ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି

ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର ପୁନରୁଦ୍ଧାର କରାଯାଉଛି। ମାତ୍ର ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ବ୍ଲକରେ ବିଟିଶ ସରକାରଙ୍କ ଅକଥନୀୟ ନିର୍ଯାତନା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ମୁକସାକ୍ଷୀ ହୋଇ ରହିଥିବା ବ୍ରିଟିଶ କୋଠି ସଂସ୍କୃତି ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ରିଟିଶ ସରକାର ଆମ ଦେଶକୁ ଶାସନ କରିବାବେଳେ ଏରସମା ମାଟିର ଅନେକ ଦେଶ ପ୍ରେମୀ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି କୋଠିରେ ନିର୍ଯାତନା ଦେଇଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହାସିକ କୋଠି ଏବେ ଭୂତକୋଠି ପାଲଟିଲାଣି।
ଅଳକା ନଦୀପଠାରେ ଥିବା ଏହି ଅଟ୍ଟାଳିକାରେ ୭ଟି କୋଠରୀ ରହିଛି। ଏଥିସହ ପ୍ରଶସ୍ଥ ବାରଣ୍ଡା ଓ ବାୟୁ ଚଳାଚଳ ପାଇଁ ବିଶାଳ ଝରକା କରାଯାଇଛି। ଏବେ ୨ଟି ବଡ଼ କୋଠରୀର ଛାତ ଭାଙ୍ଗିଗଲାଣି। ଝରକା ଓ ପ୍ରବେଶ ପଥର ଦରଜା ମାଟିରେ ମିଶିଗଲାଣି। ଏବେ ମଧ୍ୟ ୫ କୋଠରୀର ଛାତ ବୃହତ କାଠବୀମ ଉପରେ ରହିଛି। ଅନେକ ସ୍ଥାନରେ ପ୍ଲାଷ୍ଟର ଖସି ୧୦ ଇଞ୍ଚତ୍ଆ ପ୍ରସ୍ଥ ବିଶିଷ୍ଟ ଇଟା ଦେଖାଯାଉଛି। ଛାତ ଓ କାନ୍ଥରେ ଗଛ ଉଠିବା ଦ୍ୱାରା ଅନେକ ସ୍ଥାନ ଫାଟିଗଲାଣି। ଏ ସମ୍ପର୍କରେ ସାହାଡ଼ା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ କୁହନ୍ତି, ଏହି ବ୍ଲକର ଗୋଡ଼ା, ଜାନକାଦେଈପୁର ଥିଲା ଲୁଣ ଉତ୍ପାଦନର କେନ୍ଦ୍ରସ୍ଥଳ। ମାତ୍ର ଇଂରେଜ ସରକାର ଲୁଣ ମାରିବାକୁ ବେଆଇନ ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଲବଣ ସତ୍ୟାଗ୍ରହ ହୋଇଥିଲା। ଏହାକୁ ଦମନ କରିବା ପାଇଁ ଇଂରେଜମାନେ ଏରସମାର ବଣ ଜଙ୍ଗଲ ଘେରା ଅପନ୍ତରା ଅଞ୍ଚଳକୁ ଜଳପଥରେ ଆସି ଅଳକା ନଦୀ କୂଳରେ ଥିବା ବ୍ରିଟିଶ ଡାକବଙ୍ଗଳାରେ ରହି ଯୋଜନା କରିଥିଲେ। ବଳପୂର୍ବକ ଲବଣ ସତ୍ୟାଗ୍ରହ ଦମନ ପାଇଁ ସଂଗ୍ରାମୀମାନଙ୍କୁ ଲାଠି ପ୍ରହାର କରିବା ସହ ସେମାନଙ୍କ ଛାତି ଉପରେ ଘୋଡ଼ା ଚଢାଇ ଦେଇଥିଲେ। ନରସିଂହପୁରର ଦାସ ମଳିକ ସେତେବେଳେ ଗ୍ରାମରକ୍ଷୀ ଥିଲେ। ସଂଗ୍ରାମୀମାନଙ୍କ ଡାକରାରେ ଅନୁପ୍ରାଣିତ ହୋଇ ସେ ନିଜ ପୋଷାକକୁ ମାଟିରେ ପୋତି ଦେଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସାହାଡ଼ାର ମାନ ସାମଲ, ବଳରାମ ବିଶ୍ୱାଳ, ଗତେଶ୍ୱରପୁରର ଜୁଳି ଦେଈ, ବିଳାସୀ ଦେଈ, ବଳରାମପୁରର ମଦନ ଜେନା ପ୍ରମୁଖଙ୍କୁ ବ୍ରିଟିଶ ସେନା ଏହି କୋଠିରେ ବନ୍ଦୀ କରି ବାଡେଇ ବାଡେଇ ଲହୁ ଲୁହାଣ କରିଦେଇଥିଲା। ଏହି କୋଠି ସ୍ବାଧୀନତା ସଂଗ୍ରାମୀଙ୍କ ରକ୍ତ ରଞ୍ଜିତ ସ୍ମୃତିପୀଠ। ସଂସ୍କୃତି ବିଭାଗ ଏହାର ପୁନରୁଦ୍ଧାର କରିବା ଆବଶ୍ୟକ। ସ୍ବାଧୀନତା ସଂଗ୍ରାମରେ ଏରସମାର ପୃଷ୍ଠଭୂମି ସମ୍ପର୍କରେ ଆକାଶବାଣୀର ବରିଷ୍ଠ ଗୀତିକାର ସ୍ବର୍ଗତ ଶୁଭନାରାୟଣ ସ୍ବାଇଁଙ୍କ ରଚିତ ସଂଗ୍ରାମୀ ସ୍ମରଣେ ଉପନ୍ୟାସରେ ଉଲ୍ଲେଖ ଅଛି ଯେ, ଏହି କୋଠିରେ ୩୦ରୁ ଊର୍ଦ୍ଧ୍ୱ ବ୍ରିଟିଶ ସୈନିକ ରହୁଥିଲେ। ୧୦ରୁ ୧୫ଟି ଘୋଡ଼ା ରଖାଯାଇଥିଲା। ଅଳକା ନଦୀର ଲୁଣା ପାଣିରୁ ଲୁଣ ମାରିବାକୁ ଉଦ୍ୟମ କଲେ ଗୋରା ସିପାହୀ ମାଡ଼ ମାରିବା ସହ ଘୋଷାରି ଘୋଷାରି ନେଇ ଏହି କୋଠିରେ ନିର୍ଯାତନା ଦେଉଥିଲେ। ଏହା ଏକ ଐତିହାସିକ ସ୍ମୃତିପୀଠ ହୋଇଥିବାରୁ ଏହାର ପୁନରୁଦ୍ଧାର କରିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri