ଅଜନା ରୋଗ୍‌ରେ କଲବଲ ହେଉଛନ୍‌ ଝି’ ସୁରେଖା; ଟଁକା ପଏସା ଅଭାବୁ ଭଗବାନ ଭରସାରେ ମା’ବାପ୍‌

ଭବାନୀପାଟଣା, ୧୬ା୯ (ଡି.ଏନ୍‌.ଏ.) ଅଜନା ରୋଗ୍‌ ପରଭାବରେ ଗୁଟେ ୫ ବଛ୍‌ରିଆ ଛୁଆର ପେଟ୍‌ ଆର ଶରୀର ଅସୁଆଭାବିକ ଭାବେ ବଢ଼୍‌ତେଲ ଯାଉଛେ। ଯେନ୍‌ଥିରଲାଗି ଅନେକ ସମିଆରେ ସେ ଦରଦ୍‌ରେ ଛଟ୍‌ପଟ ହେଉଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ପରିବାର ଲୋକ୍‌ ଛୁଆର ଚିକିଛା କରେଇ ନାଇଁ ପାରବାର। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଥୁ.ରାମପୁର ବ୍ଲକ ଅଂଚଲରେ।
ସୂଚନା ଅନ୍‌ସାରେ ଥୁ.ରାମପୁର ସଦର ପଁଚେତ୍‌ ଅଧୀନ ପୋଇଗୋଡ଼ା ଗଁାର ସୁରତି ମମାଝି ଆର ରମିତା ମାଝିକଁର ଝି’ ସୁରେଖା(୫)। ପରିବାରଟା ଆଦିବାସୀ ସମାଜର ହେଇଥିଲାବେଲେ ସୁରତି କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଜମିବାଡ଼ି ବଲି କିଛି ନାଇଁ। ଏନ୍‌ତାଥି ତାକର ୫ ବଛର୍‌ର ଝି’ ସୁରେଖା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ସୁରେଖାର ବଏସ୍‌କେ ଦେଖ୍‌ଲେ ତାକର ପେଟ୍‌ ଆର ଦିହିମୁଡ଼ ଅସୁଆଭାବିକ୍‌ ଭାବେ ବଢ଼ୁଛେ। ରୋଗ୍‌ ପରଭାବରେ ଏହେଦେ ସେ ଚାଲବୁଲ କି ବସିଉଠି ନାଇଁ ପାରବାର। ଝି’ର ଏନ୍‌ତା ଗୁଲ୍‌ଗୁଲା ଦେଖି ଅସାହା ଗରିବ୍‌ ମା’ବାପ୍‌ ହରମେଶା ଅଁାଖିରୁ ଲହ ଗଡ଼ଉଛନ୍‌। ଗରିବ୍‌ ମା’ବାପ୍‌ ଝି’ର ଚିକିଛା ଲାଗି ପହେଲା ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆର ପଛେ ସ୍ବାସ୍ଥ୍ୟ ସ୍ବରାଜ ଦୁଆରା ପରିଚାଲିତ କାଣିଗୁମା ସ୍ବାସ୍ଥ୍ୟ କେନ୍ଦ୍ରକେ ଚିକିଛା ଲାଗି ନେଇଥିଲେ। ହେଲେ ସୁରେଖା କାଏଁ ରୋଗ୍‌ରେ ପୀଡ଼ିତ ଅଛନ୍‌ ଡାକ୍‌ତର ବି ଠହରେଇ ନାଇଁ ପାରବାର। ଏନ୍‌ତାଥି ଟଁକା ପଏସା ଅଭାବ୍‌କେ ସୁରତି ଝି’ର ଚିକିଛା କେନ୍‌ଠାନେ କରାବେ କିଛି ଭାବି ନାଇଁପାରବାର। ଇଆଡ଼େ ଯେ କେନ୍ଦ୍ର ଆର ରାଜ୍‌ ସରକାର ଗରିବ୍‌ ଦୁଖିକର ଚିକିଛା ସୁବିଧା ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଇ ଅସାହା ଗରିବ୍‌ ପରିବାର ସରକାରକଁର ସବୁ ଯୋଜନାରୁ ବଁଚିତ୍‌ ହେଇ ରହିଯାଇଛେ। ଏନ୍‌ତାଥି ଜିଲା ପରଶାସନ ଇ ନିରିହ ଆଦିବାସୀ ଛୁଆର ଉଜଲ ଭବିଷତ୍‌ କାମନା କରି ଚିକିଛା ସେବା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡ.ବନଲତା ଦେବୀକୁଁ ପଚରାଲାରୁ ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ଆର୍‌ବିଏସ୍‌କେ ଜରିଆରେ ସଅଳ ରୋଗ ନିରୂପଣ କେନ୍ଦ୍ରକେ ଛୁଆକେ ଆନ୍‌ଲା ଉତାରୁ ତାର ପରୀକ୍ଷା ନିରୀକ୍ଷା କରାଯିବା। ଦରକାର ପଡ଼ଲେ ଚିକିଛା ଲାଗି କଟକ ଶିଶୁ ଭବନକେ ପଠାବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଥୁ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ଅବିନାଶ ରଥକୁଁ ପଚରାଲାରୁ ଯେତେ ଜଲଦି ହେବା ସୁରେଖାକେ ଚିକିଛା ସୁବିଧା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri