ଅଟାକଳ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା ହଟଣା: ଅଧୁରା ରହିଲା ସାବିତ୍ରୀ ବ୍ରତ

ଭୁବନେଶ୍ୱର, ୪।୬(ବ୍ୟୁରୋ): ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ଅଟାକଳ କର୍ମଚାରୀ ଦିଲୀପ ସାହୁ ହତ୍ୟା ମାମଲାର ପୋଲିସ ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି। ସେମବାର ସକାଳେ ମୃତ ଦିଲୀପଙ୍କ ପରିବାର ଲୋକେ ନୟାଗଡରୁ ଆସିବା ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଛେଦ କରାଯାଇଥିଲା। ଏବେ ବି ଦିଲୀପଙ୍କ ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି। ସାବିତ୍ରୀ ପାଇଁ ସବୁ ସାମଗ୍ରୀ କିଣି ରବିବାର ସକାଳେ ଘରକୁ ପଠାଇବେ ବୋଲି ରାତି ପ୍ରାୟ ୯ଟାରେ କଥା ହୋଇଥିଲି, ହେଲେ ସକାଳୁ ତାଙ୍କ ମୃତ୍ୟୁ ଖବର ପାଇ ସେ ଚକିତ ହୋଇଯାଇଥିଲେ। ଏପରି କି ସ୍ତ୍ରୀ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିବା ପଡୋଶୀ କହିଥିଲେ। ସାବିତ୍ରୀ ବ୍ରତ ପାଳନ ପାଇଁ ଚାହିଁ ରହିଥିବା ସ୍ତ୍ରୀଙ୍କର ଆଶା ପୂରଣ ନ ହୋଇ ଅଧାରେ ରହିଗଲା।
ଅନ୍ୟପକ୍ଷରେ ହତ୍ୟାକାରୀ ବ୍ୟବହୃତ କରିଥିବା ଛୁରିକୁ ପୋଲିସ ଜବତ କରି ନ ଥିବାରୁ ସୋମବାର ତାଙ୍କୁ କୋର୍ଟ ଚାଲାଣ କରିପାରି ନ ଥିଲା। ପୋଲିସ ଅଭିଯୁକ୍ତ ପ୍ରକାଶ ଜେନାଙ୍କୁ ମାରାଥନ ଜେରା କରିବା ପରେ ସେ ଛୁରିକୁ ଲୁଚାଇ ରଖିଥିବା ଜାଗା ସମ୍ପର୍କରେ କହିଥିଲା। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ମୃତ ଦିଲୀପ ରହୁଥିବା ରୁମ୍‌ ଗେଟ୍‌ର ଏକ କଣରୁ ପୋଲିସ ଛୁରିକୁ ଜବତ କରିଛି। ଏହାସହ ଛୁରିରେ ଲାଗିଥିବା ରକ୍ତକୁ ଫରେନ୍‌ସିକ୍‌ ଲ୍ୟାବକୁ ପଠାଇ ଦେଇଛି। ଅଭିଯୁକ୍ତଙ୍କ ବୟସକୁ ନେଇ ପୋଲିସ ଚିନ୍ତାରେ ପଡିଛି। ଅଭିଯୁକ୍ତ ତାଙ୍କ ବୟସ ୧୭ ବୋଲି କହୁଥିବା ବେଳେ ପୋଲିସ ଏହାକୁ ବିଶ୍ୱାସ କରୁନି। ପୋଲିସ ଅଭିଯୁକ୍ତଙ୍କ ବୟସ ଜାଣିବା ପାଇଁ ତାଙ୍କର ଆଧାର କାର୍ଡ କିମ୍ବା ଅନ୍ୟ କିଛି ପ୍ରମାଣ ପତ୍ର ଦେଖାଇବା ପାଇଁ ପରିବାର ଲୋକଙ୍କୁ କହିଛି। ମଙ୍ଗଳବାର ତାହା ଜଣାପଡିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଯଦି ସେ ନାବାଳକ ହୋଇଥାନ୍ତି ତେବେ ବାଳ ସୁଧାର ଗୃହକୁ ପଠାଯିବ ବୋଲି ପୋଲିସ କହିଛି।
ପୋଲିସ ଜେରା ସମୟରେ ଅଭିଯୁକ୍ତ ଦିଲୀପଙ୍କୁ କିଭଳି ହତ୍ୟାକଲେ ତାହା ବିସ୍ତୃତଭାବେ ପ୍ରକାଶ କରିଛନ୍ତି। ଦିଲୀପଙ୍କୁ ମାରିବାକୁ ଯୋଜନା ନ ଥିଲା। ସାବିତ୍ରୀ ପାଇଁ ମାଲିକଙ୍କ ନିକଟରୁ ୧୦ ହଜାର ଟଙ୍କା ଅଗ୍ରିମ ଆକାରରେ ଆଣିଥିବା ଜାଣିବାକୁ ପାଇଥିଲେ। ଶନିବାର ରାତି ୧୦ଟାରେ ଦିଲୀପ ଦୋକାନ ବନ୍ଦ କରି ରୁମ୍‌କୁ ଯାଇଥିଲେ। ଦିଲୀପ ଆଣିଥିବା ଟଙ୍କାରେ ମଦ କିଣି ପିଇବା ପାଇଁ କହିଥିଲେ। ହେଲେ ଦିଲୀପ ଏଥିରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ନିକଟରେ ଥିବା ଏକ ଛୁରିରେ ଦିଲୀପଙ୍କ ବେକକୁ ଭୁସି ଦେଇଥିଲେ। ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। କିଛି ବାଟ ନ ପାଇ ପ୍ରକାଶ ଅଧଘଣ୍ଟା ବାହାରକୁ ପଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦିଲୀପ ରୁମ୍‌ରେ ଛଟପଟ ହେଉଥିଲେ। ଅଧ ଘଣ୍ଟା ପରେ ପ୍ରକାଶ ରୁମ୍‌କୁ ଆସିବା ପରେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ଜାଣି ତାଙ୍କ ମୁଣ୍ଡ ଚକ୍କର ଖାଇଥିଲା। ହଠାତ୍‌ ଏକ ଝୋଟ ଅଖା ଆଣି ଦିଲୀପଙ୍କ ମୁଣ୍ଡରୁ ଅଣ୍ଟା ପର୍ଯ୍ୟନ୍ତ ବାନ୍ଧିଥିଲେ। ସେଥିରେ ରକ୍ତ ବନ୍ଦ ହୋଇ ନ ଥିଲା। ପୁଣି ଏକ ପ୍ଲାଷ୍ଟିକ୍‌ ଅଖାଆଣି ପୂରାଇଥିଲେ। ସେଥିରେ ରକ୍ତ ବନ୍ଦ ନ ହେବାରୁ ଏକ କାଟୁନରେ ଗୁଡାଇ ବାନ୍ଧିଥିଲେ। ଏହାପରେ ସେ ମୁତଦେହକୁ ଲୁଚାଇବା ପାଇଁ ଯୋଜନା କରିଥିଲା। ସେ ମୃତଦେହକୁ ଛାତ ଉପରକୁ ନେବାକୁ ଭାବିଥିଲା। ହେଲେ ରୁମ୍‌ରୁ ମୃତଦେହ ଶିଡିକୁ ଟେକି ନେବାକୁ ସେ ନାକେଦମ ହୋଇଯାଇଥିଲେ। ଏପରି କି ଘୋଷାଡି ଘୋଷାଡି ନେଇଥିଲେ। ଅଧା ଶିଡିରେ ରହି ରହି ନେଇଥିଲେ। ଯାହାଫଳରେ ସିଡି ଘରେ ରକ୍ତର ଛିଟା ପଡିଥିଲା। ଶେଷରେ ଛାତ ଉପରକୁ ନେଇ ହର୍ଟିକଲ୍‌ଚର(ଉଦ୍ୟାନ) ବିଭାଗ ଅଫିସ ପରିସରରେ ଥିବା ବଣୁଆ ସ୍ଥାନକୁ ଫିଙ୍ଗି ରାତି ପ୍ରାୟ ଗୋଟାଏ ସମୟରେ ଫେରାର ହୋଇଯାଇଥିଲେ ବୋଲି ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର,୬।୫(ଅସମାପିକା ସାହୁ):ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ରବିବାର ଭାରତୀୟ ବିଦ୍ୟାଭବନଠାରେ ‘ସମ୍ବିଧାନ ପ୍ରଦତ୍ତ ସୂଚନା ଅଧିକାର ଓ ନିର୍ବାଚନୀ ବଣ୍ଡ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ...

ଆଜିଠୁ ଓଜେଇଇ:ପରୀକ୍ଷା ଦେବେ ୬୫,୭୪୨ ଛାତ୍ରୀଛାତ୍ର

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୪ ସୋମବାରଠାରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ...

ଆଜି ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ:ଜାଣନ୍ତୁ କେମିତି ଜାଣିବେ…

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ...

ଓଡ଼ିଶାରେ ମୋଦି: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କରିବେ ପ୍ରଚାର

ଭୁବନେଶ୍ୱର,୬।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଭାଜପା କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତ ଆରମ୍ଭ କରିଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦିନିକିଆ...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri