ଅଡୁଆରେ ଅଭିନେତା ସୁରଜ ପାଞ୍ଚୋଲି

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ମା’ ରାବିଆ ଖାନ୍‌ ଅଭିନେତା ସୁରଜ ପାଞ୍ଚୋଲିଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଆଦିତ୍ୟ ପଞ୍ଚୋଲି ଏବ ଜରିନା ଓ୍ବହାବଙ୍କ ପୁଅ ସୁରଜ ତାଙ୍କ ପ୍ରେମିକା ଜିଆଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଦୋହରାଇଛନ୍ତି ରାବିଆ। ରାବିଆ କହିଛନ୍ତି, ଜିଆ ଏବଂ ସୁରଜ ସୋସିଆଲ ମିଡିଆରେ ବନ୍ଧୁ ହୋଇଥିଲେ। ପରେ ୨୦୧୨ ଅକ୍ଟୋବର ସୁଦ୍ଧା ଦୁହେଁ ଲିଭ୍‌-ଇନ୍‌ ରହିବା ଆରମ୍ଭ କରିଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ନେଇ ଝଗଡା ସହ ମାର୍‌ପିଟ୍‌ ମଧ୍ୟ ହୋଇଥିଲା। ଏହି ଝଗଡା ବିଷୟରେ ଜିଆଙ୍କ ମା’ ରାବିଆ ଜାଣିବାକୁ ପାଇଥିଲେ। ଏହାପରେ ଜିଆ ସୁରଜଙ୍କୁ ଆଉ ଏକ ସୁଯୋଗ ଦେଇଥିଲେ। ହେଲେ ସୁରଜଙ୍କ ଭିତରେ କୌଣସି ପରିବର୍ତ୍ତନ ଦେଖାଦେଇ ନ ଥିଲା। ସୁରଜ ଜିଆଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ଜାଣିଶୁଣି ଭେଟ କରାଉଥିଲେ। ଏଥିସହ ସେ ଅନ୍ୟ ଝିଅଙ୍କ ସହ ଫ୍ଲଟିଂ କରୁଥିଲେ। ଏପରିକି ଜିଆଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ରାବିଆ କୋର୍ଟରେ ଅଭିଯୋଗ ଆଣିଛନ୍ତି। ୨୦୧୩ରେ ଅଭିନେତ୍ରୀ ଜିଆ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ସୁରଜ ଜିଆଙ୍କୁ ବାଧ୍ୟ କରିଥିବା ମଧ୍ୟ ରାବିଆ କହିଛନ୍ତି। ପୂର୍ବରୁ ଅଭିନେତା ସୁରଜଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଛି। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ମାମଲାରେ ସୁରଜ ଏବେ ଜାମିନରେ ଅଛନ୍ତି। ସୁରଜଙ୍କୁ ୨୦୨୧ରେ ଶେଷଥର ପାଇଁ ଫିଲ୍ମ ‘ଟାଇମ୍‌ ଟୁ ଡ୍ୟାନ୍ସ’ରେ ଦେଖିବାକୁ ମିଳିଥିଲା। ତାଙ୍କ ଆଗାମୀ ଫିଲ୍ମ ‘ହୱା ସିଂ’ ଅକ୍ଟୋବର ୮ରେ ରିଲିଜ୍‌ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri