ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ ଏଥର ସିଜନ୍ ୧୧ସହ ପୁଣିଥରେ ଫେରିବାକୁ ଯାଉଛି। ସୋନି ଏଣ୍ଟରଟେନ୍ମେଣ୍ଟ ଟେଲିଭିଜନ ଦ୍ୱାରା ପ୍ରସାରିତ ଏହି ରିୟଲିଟି ଶୋ’ ପାଇଁ ଭୁବନେଶ୍ୱର ଅଡିଶନ ଅଗଷ୍ଟ ୨ରେ ଏମ୍ସ ନିକଟ ଡୁନ୍ ଇଣ୍ଟରନ୍ୟାଶନାଲ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହେବ। ସକାଳ ୮ରୁ ଅଡିଶନ ଆରମ୍ଭ ହୋଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୫ରୁ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗୀ ଭାଗ ନେଇପାରିବେ। ଏହି ଅଡିଶନ ଭୁବନେଶ୍ୱର ବ୍ୟତୀତ ଜୟପୁର, କଲିକତା, ଗୁଆହାଟୀ, ଡେରାଡୁନ୍, ଚଣ୍ଡିଗଡ଼, ଲକ୍ଷ୍ନୌ, ଇନ୍ଦୋର, ନାଗପୁର ସହ ଦିଲ୍ଲୀରେ ଅନୁଷ୍ଠିତ ହେବ। ବମ୍ବେରେ ଏହାର ଫାଇନାଲ୍ ଅଡିଶନ ହେବ ବୋଲି ସୋନି ଟେଲିଭିଜନର ପ୍ରୋଗ୍ରାମିଙ୍ଗ୍ ମୁଖ୍ୟ ଆଶିଷ ଗୁୱାଲକର୍ କହିଛନ୍ତି।


