Posted inଜାତୀୟ

ଅଟା ତରଳ କି କଠିନ ରାହୁଲ ଗାନ୍ଧୀ ଜାଣନ୍ତି ନାହିଁ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୪।୯: ଦରଦାମ୍‌ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ମୋଦି ଭୟ ଓ ଘୃଣାର ପ୍ରସାର କରି ଦେଶକୁ ଦୁର୍ବଳ କରିଦେଲେଣି। ଦେଶ ବିଭାଜନକାରୀ ଭାଜପା-ଆର୍‌ଏସ୍‌ଏସ୍‌ ନୀତିକୁ ମିଳିତ ବିରୋଧୀ ଦଳ ପରାଜିତ କରିବେ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାଷଣକୁ ଭାଜପା ଟାର୍ଗେଟ କରିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ୨୦୧୪ ଠାରୁ ଏହା କହିଆସୁଛନ୍ତି ଏବଂ ତାଙ୍କ ଭାଷଣରେ କ୍ରୋଧ ଏବଂ ଘୃଣା ଦେଖାଯାଉଛି। ରାହୁଲ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ବାଖ୍ୟା କରିବାବେଳେ ଅଟାକୁ ଲିଟରରେ ପରିଣତ କରିଛନ୍ତି। ଆଳୁ ମାଟି ତଳେ କି ଉପରେ ହୁଏ, ଅଟା କଠିନ କି ତରଳ ସେ ଜାଣନ୍ତି ନାହିଁ। କିନ୍ତୁ ପ୍ରତ୍ୟେକ ବିଷୟ ଉପରେ କହିବା କେବଳ ସେ ଜାଣନ୍ତି।
ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଜୀ ଏବଂ ସୋନିଆ ଜୀ ୫ ହଜାର କୋଟି ଟଙ୍କା ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଜାମିନରେ ଆସିଛନ୍ତି, ତଦନ୍ତ ଚାଲିଛି। ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନେ ଭାବୁଥିଲେ ଦୁର୍ନୀତି ହେଉଛି ସେମାନଙ୍କର ଜନ୍ମଗତ ଅଧିକାର, ଆଜି ସେମାନେ ଭୟଭୀତ। ଏହି ଭୟ ହେତୁ ରାହୁଲଙ୍କ ଭାଷଣରେ ଘୃଣା ଏବଂ କ୍ରୋଧ ଦୃଶ୍ୟମାନ ହେଉଥିଲା। ଆଜି କଂଗ୍ରେସ ଦଳ କେବଳ ଦୁଇ ଜଣଙ୍କ ଦଳ ହୋଇ ରହିଛି। ପାର୍ଟି ଦୁଇ ପରିବାର ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ରାମଲିଲା ମଇଦାନକୁ ଯାଇଥିଲେ।
ସୂଚନାଯୋଗ୍ୟ, ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ଆକାଶଛୁଆଁ ହୋଇଛି। ବେରୋଜଗାରୀ ଶୀର୍ଷ ଛୁଇଁଲାଣି। ମୋଦି ଭୟ ଓ ଘୃଣାର ପ୍ରସାର କରି ପଡୋଶୀ ଦେଶକୁ ଉପକୃତ କରାଇବା ସହ ଭାରତକୁ ଦୁର୍ବଳ କରାଉଛନ୍ତି। ଦୁଇଜଣ ବଡ଼ ଶିଳ୍ପପତିଙ୍କ ଫାଇଦା ପାଇଁ ସେ ୨୪ ଘଣ୍ଟା କାମ କରୁଛନ୍ତି। ସେମାନେ ଗଣମାଧ୍ୟମ ସମେତ ପ୍ରଧାନମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଏହି ଦୁଇ ଶିଳ୍ପପତି ଏବଂ ଗଣମାଧ୍ୟମର ସହଯୋଗ ବିନା ମୋଦି କଦାପି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ, ଏହା ନିଶ୍ଚିତ ବୋଲି ରାହୁଲ କହିଛନ୍ତି।
ରାହୁଲ ମହଙ୍ଗାଇ ଉପରେ କହିଥିଲେ, ଅଟା ଲିଟର ୨୨ ଟଙ୍କାରେ ମିଳୁଥିଲାବେଳେ ଏବେ ତାହା ବଢ଼ି ୪୦ ଟଙ୍କାରେ ପହଞ୍ଚତ୍ଲାଣି। ସଙ୍ଗେ ସଙ୍ଗେ ସେ ନିଜର ଭୁଲ୍‌ ଜାଣିପାରି ତାହାକୁ ସଂଶୋଧନ କରିନେଇଥିଲେ। ତେବେ ପାଟିରୁ ଖସିଯାଇଥିବା ଏହି ଭୁଲ୍‌କୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କ ଭୁଲ୍‌ ଉକ୍ତିର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଘୂରିବୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri