ଅଜନା ରୋଗ୍‌ରେ ପୀଡ଼ିତ ଅଯୋଧ୍ୟା: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

 

ବିନିକା,୧୧।୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଖଇରମାଲ ଗଁା ଟିକ୍ରାପଡ଼ାର ମାଞ୍ଜୋ ସୁନାକଁର ମାଏକିନା ଅଯୋଧ୍ୟା ସୁନା(୪୮)। ସେ ଅନେକ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାର ଲୋକ୍‌ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ତାକର ଉଚ ଚିକିଛା କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ ଖଇରମାଲ ଟିକ୍ରାପଡ଼ାର ମାଞ୍ଜୋ ସୁନା(୫୧)। ପରିବାର କହେଲେ ମାଏକିନା ଅଯୋଧ୍ୟା(୪୮) ଆର ଗୁଟେ ବଲି ଝି’ ବିଳାସିନୀ(୧୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ମାଞ୍ଜୋ ଫିଦିନ ସଖାଲ ପାଏଲେ ବାହାଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଆଏଜ୍‌କେ ୧୫ ବଛର ହେଲା ଅଯୋଧ୍ୟା କେହେନ୍‌ସି ଗୁଟେ ଅଜନା ରୋଗ୍‌ ସଂଗେ ଯୁଝୁଛନ୍‌। ମାଞ୍ଜୋ ଅଯୋଧ୍ୟାକୁଁ ଆସରପାସର ଡାକ୍‌ତରଖାନାରେ ଦେଖେଇ ଉଷୋକଷା କଲେ। ହେଲେ କିଛି ଲାଭ୍‌ ନାଇଁହେଲା। ଦିନୁଦିନ୍‌କେ ତାକର ହାତ୍‌ଗୋଡ଼ ସବୁ ଅଚଲ ହେଇଗଲା। ଆଏଜ୍‌କେ ପାଖାପାଖି ୧୦ ବଛର ହେଲା ସେ ଚାଲିବୁଲି ନାଇଁ ପାରବାର। ପୂରାପୂରି ଭିନ୍ନକ୍ଷମ ପାଲଟିଯାଇଛନ୍‌। ଆଗରୁ ସେ ଠିକ୍‌ଠାକ୍‌ ଥିଲେ, କାମବୁତା, ପଲ୍‌ହାଜୁଡ଼ ବି କରୁଥିଲେ। ଘରର ପରିସ୍ଥିତି ଦେଖି ଝି’ ବିଳାସିନୀ ୯ମ ଶ୍ରେଣୀରୁ ପାଠ୍‌ପଢ଼ା ଛାଡ଼ି ମା’ର ସେବାଯତନରେ ଲାଗି ପଡ଼ିଛନ୍‌। ମାଞ୍ଜୋ ପରହରର କାମ୍‌ବୁତା କରି ଦୁଇ ପଏସା ରୁଜଗାର କରୁଥିଲାବେଲେ ଝି’ ବିଳାସିନୀ ଘରର ସବୁ କାମ୍‌ବୁତାନୁ ମା’ର ସେବା କରୁଛନ୍‌। ମାଞ୍ଜୋ କୁଲିମଜୁରି କରି ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ସେ ଅଯୋଧ୍ୟାକଁର ଉଚ ଚିକିଛା କରେଇ ନାଇଁପାରବାର ବଲି କହିଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ମାସିକ ପଁଚେତ୍‌ରୁ ମିଲୁଥିବାର ୨୫ କେ.ଜି. ଚାଉଲ ଆର ଭତା ହିସାବେ ଅଯୋଧ୍ୟା ପାଉଥିବାର ୫ଶହ ଟଁକା ଭତା। ଏନ୍‌ତାଥି ଉପେ ଶୂଇନ୍‌ ବାପ୍‌’ ଝି ଅଯୋଧ୍ୟାକଁର ଚିକିଛା ସାହାଯ୍‌ ଲାଜି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡା.ଦିଲୀପ କୁମାର ପଣ୍ଡାକୁଁ ପଚ୍‌ରାଲାରୁ ଯେତେ ଜଲଦି ହେବା ଥାନୀଅ ସ୍ବାସ୍ଥ୍ୟ ବିଭାଗକେ କହି ଅଯୋଧ୍ୟାକଁର ଚିକିଛା ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ରବୀନ ପଣ୍ଡାକୁଁ ପଚ୍‌ରାଲାରୁ ଥାନୀଅ ସୁଆସ୍‌ତିଅ କରମୀକୁଁ କହି ଅଯୋଧ୍ୟାକଁର ଦିହିପା ବାବ୍‌ଦେ ଖବର ନିଆଯିବା। ସେହିସାବେ ତାକର ଚିକିଛା ଲାଗି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେନଟା ହେବା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri