ଅଜଗର ଧରି ବଜାର ବୁଲିଲେ

ବାରିପଦା ଅଫିସ,୨ା୧୨:ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ବିରାଟକାୟ ଅଜଗରକୁ ଧରି ସାପ ଧରାଳି ବଜାର ବୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଲୁପ୍ତ ପ୍ରାୟ ପ୍ରାଣୀ ଉଦ୍ଧାର ନିୟମର ଉଲ୍ଲଂଘନ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସୂଚନାଯୋଗ୍ୟ, ଦେଉଳି ରେଞ୍ଜ ଅଧୀନ କୁଳିଅଣା ଥାନା ସରପଙ୍ଖା ଗ୍ରାମର ନେତ୍ରା ନାଏକ ବୁଢ଼ାବଳଙ୍ଗ ନଦୀରେ ମାଛ ଧରିବା ପାଇଁ ଜାଲ ବିଛାଇଥିଲେ। ଗୁରୁବାର ସକାଳେ ଜାଲରେ ଏକ ବିରାଟ ଅଜଗର ଲାଗିଥିବା ଦେଖି ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଅଜଗରକୁ ଉଦ୍ଧାର କରିବା ପାଇଁ ଭଞ୍ଜପୁରସ୍ଥିତ ଜଣେ ସାପ ଧରାଳୀଙ୍କୁ ଖବର ଦିଆଯାଇଥିଲା। ସାପ ଧରାଳି ପରିବାରର ମା’, ବାପା ଓ ଝିଅ ମିଶି ଅଜଗରକୁ ଉଦ୍ଧାର କରିଥିଲେ। ପରେ ସେମାନେ କୁଳିଅଣା ବଜାରରେ ଦୀର୍ଘ ସମୟ ଧରି ଅଟକି ରହିବା ସହ ବାଇକ୍‌ରେ ସାପ ଧରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପହଞ୍ଚତ୍ ସାପ ଦେଖାଇଥିଲେ। ବାଇକ୍‌ରେ ସାପକୁ ଧରି ବାଟରେ ଯାଉଥିବା ବେଳେ ଲୋକେ ମୋବାଇଲରେ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ସହରର ଭଞ୍ଜପୁର, ସତ୍ୟସାଇ ଛକ ଓ ବଜାର ମଧ୍ୟରେ ସାପକୁ ଦେଖାଇ ସେମାନେ ପ୍ରଶଂସା ସାଉଁଟିବାକୁ ଉଦ୍ୟମ କରିଥିଲେ।
ତେବେ ବିଲୁପ୍ତପ୍ରାୟ ବା ସିଡ୍ୟୁଲ୍ଡ-୧ ପ୍ରଜାତିର ପ୍ରାଣୀ ମଧ୍ୟରେ ବାଘ, ହାତୀ, ଅଜଗର ଆଦି ରହୁଥିବାରୁ ସେମାନଙ୍କୁ ସ୍ଥାନୀୟ ରେଞ୍ଜ୍‌ ଅଫିସ୍‌ର କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଧାର କରିବାର ନିୟମ ରହିଛି। କୁଳିଅଣା ବଜାରଠାରୁ ୫୦୦ ମିଟର ଦୂରରେ ଥିବା ରେଞ୍ଜ ଅଫିସରଙ୍କ ସହ ଯୋଗାଯୋଗ ନ କରି କିପରି ସାପ ଉଦ୍ଧାର କରାଗଲା ତାହା ସମସ୍ତଙ୍କୁ ଚକିତ କରିଛି। ଉଦ୍ଧାର ପରେ ସାପକୁ ନେବା ପାଇଁ କୌଣସି ବ୍ୟାଗ କିମ୍ବା ଥଳି ବ୍ୟବହାର ନ କରି ଖୁଲମଖୁଲା ଧରି ବଜାର ବୁଲିବା ଘଟଣାକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ବିରୋଧ କରିଛନ୍ତି ା ଏ ସମ୍ପର୍କରେ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଘଟଣା ନଜରକୁ ଆସିବା ପରେ ଅଜଗର ଭଳି ବିରଳପ୍ରାୟ ପ୍ରଜାତିର ଜୀବକୁ ସୁରକ୍ଷା ଦେବାକୁ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି। ସାପ ଧରାଳି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସ୍ନେକ ରେସ୍‌କ୍ୟୁ କ୍ଲବର ସଦସ୍ୟ ଭାବେ ରହି ସାପ ଧରିବା ସହ ଆମେ ଜଙ୍ଗଲରେ ଛାଡ଼ିଥାଉ ା ଉଦ୍ଧାର ପରେ ଅଜଗରକୁ ବନ ବିଭାଗକୁ ହସ୍ତାନ୍ତର କରିବାକୁ ଯାଉଥିଲୁ। ମାତ୍ର ବାଟରେ ଲୋକେ ଫଟୋ, ଭିଡିଓ ଉତ୍ତୋଳନ କରିଥିଲେ। ଏ ସଂକ୍ରାନ୍ତରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି.ଅଶୋକ କୁମାରଙ୍କୁ ପଚାରିବାରୁ ଏ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ଓ ଏଭଳି ଘଟଣାରେ ଜଡିତ ଥିବା ପରିବାର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉଦ୍ଧାର ଅଜଗରଟି ୨ ବର୍ଷର ହୋଇଥିବା ବେଳେ ଏହାର ଲମ୍ବ ୧୧ ଫୁଟ ଏବଂ ଓଜନ ପ୍ରାୟ ୧୭ କେଜି ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri