ଅଦିନିଆ ବର୍ଷା, କୁଆପଥର ମାଡ ଫସଲ ଉଜାଡିଲା

ସୁନ୍ଦରଗଡ, ୨୭ା୪ (ଡି.ଏନ୍‌.ଏ.)
ଲକ୍‌ଡାଉନ ଯୋଗୁଁ ଚାଷୀଙ୍କ ପନିପରିବା ବିକ୍ରୀ ହୋଇ ନ ପାରି ନଷ୍ଟ ହେଉଛି। ଏହିସ୍ଥିତିରେ ଗତ ଦୁଇଦିନ ହେଲା ସୁନ୍ଦରଗଡ ଜିଲାରେ ଅଦିନିଆ ଝଡବର୍ଷା ଓ କୁଆପଥର ମାଡ ଚାଷୀଙ୍କୁ ହତାଶା ମଧ୍ୟକୁ ଟାଣି ନେଇଛି। ବାଲିଶଙ୍କରା ଓ ସବଡେଗା ବ୍ଲକ ଅଞ୍ଚଳରେ ଝଡବର୍ଷା ଯୋଗୁ ରବିଫସଲ ନଷ୍ଟ ହୋଇଛି। ତଳସରା ମଧ୍ୟମ ଜଳସେଚିତ ଅଞ୍ଚଳରେ ଚାଷୀ କରିଥିବା ରବିଧାନ କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଧାନକେଣ୍ଡାଗୁଡିକ ଝଡିଯାଇ କ୍ଷେତରେ ପଡିଛି। ଫସଲହାନୀ ନିଶ୍ଚିତ ହୋଇଥିବା ବେଳେ ଏବେ ଫସଲ ଉଠିଆ ପାଇଁ ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ସୋମବାର ଜିଲା ଯୁବ ବିଜେଡି ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବାଲିଶଙ୍କରା ତହସିଲ କାଯର୍‌ୟାଳୟକୁ ଯାଇ ତହସିଲଦାର ରୀନା ନାଏକଙ୍କ ସହ ଆଲୋଚନା କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବାକୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାପରେ ତହସିଲଦାର ନାଏକ ଓ ରାଜସ୍ବ ଅଧିକାରୀମାନେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri