ଲକ୍‌ଡାଉନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶିଶୁ ପାଇଁ କ୍ଷୀର ମାଗିଲେ ମା’: ସାହାଯ୍ୟ କଲେ ଓଡ଼ିଶା କ୍ୟାଡର ଆଇପିଏସ୍‌

ମୁମ୍ବାଇ,୧୪।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ଚାଲିଥିବା ଲକ୍‌ଡାଉନ ଫଳରେ କିଏ କେତେ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଜଣେ ଅଟିଜିମ ପୀଡିତ ଶିଶୁର ମା’ଙ୍କ ଦୁଃଖକୁ ଲାଘବ କରିଛନ୍ତି ଜଣେ ଓଡ଼ିଆ ଆଇପିଏସ୍‌ ଅରୁଣ ବୋଥ୍ରା। ତାଙ୍କର ବଦାନ୍ୟତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପ୍ରିଲ ୪ରେ ମୁମ୍ବାଇର ଚେମ୍ବୁରରେ ରହୁଥିବା ନେହା ସିହ୍ନା ନାମକ ଜଣେ ମହିଳା ତାଙ୍କ ସାଢେ ୩ ବର୍ଷର ଶିଶୁ ପାଇଁ ଓଟ କ୍ଷୀର ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟର ଯୋଗେ ଅନୁରୋଧ କରିଥିଲେ। ଶିଶୁଟିର ସିଭିୟର ଫୁଡ ଆଲର୍ଜି ଥିବାରୁ ସେ କେଳବ ଓଟ କ୍ଷୀର ପିଏ ବୋଲି ତାଙ୍କ ମା’ ଏହି କ୍ଷୀର ଅଥବା ଏହାର କିଛି ପାଉଡର ତାଙ୍କୁ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଲକ୍‌ଡାଉନ ଯୋଗୁ ତାଙ୍କ ନିକଟରେ ଗଚ୍ଛିତ ଥିବା ଓଟ କ୍ଷୀର ସରି ଆସିବାରୁ ରାଜସ୍ତାନର ସଡରିରୁ ଏହାକୁ ମଗାଇ ଦେବାକୁ ସେ ଅନୁରୋଧ କରିଥିଲେ। ତେବେ ଏପ୍ରିଲ ୬ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳି ନ ଥିଲା ନେହାଙ୍କୁ। ଏହାପରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅରୁଣ ବୋଥ୍ରାଙ୍କର ୬୩.୫ ହଜାର ସୋସିଆଲ ମିଡିଆ ଫଲୋୟର୍ସଙ୍କ ମଧ୍ୟରୁ କେହି ଜଣେ ଫଲୋୟର୍ସ ତାଙ୍କୁ ଏହା ଟ୍ୟାଗ କରିବା ପରେ ସେ ଏ ସମ୍ପର୍କରେ ସୂଚନା ପାଇଥିଲେ। ତୁରନ୍ତ ସେ ଏହାର ସମାଧାନ ଖୋଜି ମୁମ୍ବାଇରେ ଓଟ କ୍ଷୀର ଓ ଏହାର ପାଉଡର ଯୋଗାଉଥିବା ଆଡଭିକ ଫୁଡସ୍‌(Advik Foods) ସହ ଯୋଗାଯୋଗ କରି କୌଣସି ମତେ ଉକ୍ତ ମହିଳାଙ୍କୁ ୪ଶହ ଗ୍ରାମ ଓଟ କ୍ଷୀର ପାଉଡର ଯୋଗାଇ ଦେଇଥିଲେ। ଏହାପରେ ସେ ରେଲଓ୍ବେର ସହଯୋଗରେ ରାଜସ୍ଥାନର ସଡରିରୁ ୨୦ ଲିଟର ଓଟ କ୍ଷୀର ଓ ୨୦ କିଲେଗ୍ରାମ ଓଟ କ୍ଷୀର ପାଉଡର ମଗାଇ ନେହାଙ୍କୁ ଯୋଗାଇ ଦେଇଥିଲେ। ଫାଲନା ଷ୍ଟେଶନ ଯେଉଁଠାରେ ଟ୍ରେନ୍‌ ଅଟକେ ନାହିଁ ସେଠାରେ ଟ୍ରେନକୁ ଅଟକାଇ ସେ ମୁମ୍ବାଇ ପର୍ଯ୍ୟନ୍ତ ଏହି କ୍ଷୀର ପହଞ୍ଚାଇ ଜଣେ ଅଟିଜିମ ପିଲାକୁ ସାହାଯ୍ୟ କରିଥିବାରୁ ଏବେ ସେ ସମସ୍ତଙ୍କର ପ୍ରଶଂସା ସାଉଁଟିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ କେମିତି ଲୋକଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରାଯାଇପାରେ ସେ କଥା ବୋଥ୍ରା ଏକ ସାକ୍ଷାତ୍‌କାରରେ କହିଛନ୍ତି। ୧୯୯୬ ବ୍ୟାଚର ଏହି ଆଇପିଏସ୍‌ ଏବେ ଓଡ଼ିଶା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ଇଉଟିଲିଟିର ସିଇଓ ଓ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟର ମ୍ୟାନେଜିଙ୍ଗ ଡାଇରେକ୍ଟର(CEO, Odisha Central Electricity Supply Utility, and Managing Director of Capital Region Urban Transport) ଭାବେ ନିଯୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri