ଅଣସରରେ ପାଇବେ ପୂଜା

ପୁରୀ ଅଫିସ, ୧୩ା୬: ଶୀତଳ ଷଷ୍ଠୀଠାରୁ ଚାଲିଛି ତିନିଠାକୁରଙ୍କ ପଟିଦିଅଁ ନିର୍ମାଣ। ଚିତ୍ରକର ସାହିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବାସେଳୀ ସାହିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟିଦିଅଁ କାମ ଚାଲିଛି। ଚିତ୍ରକର ସାହିରେ ବୁଢା ମହାରଣାଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ଚନ୍ଦନ ଏହି କାମ କରୁଛନ୍ତି। ସେହିପରି ବାସେଳୀ ସାହିରେ ବରିଷ୍ଠ ଚିତ୍ରକର ନାରାୟଣ ମହାରଣା ପଟି କାମରେ ଲାଗିଛନ୍ତି।
ଜ୍ୟେଷ୍ଠ ମାସରେ ମହାପ୍ରଭୁ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇପଡ଼ନ୍ତି। ଏହାପରେ ଠାକୁରମାନେ ଜଗମୋହନରେ ସ୍ବତନ୍ତ୍ର ଭାବେ ନିର୍ମିତ ଅସ୍ଥାୟୀ ଅଣସର ଘରେ ରହନ୍ତି। ଏହି ସମୟରେ ଗୁପ୍ତ ନୀତି ହୋଇଥାଏ। ଠାକୁରମାନଙ୍କ ଦର୍ଶନ ମିଳେ ନାହିଁ। ତେଣୁ ଠାକୁରମାନଙ୍କ ପ୍ରତିନିଧି ସ୍ବରୂପ ପଟିଦିଅଁ ପୂଜା ପାଆନ୍ତି। ଅଣସର ସମୟରେ ପୂଜା ପାଉଥିବାରୁ ଏହାକୁ ଅଣସର ପଟି ମଧ୍ୟ କୁହାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ସ୍ବରୂପ ଯଜ୍ଞନାରାୟଣ, ପ୍ରଭୁ ବଳଭଦ୍ରଙ୍କ ପ୍ରତିନିଧି ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିନିଧି ଭାବେ ଭୁବନେଶ୍ୱରୀ ପୂଜା ପାଇଥାନ୍ତି।
ବରିଷ୍ଠ ଚିତ୍ରକର ନାରାୟଣ କହନ୍ତି, ସୂତା କପଡ଼ାରେ ଖଡ଼ିଗୁଣ୍ଡ, ଅଠା ମିଶ୍ରିତ ଏକ ମଣ୍ଡ ଲେପନ କରି ପଟି ପ୍ରସ୍ତୁତ କରାଯାଏ। ପଟିକୁ ଖରାରେ ଶୁଖାଯାଏ। ପରେ ଏକ ମସୃଣ ପଥରରେ ପଟି ଘଷାଯାଏ। ପାରମ୍ପରିକ ରୀତିରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ଷଢେଇରେ ପ୍ରସ୍ତୁତ ରଙ୍ଗ (ନାଲି, ହଳଦିଆ, ଧଳା, କଳା) ପ୍ରସ୍ତୁତ କରାଯାଏ। ରୁକୁଣା ଏକାଦଶୀଠାରୁ ପ୍ରସ୍ତୁତ ପଟିରେ ରଙ୍ଗ ଦେଇ ପାରମ୍ପରିକ ଶୈଳୀରେ ଚିତ୍ର ଅଙ୍କନ କରାଯାଏ। ଅଣସର ବେଳେ ଶ୍ରୀମନ୍ଦିରରେ ପୂଜିତ ଏହି ପଟିଦିଅଁଙ୍କଠାରୁ ଓଡ଼ିଶାର ପଟଚିତ୍ର ଶିଳ୍ପର ଉତ୍ପତ୍ତି ବୋଲି ଐତିହ୍ୟ ଗବେଷକ ଦେବୀ ନନ୍ଦ ମତବ୍ୟକ୍ତ କରିଛନ୍ତି। ଦେଶ ତଥା ବିଦେଶରେ ଏହି ପଟଚିତ୍ରର ବେଶ୍‌ ଚାହିଦା ରହିଛି।
ପଟିଦିଅଁ (ଅଣସର ପଟି)ଙ୍କ ବିବରଣୀ
ବଳଭଦ୍ର: ଅନନ୍ତ ବାସୁଦେବ ବା ଶେଷନାଗ ଭାବେ ପୂଜିତ। ଦେହ ବର୍ଣ୍ଣ ଶୁଭ୍ର। ନୀଳ ରଙ୍ଗ ବସ୍ତ୍ର, ମୁଣ୍ଡ ଉପରେ ସପ୍ତଫେଣୀ ନାଗ ସହିତ ପଦ୍ମାସନରେ ଉପବିଷ୍ଟ। ପାର୍ଶ୍ୱଦେବତା : ବାମରେ ଇନ୍ଦ୍ର, ଦକ୍ଷିଣରେ ଶିବ। ଆୟୁଧ: ଉପର ବାମହସ୍ତରେ ଶଙ୍ଖ, ଉପର ଦକ୍ଷିଣ ହସ୍ତରେ ଚକ୍ର, ନିମ୍ନ ବାମହସ୍ତରେ ହଳ, ନିମ୍ନ ଦକ୍ଷିଣ ହସ୍ତରେ ମୂଷଳ ରହିଥିବାବେଳେ ବେକରେ ଚମ୍ପାକଢି ମାଳ ଝୁଲିଥାଏ।
ଦେବୀ ସୁଭଦ୍ରା: ଯାଜ୍ଞସେନୀ ବା ଭୁବନେଶ୍ୱରୀ ଭାବେ ପୂଜିତା। ପଦ୍ମାସନରେ ଉପବିଷ୍ଟ। ଦେହବର୍ଣ୍ଣ ହଳଦିଆ, ବସ୍ତ୍ର-ଶୁଭ୍ର ବର୍ଣ୍ଣରେ ସାମାନ୍ୟ ଛିଟା। ପାର୍ଶ୍ୱଦେବୀ: ଜୟା ଓ ବିଜୟା। ଆୟୁଧ : ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମହସ୍ତରେ ବରଦ ମୁଦ୍ରା ଓ ଦକ୍ଷିଣ ତଳ ହସ୍ତରେ ଅଭୟ ମୁଦ୍ରା, ବେକରେ ପଦ୍ମକଢି ମାଳ ରହିଥାଏ।
ଶ୍ରୀଜଗନ୍ନାଥ : ପଦ୍ମାସନରେ ଉପବିଷ୍ଟ। ଏହି ରୂପ ଯଜ୍ଞ ନାରାୟଣ ଭାବେ ପୂଜିତ। ଦେହ ବର୍ଣ୍ଣ କଳା, ବସ୍ତ୍ର-ହଳଦିଆ ରଙ୍ଗ। ପାର୍ଶ୍ୱରେ ସପ୍ତଋଷି ବିଦ୍ୟମାନ। ଆୟୁଧ : ଉପର ବାମ ହସ୍ତରେ ଶଙ୍ଖ, ଦକ୍ଷିଣରେ ଚକ୍ର, ନିମ୍ନ ବାମ ହସ୍ତରେ ଗଦା, ଦକ୍ଷିଣରେ ପଦ୍ମ ଶୋଭା ପାଏ। ବେକରେ ପଦ୍ମମାଳ ରହିଥାଏ।

ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri