ଅଡ଼ୁଆ କରିପାରନ୍ତି ଅସନ୍ତୁଷ୍ଟ

ଗୁଣପୁର,୧୫।୭ (ପ୍ରଦୀପ କୁମାର ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାୟଗଡ଼ା ଜିଲାର ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। କେଉଁ ଦଳ ଏଥର ବାଜିମାତ୍‌ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆଗାମୀ ସାଧାରଣ ନିର୍ବାଚନରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଅସନ୍ତୁଷ୍ଟ ଗୋଷ୍ଠୀ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ଆଲୋଚନା ହେଉଛି। ଗତ ନିର୍ବାଚନରେ ବିଜେଡିରୁ ବିଦା ହୋଇଥିବା ଶିବ ପ୍ରସାଦ ଗୌଡ଼ଙ୍କ ଗୋଷ୍ଠୀ ଏବେ ଗୁଣପୁର ରାଜନୀତିରେ ବେଶ ସକ୍ରିୟ ଅଛନ୍ତିି । କାରଣ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେଡିର ତୁଙ୍ଗନେତାଙ୍କ ରଣକୌଶଳ ଏଠାରେ କାମ ଦେଇ ନ ଥିଲା। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା ସମସ୍ତେ ଦଳ ପାଇଁ ପ୍ରଚାର କରିଥିଲେ। ହେଲେ ବ୍ଲକର ଦୁଇଟି ଜିଲା ପରିଷଦ ଆସନ କଂଗ୍ରେସ ସପକ୍ଷରେ ଯାଇଥିଲା ା ସେହିଭଳି ପୌର ନିର୍ବାଚନରେ ନିଜେ ଉପାଧ୍ୟକ୍ଷ ହେବା ସହ ସ୍ତ୍ରୀଙ୍କୁ ଅଧ୍ୟକ୍ଷା କରାଇବାରେ ଶିବ ସଫଳ ହୋଇଛନ୍ତି । ତେଣୁ ସେ ଆଗାମୀ ନିର୍ବାଚନରେ ବିଜେଡି ପାଇଁ କଣ୍ଟା ସାଜିବା ଏକ ପ୍ରକାର ସ୍ପଷ୍ଟ ବାରି ହୋଇପଡିଛି। ତେବେ ସେ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସ୍ପଷ୍ଟ କହୁ ନ ଥିଲେ ମଧ୍ୟ ବିଜୟର ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି ଆଲୋଚନା ହେଉଛି।
ଗତ ୨ଥରର ନିର୍ବାଚନରେ ବିଜେଡି ତା’ର ପ୍ରାର୍ଥୀ ପରିବର୍ତ୍ତନ କରିଛି। ୨୦୦୯ ନିର୍ବାଚନରେ ବିଜେଡିର ରାମମୂର୍ତ୍ତି ମୁଟ୍ଟିକା ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ଦଳ କନ୍ଦଳ ଯୋଗୁ ୨୦୧୪ ନିର୍ବାଚରେ ସେ ବାଦ୍‌ ପଡ଼ିଥିଲେ, ଆଉ ତାଙ୍କ ସ୍ଥାନରେ ତ୍ରିନାଥ ଗମାଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜୟ ଲାଭ କରିଥିଲେ। ହେଲେ ୨୦୧୯ ବେଳକୁ ତାଙ୍କୁ ବାଦ୍‌ ଦିଆଯାଇ ରଘୁନାଥ ଗମାଙ୍ଗଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଥିଲା। ଏହାର ପ୍ରତିବାଦରେ ତ୍ରିନାଥ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ। ସେ ୨୬, ୩୨୧ ଖଣ୍ଡ ଭୋଟ ପାଇଥିଲେ। ସେଥିପାଇଁ ତାଙ୍କୁ ଏବଂ ତାଙ୍କ ସମର୍ଥକ ଥିବା ଶିବଙ୍କୁ ଦଳରୁ ବାହାର କରାଯାଇଥିଲା। ଏପରି ରାଜନୈତିକ ଘଟଣାକ୍ରମରେ ସେହି ପରମ୍ପରା ଜାରି ରହୁଛି ନା ରଘୁନାଥଙ୍କୁ ପୁଣି ଥରେ ବିଜେଡି ବିଧାୟକ ପ୍ରାର୍ଥୀ କରୁଛି ତା ଉପରେ ଏବେ ସମସ୍ତଙ୍କ ନଜର। ବିଧାୟକ ରଘୁନାଥଙ୍କର ଜିଲା ସଭାପତିଙ୍କ ସହ ଭଲ ସମ୍ପର୍କ ରହିବା ସହ ବିଭିନ୍ନ ଅଞ୍ଚଳ ଗସ୍ତକରି ସଂଗଠନ କାର୍ଯ୍ୟ କରୁଛନ୍ତି । ଅପରପକ୍ଷେ ତାଙ୍କ ସମ୍ମୁଖରେ ଗୁଣପୁର ଥେରୁବାଲି ରେଳପଥ, ବଂଶଧାରା ନଦୀର ଉପରମୁଣ୍ଡରେ ପ୍ରକଳ୍ପ ଭଳି ଅନେକ ଆହ୍ବାନ ରହିଛି।
କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ୬ ରୁ ୭ହଜାର ଭୋଟ ବ୍ୟବଧାନରେ ବିଜେଡିଠାରୁ ପରାଜିତ ହୋଇଛି। ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗ ବିଜେଡିକୁ କଡା ଟକ୍କର ଦେଇଥିଲେ, ହେଲେ ତାଙ୍କ ମୃତ୍ୟୁ ପରେ ଦଳରେ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା। ଜିଲା ସଭାପତି ଥିବା ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗ ବିଧାୟକ ପାଇଁ ଆଶାୟୀ ଅଛନ୍ତି ା ଅନ୍ୟପଟେ ଯୁବ ଚେହେରା ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ ଦାବିଦାର ଥିବାବେଳେ ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ଯୁବ ସଭାପତି ସତ୍ୟଜିତ ଗମାଙ୍ଗ ମଧ୍ୟ ଏହି ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି।
ଅନ୍ୟପଟେ ଭାଜପାର ପ୍ରାର୍ଥୀ ସଙ୍କଟ ଲାଗି ରହିଛି। ଦଳର ସ୍ଥିତି ଏଠାରେ ନୈରାଶ୍ୟଜନକ ସ୍ଥିତିରେ ଥିବା ଆଲୋଚନା ହେଉଛି। ୨୦୦୦ରେ ମେଣ୍ଟ ପ୍ରାର୍ଥୀ ହୋଇ ଭାଜପାର ରାମମୂର୍ତ୍ତି ଗମାଙ୍ଗ ଥରେ ବିଜୟୀ ହୋଇଥିଲେ। ସେବେଠାରୁ ଦଳ ଏଠାରେ ବଢ଼ିବା ବଦଳରେ ଭୋଟ ପ୍ରତିଶତ କମିବାରେ ଲାଗିବା ସହ ସଂଗଠନ ଦୁର୍ବଳ ହୋଇପଡିଛି। ବିଗତ ନିର୍ବାଚନରେ ଦଳ ନିଜ ନେତା ତଥା କର୍ମୀଙ୍କ ଅପେକ୍ଷା ବାହାରୁ ଆସୁଥିବା ନେତାମାନଙ୍କ ଉପରେ ଆସ୍ଥା ପ୍ରକଟ କରୁଥିବାବେଳେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ କରୁଥିବା ନଜିର ରହିଛି। ୨୦୦୯ରେ ଦଳରେ ବହୁ ଦାବିଦାର ଥିଲେ ା କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡି ଛାଡି ଭାଜପାରେ ଯୋଗଦେଇ ଥିବା ଅଶ୍ୱିନୀ ଗମାଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେହିଭଳି ଭାଜପା ଛାଡ଼ି ବିଜେଡିରେ ଯୋଗଦେଇଥିବା ରାମମୂର୍ତ୍ତି ଗମାଙ୍ଗ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୧୪ରେ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲାା ୨୦୧୯ ନିର୍ବାଚନରେ ଶିଶିର ଗମାଙ୍ଗ ଏବଂ ବିଜେଡିରୁ ଆସି ଭାଜପାରେ ଯୋଗଦେଇ ସଂଗଠନ ଚଳାଇଥିବା ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକା ୨ ଜଣ ବିଧାୟକ ପ୍ରାର୍ଥୀ ପାଇଁ ପ୍ରମୁଖ ଦାବିଦାର ଥିଲେ। ହେଲେ ଦଳ ଶିଶିରଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା। ଏହାର ପ୍ରତିବାଦରେ ରାମମୂର୍ତ୍ତି ବିଦ୍ରୋହୀ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଡ. ଗିରିଧର ଗମାଙ୍ଗ ଏବଂ ଶିଶିର ବର୍ତ୍ତମାନ ବିିଆର୍‌ଏସ୍‌ରେ ଯୋଗଦେଇଥିବାବେଳେ ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି। ଦଳ ଭିତରେ ଏପରିସ୍ଥିତି ଯୋଗୁ ଆଦିବାସୀ ନେତା ସକ୍ରିୟ ଭୂମିକାରେ ନାହାନ୍ତି । ଦଳ ପାଇଁ ବର୍ଷତମାମ କାର୍ଯ୍ୟ କରୁଥିଲେ ବି ନିର୍ଚାଚନ ସମୟରେ ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ଭାଜପା ପ୍ରାର୍ଥୀ କରୁଥିବାରୁ ରାଜ୍ୟ ନେତୃତ୍ବ ଉପରେ ସ୍ଥାନୀୟ ନେତାଙ୍କ ବିଶ୍ୱାସ ରହୁନାହିଁ।
ଆଗାମୀ ସାଧାରଣ ନିର୍ବାଚନ ବିଷୟରେ କଂଗ୍ରେସ ଜିଲା ସଭାପତି ବିଜୟ କୁମାର ଗମାଙ୍ଗଙ୍କୁ ପଚାରିବାରୁ, ଜିଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏଥର ନିଶ୍ଚିତ ବିଜୟ ଲାଭ କରିବା ସହ ଏମ୍‌ପି ଆସନ ମଧ୍ୟ ଦଳ ହାତେଇବ ବୋଲି କହିଛନ୍ତି। ଜିଲାରେ କଂଗ୍ରେସର ସ୍ଥିତି ଭଲ ଥିବାରୁ ଆଶାୟୀ ଅଧିକା ରହିବେ ା ହେଲେ ଦଳ ପକ୍ଷରୁ ଠିକ୍‌ ପ୍ରାର୍ଥୀ ଚୟନ କରାଯିବ ବୋଲି ଜିଲା ସଭାପତି ଗମାଙ୍ଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଗୁଣପୁର ନିର୍ବାଚନମଣ୍ଡଳୀରେ ଭାଜପାର ଶକ୍ତି ବୃଦ୍ଧି ଘଟିଛି। ଏଥର ଦଳ ଏଠାରେ ନିଶ୍ଚିତ ବିଜୟ ଲାଭ କରିବ ା ଯେଉଁମାନେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ହିଁ ଦଳ ପ୍ରାର୍ଥୀ କରାଯିବ ବୋଲି ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଏବଂ ସ୍ବଚ୍ଛ ଶାସନର ବାର୍ତ୍ତା ନେଇ ଆମେ ଲୋକଙ୍କ ନିକଟକୁ ଯାଉଛୁ, ସମସ୍ୟା ବୁଝି ତାର ସମାଧାନ କରୁଛୁ। ଦଳ କାହାକୁ ପ୍ରାର୍ଥୀ କରବ ତାହା ହାଇକମାଣ୍ଡଙ୍କ ନିଷ୍ପତ୍ତି। ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଶୃଙ୍ଖଳିତ କର୍ମୀ ହିସାବରେ କାର୍ଯ୍ୟ କରିବେ ବୋଲି ବିଧାୟକ ରଘୁନାଥ ଗମାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri