ଅକ୍ଷୟ ତୃତୀୟାରେ ପଞ୍ଚୁପୂଜା: ପାଣିପାଗ ପୂର୍ବାନୁମାନ ଜାଣିବାର ଅଭିନବ ପରମ୍ପରା

ଲଇକେରା,୨୭।୪(ଡି.ଏନ.ଏ.)-ଅକ୍ଷୟ ତୃତୀୟାରେ ଚାଷ ଅନୁକୂଳ ହୁଏ। ପରମ୍ପରା ଅନୁଯାୟୀ ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳର ଚାଷୀମାନେ ନିଜ ଘରେ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବିଲରେ ଧାନ ବୁଣି ଚାଷର ଶୁଭରମ୍ଭ କରିଥାନ୍ତି। ଏହିଦିନ ଅର୍ଥାତ୍‌ ଅକ୍ଷୟ ତୃତୀୟା ତିଥିରେ ଚାଷୀ ପାଣିପାଗର ପୂର୍ବାନୁମାନ କରେ। ଏଥି ସକାଶେ ବହୁଦିନରୁ ଏକ ଅଭିନବ ପରମ୍ପରା ଚାଲି ଆସିଛି। ଯାହାକୁ ‘ପଞ୍ଚୁପୂଜା’ କୁହାଯାଏ। ଏହି ପୂଜାକୁ ବିଶ୍ୱାସ କରନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ। ଏହି ପୂଜାରୁ ଆଗାମୀ ଦିନର ପାଣିପାଗ ସଂକ୍ରାନ୍ତରେ ଚାଷୀ କୁଆଡ଼େ ସ୍ପଷ୍ଟ ହୋଇଥାଏ।
ବାଉଁଶ ତିଆରି ପାତିଆ ଦୁଇଟିରେ ପଞ୍ଚୁ ଧନୁ ତିଆରି କରାଯାଏ।  ସକାଳୁ ପଞ୍ଚୁ ପୂଜା ଓ ଧାରକ ୩ ଜଣ ସ୍ନାନ କରି ଓଦା ବସ୍ତ୍ରରେ ପୂଜା ସ୍ଥଳିରେ ପହଞ୍ଚତ୍ଥାନ୍ତି।  ପରେ ଯଥାରୀତିରେ ଆରମ୍ଭ ହୁଏ ପୂଜାର୍ଚ୍ଚନା। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୁଏ ପୂଜାସ୍ଥଳ । ହେଲେ ଏଥର କରୋନା ଭୟରେ ନିରାଡମ୍ବର ଭାବେ ପୂଜା କରାଯାଇଥିଲା। ତଥାପି ବି ଲୋକେ ସାମାଜିକ ଦୂରତା ଅବଲମ୍ବନ କରି ନ ଥିଲେ। ପୂଜକ ପୂଜା ଆରମ୍ଭ କରି ଧୂପ, ଦୀପ, ପୁଷ୍ପ ଦେଇ ଗୋଟିଏ ପଞ୍ଚୁରେ ଧର୍ମର ସୂଚକ ଭାବେ ଲାଲ ଓ ଅନ୍ୟ ଗୋଟିଏ ପଞ୍ଚୁରେ କାଳର ସୂଚକ ଭାବେ କଳା ରଙ୍ଗ ବୋଲି ଧାରକ ଦୁଇଜଣଙ୍କ ହାତରେ ଧରାଇ ମନ୍ତ୍ର ପାଠ କରିଥିଲେ।  ବିଶ୍ୱାସ ରହିଛି ଲାଲ ପଞ୍ଚୁ ଉପରକୁ ଉଠିଲେ ଭଲ ବର୍ଷା ସହ ଉତ୍ତମ ଫସଲ ହୋଇଥାଏ ଏବଂ କଳା ରଙ୍ଗର ପଞ୍ଚୁ ଉପରକୁ ଉଠିଲେ ଦୈବୀ ଦୁର୍ବିପାକ ସହ ଅନାବୃଷ୍ଟି ହୋଇ ମରୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।  ଚଳିତ ବର୍ଷ ପ୍ରଥମେ ଉଭ୍ୟ ପଞ୍ଚୁ ସ୍ଥିର ରହିଥିଲା।  ପ୍ରଥମେ କଳା ପଞ୍ଚୁ ଉପରକୁ ଉଠି ଅନାବୃଷ୍ଟି ସହ ବିପତ୍ାତର ସୂଚନା ଦେଇଥିଲା। ହେଲେ ପରେ ଲାଲ ପଞ୍ଚୁ ଉପରକୁ ଉଠି ଭଲ ବର୍ଷା ସହ ଉତ୍ତମ ଫସଲର ସୂଚନା ଦେଇଛି।  ଶେଷରେ ଉଭୟ ପଞ୍ଚୁ ଉପରକୁ ଉଠି ସାମାନ୍ୟ କମ୍‌ ବେଶି ଉପରେ ରହିଥିଲେ।  ଏହା ଦେଖି ଏକତ୍ରିତ ହୋଇଥିବା ଚାଷୀ ପ୍ରଥମେ ବିପତ୍ତି ରହିଥିବା ଓ ପରେ ଭଲ ବର୍ଷା ସହ ଭଲ ଫସଲ ହେବାର ସୂଚନା ମିଳୁଥିବା କୁହାକୁହି ହୋଇଛନ୍ତି।  ଅର୍ଥାତ୍‌ ପ୍ରଥମେ ଭଲ ବର୍ଷା ହୋଇ ନ ପାରେ, ଅନାବୃଷ୍ଟି ସହ କ୍ଷତି ହେବାର ଆଶଙ୍କା ରହୁଥିବା ବେଳେ ପରବର୍ତ୍ତି ସମୟରେ ଭଲ ବର୍ଷା ଓ ଶେଷ ବେଳକୁ ଯଥେଷ୍ଟ ଲାଭ ନ ହେଲେ ବି କ୍ଷତି ହେବ ନାହିଁ ବୋଲି ସୂଚନା ମିଳିଛି। ଏଥର ଉଭୟ ପଞ୍ଚୁକୁ ସୁନ୍ଦର ଅଗ୍ରୱାଲ ଏବଂ ରମେଶ କୁଅଁର ଧାରଣ କରିଥିବା ବେଳେ, ରାମେଶ୍ୱର ଅଗ୍ରୱାଲ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।  କେବଳ ଯେ, ଏହି ପରମ୍ପରାରେ ବିଶ୍ୱାସ ଅଛି ତା ନୁହେଁ ବରଂ ପୂର୍ବାନୁମାନ ସତ୍ୟ ହେଉଥିବାର ଅନେକ ଦୃଷ୍ଟାନ୍ତ ରହୁଥିବା ଚାଷୀ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri