ବାରିପଦା ଅଫିସ,୨୭।୭- ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲାରେ ଚାଷକାମ ପଛେଇଛି। ମୌସୁମୀର ଚୁଚକାଳି ଖେଳକୁ ନେଇ ଚାଷୀମାନେ ଆଶା ଆଶଙ୍କାରେ ଅଛନ୍ତି। ତେବେ ଜିଲାରେ ଚାଷ ପାଇଁ କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଦିଗହରା ହୋଇପଡିଛି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜିଲାରେ ନିର୍ମାଣଧିନ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ କାମ ଶେଷ ହେବା ନେଇ ଅନିଶ୍ଚିତତା ଲାଗି ରହିଛି।
ଜିଲାର ୩ ଚର୍ତୁଥାଂଶ ଲୋକ କେବଳ ଚାଷ ଉପରେ ନିର୍ଭର କରିଥାନ୍ତି। ରାଜରାଜୁଡା ଅମଳରୁ ଚାଷ ପାଇଁ ଜଳସେଚନ ବ୍ୟବସ୍ଥାରେ ଅନେକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୟ କ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଆଉ ଚାଷୀଙ୍କ କାମରେ ଲାଗିପାରୁ ନାହିଁ। ତେବେ ପଡୋଶୀ ରାଜ୍ୟ ଝାଡଖଣ୍ଡର ଗାଲୁଡିହି ବ୍ୟାରେଜ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରୁ କେନାଲ ସହାୟତାରେ ପାଣି ଆଣି ମୟୂରଭଞ୍ଜ ଜିଲାର ହଳଦିଆ ଓ ଜମ୍ଭୀରା ବନ୍ଧରେ ଗଚ୍ଛିତ ରଖାଯିବା ଏବଂ କେନାଲ ମାଧ୍ୟମରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୧ ଲକ୍ଷ ୯ ହଜାର ୬୨୭ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ଯୋଜନା କରାଯାଇଥିଲା। ପ୍ରକଳ୍ପ ଆରମ୍ଭରୁ ଆଗାମୀ ଭବିଷ୍ୟତ ପାଇଁ ବହୁମୁଖି ଚାଷ କାର୍ଯ୍ୟରେ ସହାୟକ ହେବା ସହ ସମଗ୍ର ଜିଲା ଦିନେ ଶସ୍ୟଶାମଳାରେ ପରିପୂର୍ଣ୍ଣ ହେବ ଭାବି ଜିଲାବାସୀ ବେଶ୍ ଆଶାବାଦି ଥିଲେ। ମାତ୍ର ଜିଲାବାସୀଙ୍କର ଆଶା କେବଳ ଆଶାରେ ହିଁ ରହିଯାଇଛି। ଡ୍ୟାମ ପାଇଁ ଭିଟାମାଟି ଛାଡ଼ିଥିବା ଚାଷୀ ଓ ଅଞ୍ଚଳବାସୀ ଏବେ ହତାଶ ହୋଇପଡିଛନ୍ତି। ସେମାନଙ୍କର ବିଶ୍ୱାସ ଯେ, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ଏବେ ଜିଲାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା।
ସୂଚନା ମୁତାବକ ୧୯୮୨-୮୩ ମସିହାରେ ବିଶ୍ୱବ୍ୟାଙ୍କ ସହଯୋଗରେ ଏହି ପ୍ରକଳ୍ପର ସର୍ଭେ ଓ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ପର ମୁହୁର୍ତ୍ତରେ କୌଣସି କାରଣରୁ ବିଶ୍ୱ ବ୍ୟାଙ୍କ ସହଯୋଗ ନ କରିବାରୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ତେବେ ୨୦୧୭-୧୮ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ଏହି ପ୍ରକଳ୍ପରେ ରାଜ୍ୟ ସରକାର, ନାବାର୍ଡ ଓ ଏଆଇବିପି ପକ୍ଷରୁ ମୋଟ ୩୯୧୫.୩୯୬୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ନିର୍ମାଣ ହୋଇଥିବା ମୁଖ୍ୟ କେନାଲ ଓ ଶାଖା କେନାଲ ମଧ୍ୟରୁ କିଛି କିଛି ନଷ୍ଟ ହୋଇ ମରାମତି କାର୍ଯ୍ୟରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି। ହେଲେ ପ୍ରକଳ୍ପ କାର୍ଯ୍ୟ ଏବେ ବି ଅଧୁରା ରହିଛି। ନାଁ ଆସୁଛି ପାଣି ନାଁ ହୋଇପାରିଛି ଚାଷ ଜମିରେ ଜଳସେଚନ। କୋଟି କୋଟି ଟଙ୍କାରେ ନିର୍ମିତ କେନାଲ ନିଜର ଅସ୍ଥିତ୍ୱ ହରାଇ ବସିଲାଣି। ୧୧୦୦ କି.ମି ଯାଏଁ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଅଦ୍ୟାବଧି ୬୦୦କି.ମି ପର୍ଯ୍ୟନ୍ତ କାମ ହୋଇଥିବା ଜଣାଯାଇଛି ତାହା ପୁଣି ୩୩ ବର୍ଷ ମଧ୍ୟରେ। ତେବେ ଆଉ ୫୦୦କି.ମି. ପାଇଁ କେତେ ବର୍ଷ ଲାଗିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପଟିର କାର୍ଯ୍ୟ ଅବଧି ଦିନକୁ ଦିନ ବଢି ବଢ଼ି ୨୦୧୬ ମସିହାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ଯୋଜନା ଥିଲା। ମାତ୍ର ପୁଣି ସରକାରୀସ୍ତରରେ ଏହାର ଅବଧିକୁ ବୃଦ୍ଧି କରାଯାଇ ୨୦୧୯ ଜୁନରେ ପୂର୍ଣ୍ଣାଙ୍ଗ ହେବାର ଧାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି ଏହା ଅନିଶ୍ଚିତତା ମଧ୍ୟରେ ରହିଛି। ୨୦୧୩ ଜୁଲାଇ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଟିକୁ ଉଦଘାଟନ କରି ୫ଟି ବ୍ଲକ୍ ପାଇଁ କେବଳ ଖରିଫରେ ମାତ୍ର ୨୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଚଳିତ ବର୍ଷ ବର୍ଷା ଅଭାବରୁ ଜିଲାର କେବଳ କୁଳିଅଣା ଓ ଶୁଳିଆପଦା ବ୍ଲକ୍ରେ ମାତ୍ର ୧୧ହଜାର ହେକ୍ଟର ଜମିରେ ଚାଷପାଇଁ ପାଣିର ବ୍ୟବସ୍ଥା ରହିଛି ବୋଲି ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଇଂ. ରବିନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏହି ବୃହତ ପ୍ରକଳ୍ପକୁ ବୁଦ୍ଧିଜୀବୀମାନେ ତାଛଲ୍ୟ କରିବା ସହ ଏହି ପ୍ରକଳ୍ପ ଦ୍ୱାରା କେବଳ ଠିକାଦାର, ବିଭାଗୀୟ ଅଧିକାରୀ ଓ ରାଜନେତା ମାଲେମାଲ ହୋଇଥିବା ଅଭିଯୋଗ କରିଛନ୍ତି।
ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…
ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…
ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…
ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,
ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…
ଘରର ଲାଇନ୍ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…
ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…
କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ
ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…
ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…
ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫
ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…
Archives

