Posted inଫୁରସତ

ଅଗଷ୍ଟ ୧୫: ସ୍ବାଧୀନତାର ସ୍ବାଦ ବାରିଥିଲେ ୬ ଦେଶ

ସ୍ବାଧୀନତା ମଣିଷର ଜନ୍ମସିଦ୍ଧ ଅଧିକାର। ପରାଧୀନତାର ଅଭିଶପ୍ତ ଜୀବନ ଜିଉଁଥିବା ଲୋକଟିଏ ହିଁ ବୁଝିପାରେ ଏହାର ପ୍ରକୃତ ମୂଲ୍ୟ କେତେ। ପରାଧୀନତା ବେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ମଣିଷ ଯେତେବେଳେ ସ୍ବାଧୀନତା ଦାବି କରେ, ସେତେବେଳେ ଆରମ୍ଭ ହୁଏ ସଂଗ୍ରାମ। ମୁକ୍ତିର ଆନନ୍ଦ ପାଇଁ ବଳିଦାନ ଦେବାକୁ ପଛାଏ ନାହିଁ ସେ। ସ୍ବାଧୀନତା ସଂଗ୍ରାମର ଲହୁଲୁହର ଇତିହାସ ହିଁ ଏମିତି। ୨୦୦ ବର୍ଷର ବ୍ରିଟିଶ ଶାସନର ଶୃଙ୍ଖଳ ଛିଣ୍ଡାଇବାକୁ ଭାରତବାସୀଙ୍କୁ ଲାଗିଯାଇଥିଲା ଅନେକ ବର୍ଷ। ଭାରତ ସ୍ବାଧୀନ ହୋଇଛି। ୨୦୨୦ ଅଗଷ୍ଟ ୧୫ରେ ଦେଶବାସୀ ପାଳୁଛନ୍ତି ୭୪ତମ ସ୍ବାଧୀନତା ଦିବସ। ହେଲେ କେବଳ ଭାରତ ନୁହେଁ, ଅନ୍ୟ ୫ ଦେଶ ମଧ୍ୟ ଏହି ଦିନ ବାରିଥିଲେ ସ୍ବାଧୀନତାର ସ୍ବାଦ।

ଦକ୍ଷିଣ କୋରିଆ: ୧୯୪୫ ଅଗଷ୍ଟ ୧୫ରେ ଜାପାନଠାରୁ ସ୍ବାଧୀନତା ହାସଲ କରିଥିଲା ଦକ୍ଷିଣ କୋରିଆ। ଏହାପଛରେ ପ୍ରମୁଖ ଭୂମିକା ନିଭାଇଥିଲେ ଆମେରିକା ଏବଂ ରୁଷିଆ। ଏହି ଦିବସକୁ ଦକ୍ଷିଣ କୋରିଆବାସୀ ଛୁଟିଦିନ ଭାବେ ପାଳନ କରିଥାନ୍ତି। ଏହି ଅବସରରେ ନୃତ୍ୟସଙ୍ଗୀତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ଉତ୍ତର କୋରିଆ: ଜାପାନ ଶାସନାଧୀନ ଉତ୍ତର କୋରିଆ ମଧ୍ୟ ଅଗଷ୍ଟ ୧୫ରେ ପାଳିଥାଏ ସ୍ବାଧୀନତା ଦିବସ। ଏହି ଦିନକୁ ଉତ୍ତର କୋରିଆର ଜନସାଧାରଣ ଜାତୀୟତା ଦିବସ ଭାବେ ପାଳନ କରିଥାନ୍ତି। ଦେଶର ସ୍ବାଧୀନତା ଦିବସକୁ ସ୍ମରଣୀୟ କରିବାକୁ ଏହି ଦିନ ଅନେକେ ବିବାହ ବନ୍ଧନରେ ଆବଦ୍ଧ ହେବା ପରମ୍ପରା ପ୍ରଚଳିତ।

ବାହାରିନ୍‌: ୧୯୭୧ ଅଗଷ୍ଟ ୧୫ରେ ବିଟିଶ ଶାସନରୁ ନିଜକୁ ମୁକ୍ତ ଘୋଷଣା କରିଥିଲା ଆରବୀୟ ଦେଶ ବାହାରିନ୍‌। ଯଦିଓ ଏଠାରୁ ୧୯୬୦ ପରବର୍ତ୍ତୀ ସମୟରୁ ହିଁ ବ୍ରିଟିଶ ସେନା ବାହିନୀର ଅପସାରଣ ଆରମ୍ଭ ହୋଇଯାଇଥିଲା ତଥାପି ଅଗଷ୍ଟ ୧୫ରେ ହିଁ ବ୍ରିଟେନ ଏବଂ ବାହାରିନ୍‌ ମଧ୍ୟରେ ସ୍ବାଧୀନତାର ଚୁକ୍ତ ହୋଇଥିଲା। ତେବେ ବାହାରିନ୍‌ ନିଜର ନ୍ୟାଶନାଲ ହଲିଡେ’ ଅଗଷ୍ଟ ୧୬ରେ ପାଳନ କରେ। ଏହି ଦିନ ବାହାରିନ୍‌ ଶାସକ ଇସା ବିନ୍‌ ସଲମାନ ଅଲ୍‌ ଖଲିଫାଙ୍କୁ ଶାସନ ଗାଦି ମିଳିଥିଲା।

କଙ୍ଗୋ: ୧୮୮୦ରୁ ଫ୍ରାନ୍ସ ଅଧୀନ ହୋଇ ରହିଥିଲା ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ। କଙ୍ଗୋବସୀଙ୍କ ଦାବି ଆଗରେ ଶେଷରେ ଫ୍ରାନ୍ସକୁ ମଥାନତ କରିବାକୁ ପଡ଼ିଥିଲା। ଦୀର୍ଘଦିନର ସଂଗ୍ରାମ ପରେ ୧୯୬୦ ଅଗଷ୍ଟ ୧୫ରେ କଙ୍ଗୋକୁ ମିଳିଥିଲା ସ୍ବାଧୀନତା। ଏଥିପୂର୍ବରୁ ଏହି ଦେଶ ‘ଫ୍ରାନ୍ସ କଙ୍ଗୋ’ ନାମରେ ପରିଚିତ ଥିଲା। ୧୯୦୩ରେ ଏହାକୁ ‘ମିଡିଲ କଙ୍ଗୋ’ ଏବଂ ସ୍ବାଧୀନତା ହାସଲ କରିବା ପରେ ଏହାର ନାମ ରଖାଯାଇଥିଲା ‘ରିପବ୍ଲିକ୍‌ ଅଫ୍‌ କଙ୍ଗୋ’।

ଲିକ୍‌ଟେନଷ୍ଟାଇନ୍‌: ପୃଥିବୀର କ୍ଷୁଦ୍ର ରାଷ୍ଟ୍ରମାନଙ୍କ ମଧ୍ୟରେ ଲିକ୍‌ଟେନଷ୍ଟାଇନ୍‌ ଅନ୍ୟତମ। ଏହି ଦେଶ ୧୮୬୬ ଅଗଷ୍ଟ ୧୫ରେ ଜର୍ମାନୀଠାରୁ ସ୍ବାଧୀନତା ହାସଲ କରିଥିଲା। ତେବେ ୧୯୪୦ ଅଗଷ୍ଟ ୧୫ରୁ ଲିକ୍‌ଟେନଷ୍ଟାଇନ୍‌ ସ୍ବାଧୀନତା ଦିବସ ପାଳନ କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri