ଅଧା ମହାପ୍ରସାଦ ବଳିଲା

ପୁରୀ ଅଫିସ,୨୪।୮ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ପାଇଁ ଅନୁମତି ନ ଥିବାରୁ ମହାପ୍ରସାଦ ବିକ୍ରି ଧିମେଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢିହାରୀ କହିଛନ୍ତି। ସେ କହିଛନ୍ତି, ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ଆଗମନ ବଢିବ। ଏଭଳି ସ୍ଥଳେ ଆନନ୍ଦବଜାରରେ ଭକ୍ତଙ୍କୁ ମହାପ୍ରସାଦ ସେବନ ପାଇଁ ଅନୁମତି ଦିଆଯିବା ଉଚିତ। ନଚେତ୍‌ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଉ। ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା ନ ଥିବାରୁ ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ୧୦ହଜାର ଲୋକଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା ହୋଇଥିବାବେଳେ ପାଖାପାଖି ୫ ହଜାର ଲୋକ ସେବନ କରିବା ଭଳି ମହାପ୍ରସାଦ ବଳିପଡ଼ିଛି। ଯେଉଁ ବ୍ୟକ୍ତି ୫ଶହ ଟଙ୍କାର ଅବଢ଼ା ନେବା କଥା, ସେବନ ପାଇଁ ସ୍ଥାନ ନ ଥିବାରୁ ନାମକୁ ମାତ୍ର ୫୦ ଟଙ୍କାର ଅବଢ଼ା ନେଇ ଚାଲିଯାଉଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଅବଢ଼ା କିଣିନେଇ ଶ୍ରୀମନ୍ଦିର ବାହାରେ ଏଣେତେଣେ ଚପଲ ପିନ୍ଧି ଖାଉଛନ୍ତି, ଯାହା ମହାପ୍ରସାଦକୁ ଅସମ୍ମାନ। ଏଣୁ ପ୍ରଶାସନ ମହାପ୍ରସାଦ ସେବନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପଢିହାରୀ ମତ ପ୍ରକାଶ କରିଛନ୍ତି।
ପ୍ରମାଣପତ୍ର ଫଟୋକପି ନ ନେଇ ଶ୍ରଦ୍ଧାଳୁ ହଇରାଣ
କୋଭିଡ୍‌ ଡବଲ୍‌ ଡୋଜ୍‌ କିମ୍ବା ଆର୍‌ଟି-ପିସିିଆର୍‌ ଟେଷ୍ଟ ନେଗେଟିଭ୍‌ ରିପୋର୍ଟର ନକଲ ସାଙ୍ଗରେ ନେଇ ଦର୍ଶନ କରିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ହେଲେ ଅନେକ ଶ୍ରଦ୍ଧାଳୁ ରିପୋର୍ଟ କପି ନ ଦେଖାଇ ପାରି ହଇରାଣ ହୋଇଛନ୍ତି। ଶ୍ରଦ୍ଧାଳୁମାନେ ଡିଜିଟାଲ୍‌ ଫର୍ମରେ ପ୍ରମାଣପତ୍ର ଧରି ଧାଡ଼ି ଲାଗାଇଥିଲେ। ଯାଞ୍ଚ ବେଳେ କାଗଜ ନକଲ ଦେଖାଇବାକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କ ପାଖରେ କେବଳ ଡିଜିଟାଲ୍‌ ପ୍ରମାଣପତ୍ର ଥିବା କହିଥିଲେ। ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦର୍ଶନ ଅନୁମତି ନ ଦେବାରୁ ସେମାନେ ଧାଡ଼ିରୁ ବାହାରି ଡିଜିଟାଲ୍‌ ପ୍ରମାଣପତ୍ରଗୁଡ଼ିକର ଫଟୋ କପି କରାଇବା ପାଇଁ ଯାଇଥିଲେ। ଫଟୋ କପି ଧରି ପୁଣି ଥରେ ଦର୍ଶନ ଲାଗି ଧାଡ଼ିରେ ରହିଥିଲେ।
ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍‌ରେ ପର୍ଯ୍ୟଟକ
ପୁରୀକୁ ଆସିଥିବା ଅନେକ ପର୍ଯ୍ୟଟକ ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇଁ ଘରୋଇ ହସ୍ପିଟାଲ୍‌ରେ ପହଞ୍ଚତ୍ଥିଲେ। ଶ୍ରୀମନ୍ଦିର ପ୍ରବେଶ ପାଇଁ ନେଗେଟିଭ୍‌ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିବାରୁ ପର୍ଯ୍ୟଟକମାନେ ଘରୋଇ ହସ୍ପିଟାଲ୍‌କୁ ଧାଉଁଛନ୍ତି। ଗୋଟିଏ ଦିନରେ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ରିପୋର୍ଟ ଦିଆଯାଉଛି। ସମ୍ପୃୃକ୍ତ ଘରୋଇ ହସ୍ପିଟାଲ୍‌ ଭୁବନେଶ୍ୱରର ବିଭିନ୍ନ ଲାବ୍‌କୁ ନମୁନା ପଠାଇ ଟେଷ୍ଟିଂ କରୁଥିବା ଜଣାପଡ଼ିଛି। ସେହିଭଳି ଆର୍‌ଟି-ପିସିିଆର୍‌ ରିପୋର୍ଟ ପାଇଁ ଜଣଙ୍କ ପିଛା ୮ଶହ ଟଙ୍କା ନିଆଯାଉଛି।
ବେଳାଭୂମି ଗହଳଚହଳ, ହୋଟେଲରେ ଯାତ୍ରୀ
ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥାର ୨୪ ଘଣ୍ଟା ପୂରି ନ ଥିଲେ ମଧ୍ୟ ପୁରୀ ସହରରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ସମୁଦ୍ରକୂଳ ନିକଟ ହୋଟେଲ ଓ ଲଜ୍‌ଗୁଡ଼ିକରେ ପର୍ଯ୍ୟଟକ ରହିବା ଆରମ୍ଭ କଲେଣି। ପର୍ଯ୍ୟଟକମାନେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ବେଳାଭୂମିରେ ବସି ମଜା ନେଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ପୁରୀ ବେଳାଭୂମିରେ ଆଖିଦୃଶିଆ ଗହଳି ପରିଲକ୍ଷିତ ହୋଇଛି। ସେହିଭଳି ବେଳାଭୂମିରେ ବାରମଜା, ଗୁପଚୁପ, ବାଦାମଭଜା, ସି ଫୁଡ୍‌ ଓ ଅନ୍ୟ ଉଠା ବ୍ୟବସାୟ ଜମିଛି। ବେଳାଭୂମି ସମ୍ମୁଖ ଭାଗରେ ଥିବା ପ୍ରାୟ ସମସ୍ତ ହୋଟେଲ୍‌ ବାଲକୋନିରେ ପର୍ଯ୍ୟଟକମାନେ ବସି ବେଳାଭୂମିର ମଜା ନେଇଥିଲେ। ଅଗାମୀ ଦିନରେ ଆହୁରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ବ୍ୟବସାୟ ଆହୁରି ଜମିବ ବୋଲି ଉଭୟ ଛୋଟବଡ଼ ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ସେହିପରି ଲଜ୍‌, ହୋଟେଲଗୁଡ଼ିକରେ ମଧ୍ୟ ଭିଡ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri