ଏସଡିଓଙ୍କୁ ପଚାରି ବିଝୁଲା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏବେ ଦେଖିବାକୁ ଅପେକ୍ଷା ଆଗକୁ ଏଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri