ଅଢେଇ ବର୍ଷରେ ଗଲାଣି ୯୬୨ଜଣଙ୍କ ଜୀବନ

ଛତ୍ରପୁର,୧୫ା୬(ଡି.ଏନ.ଏ)-ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ କେତେକ ମୁଖ୍ୟ ରାସ୍ତାରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି। ଫଳରେ ଅକାଳରେ କେତେଜଣଙ୍କ ଜୀବନ ଚାଲିଯାଉଛି। ଆଉ କେତେଜଣ ଗୁରୁତର ଆହତ ମଧ୍ୟ ହେଉଛନ୍ତି। ଦୁର୍ଘଟଣାକୁ ନେଇ ବିଭିନ୍ନ ସମୟରେ ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯାଇ କେଉଁଠି ହମ୍ପସ ତ କେଉଁଠି ରାସ୍ତାର ଡିଜାଇନ୍‌ ଠିକ୍‌ ନ ଥିବା ଦର୍ଶାଇ ତାହାର ପୁନଃନିର୍ମାଣ ପାଇଁ ଦାବି ହେଉଛି। ଆନ୍ଦୋଳନକୁ ଦବାଇକୁ ଯାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ସେ ସବୁ କାର୍ଯ୍ୟକାରୀ ହେଉଥିବା ସମ୍ପର୍କରେ ସ୍ପଷ୍ଟ ଜଣାପଡୁନି। ସେପଟେ ସରକାରୀ ରିପୋର୍ଟ ଅନୁଯାୟୀ ଗତ ୨ ବର୍ଷ ୫ ମାସ ମଧ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ୯୬୨ ଜଣଙ୍କର ମୃତ୍ୟୁ ଘଟିଲାଣି। ୧୨୦୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ମଧ୍ୟ ହେଲେଣି। ଯାହାକି ଚିନ୍ତାଜନକ ବିଷୟ ହେଇଛି।
ସଡ଼କ ଦୁର୍ଘଟଣା ବଢୁଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରି ଏହାକୁ କମାଇବା ପାଇଁ କେତେକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରାଜ୍ୟ ସଡକ ସୁରକ୍ଷା କମିଟି ଗଠନ ହୋଇଥିଲା। ଏହାପରେ ପ୍ରତି ଜିଲାରେ ଜିଲା ସଡ଼କ ସୁରକ୍ଷା କମିଟି ଗଠନ ମଧ୍ୟ ହୋଇଛି। ଏହି କ୍ରମରେ ଗଞ୍ଜାମ ଜିଲାରେ ମଧ୍ୟ ଜିଲା ସଡ଼କ ସୁରକ୍ଷା କମିଟି କାର୍ଯ୍ୟ କରୁଛି। ଜିଲାପାଳ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ସଭ୍ୟ ଭାବେ ନିଆଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଏହି କମିଟିର ଆବାହକ। ଜିଲାର ଛତ୍ରପୁରଠାରେ ଉକ୍ତ କମିିଟିର ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ଓ ରାସ୍ତା ମରାମତି ଓ ଡିଜାଇନ୍‌ ବଦଳାଇବା ପାଇଁ କୁହାଯାଉଛି। ମାତ୍ର ସେସବୁ କାର୍ଯ୍ୟକାରୀ ହେଉ ନ ଥିବାରୁ ଦୁର୍ଘଟଣା କମୁନି। ଏନ୍‌ଏଚ୍‌ଏଆଇ ମଧ୍ୟ ଜିଲାପାଳଙ୍କ ତାଗିଦ୍‌ ଶୁଣୁ ନ ଥିବା ଦେଖିବାକୁ ମିଳିଛି।
ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳଙ୍କ ପକ୍ଷରୁ ଜିଲା ସଡକ ସୁରକ୍ଷା କମିଟିକୁ ଦେଇଥିବା ରିପୋର୍ଟ ଅନୁସାରେ ଚଳିତବର୍ଷ ମେ ମାସ ସୁଦ୍ଧା ଗଞ୍ଜାମ ଜିଲାରେ ୩୪୨ ଛୋଟ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଏନଏଚ୍‌-୧୬ରେ ହୋଇଥିବା ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ଏନଏଚ୍‌ରେ ୨୮, ରାଜ୍ୟ ରାଜପଥରେ ୧୦୨ ଏବଂ ଅନ୍ୟ ରାସ୍ତାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩୪ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଜିଲାରେ ୨୦୧୯ ଜାନୁୟାରୀରେ ଦୁର୍ଘଟଣାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଫେବୃୟାରୀରେ ୩୩, ମାର୍ଚ୍ଚରେ ୪୨, ଏପ୍ରିଲରେ ୩୩ ଓ ମେ ମାସରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ୨୦୧୮ରେ ଜିଲାରେ ୭୩୮ଟି ଦୁର୍ଘଟଣାରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮୯ଜଣ ଗୁରୁତର ହୋଇଥିଲେ। ସେହିବର୍ଷ ଜାନୁୟାରୀରୁ ମେ ସୁଦ୍ଧା ୩୫୭ଟି ଦୁର୍ଘଟଣାରେ ୧୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨୭ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ୨୦୧୭ରେ ଜିଲାର ବିଭିନ୍ନ ସ୍ଥାନରେ ୭୧୬ ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୩୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫୫ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri