ଅକ୍ଟୋବର ୨ରୁ ମୋ ସରକାର: ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କର: ଡିଆଇଜି

ଛତ୍ରପୁର,୩ା୯(ଡି.ଏନ୍‌.ଏ.)-ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକାରୀ ହେବା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏହାର ଲକ୍ଷ୍ୟ ା ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ସୋମବାର ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଏହାର ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ବୈଠକରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେବା ସହ ଏହାର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ଥାନାରେ କର୍ମଚାରୀଙ୍କ ଆଚରଣ କିଭଳି ବୃତ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ହେବ ତାହା ଉପରେ ଧ୍ୟାନ ଦେବାକୁ ଡିଆଇଜି କହିଥିଲେ ା ଏଥିସହ ଥାନାକୁ ଆସୁଥିବା ଲୋକଙ୍କ କାର୍ଯ୍ୟ ସହଜରେ କିପରି ହୋଇପାରିବ ସେ ନେଇ ଏବେଠୁ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଫୋନ୍‌ କରି ଥାନାକୁ ଯାଇଥିବା ଜନସାଧାରଣଙ୍କ ଠାରୁ ପ୍ରତିକ୍ରିୟା ନେବେ ା ତେଣୁ ଏହା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ କହିଥିଲେ ା ଏକ କଲ୍‌ ସେଣ୍ଟର ରହିବ ଏବଂ ଥାନାରେ ଅଭିଯୋଗ ଦେଇଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ରହିବ ା ଥାନାକୁ ଆସୁଥିବା ଲୋକଙ୍କୁ ଆଇଆଇସି ତାଙ୍କ ମୋବାଇଲ ନମ୍ବର ଦେବାକୁ ହେବ ବୋଲି କୁହାଯାଇଥିଲା। ଏହି ଅବସରରେ ସାଧନ କର୍ମୀଙ୍କ ପକ୍ଷରୁ ମୋ ସରକାର କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରାଯାଇଥିଲା ା ବୈଠକରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିଏସପି ଏସ୍‌. ପ୍ରଧାନ ଓ ପି. କେ ଦଳାଇ, ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶଙ୍କ ସମେତ ଜିଲାର ସମସ୍ତ ଥାନା ଆଇଆଇସିମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

ନନ୍ଦିପଦା ଥାନାକୁ ନ ଥିଲା ରାସ୍ତା, ଆଜି ଶିଳାନ୍ୟାସ କଲେ ଥାନାଧିକାରୀ

ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ…

ଶୁଦ୍ଧିକ୍ରିୟା ଭୋଜି ଖାଇ ​ସୁନାଖାଏନ ଗାଁରେ ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୨ଜଣଙ୍କ ଜୀବନ

​ଝାରସୁଗୁଡ଼ା/ଲଖନପୁର,୨୪ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତ ସୁନାଖାଏନ ଗ୍ରାମରେ ଝାଡ଼ାବାନ୍ତିର ଆତଙ୍କ ଦେଖାଦେଇଛି । ଏହି ରୋଗରେ…

ଚଳନ୍ତାଗାଡ଼ିରୁ ବାହାରିଗଲା ଚକା, ରାସ୍ତାକଡ଼ ଦୋକାନ ଭିତରେ ପଶିଯିବାରୁ…

ମୋହନା,୨୪ା୫(ମନ୍ମଥ ମିଶ୍ର): ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍‌ ( ଓଡି ୦୭ ଜେଡ୍‌ ୦୫୯୯ ) ବ୍ରହ୍ମପୁରଠାରୁ କାଟିଙ୍ଗା ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା…

ଆଉ ୫ ଦିନ ଜଳାଇବ,ଏଲ୍‌ ନିନୋକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, କହିଲେ ଏଥର…

ଭୁବନେଶ୍ୱର,୨୪ା୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri