ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ

ଛତ୍ରପୁର,୧୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଫନୀ ବାତ୍ୟା ବେଳେ ଏବଂ ପରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଟିମ୍‌ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ବୈଠକରେ ଜିଲାପାଳ ପ୍ରଶଂସା କରିଥିଲେ। ଜନସାଧାରଣଙ୍କୁ ଅଧିକ ଉତ୍ତମ ସେବା ଯୋଗାଇଦେବାର ଆବଶ୍ୟକତା ଥିବା ଜିଲାପାଳ କହିଥିଲେ। ମୋ ସ୍କୁଲ କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରାଯାଇ ସ୍କୁଲଗୁଡ଼ିକର ବିକାଶ ସହ ସେଠାରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଉଛି। ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ଲୋକଙ୍କୁ ସାମିଲ କରାଯାଇ ଏହାର ଭିତ୍ତିଭୂମି ସୁଦୃଢ଼ ସହ ବିଭିନ୍ନ ସୁବିଧାର ବ୍ୟବସ୍ଥା କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପ୍ରତି ହସ୍‌ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ରରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଓ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସିସିଟିଭି ଦ୍ୱାରା ଆବଶ୍ୟକ ପଡିଲେ ପୋଲିସ ତଦନ୍ତରେ ସହାୟତା ହୋଇପାରିବ ବୋଲି ଜିଲାପାଳ କହିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଠିକ୍‌ ଭାବେ ସଫେଇ ଓ ଗାର୍ଡେନ କରିବାକୁ କୁହାଯାଇଛି। ପିଆଇପି (ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ୍‌ ପ୍ଲାନ୍‌)-୨୦୧୯-୨୦  ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଜିଲାରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର  ଅଧିକାରୀ ଓ ଷ୍ଟାଫ୍‌ଙ୍କୁ ସମ୍ମାନିତ ସହ ପୁରସ୍କୃତ କରାଯାଇଥିଲା। ସେଥିମଧ୍ୟରେ ବେଲଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ହୋଇଥିବା ବେଳେ କୁକୁଡାଖଣ୍ଡି ସିଏଚସି ଦ୍ୱିତୀୟ ଓ ଭାଟକୁମରଡା ସିଏଚସି ତୃତୀୟରେ ରହିଛନ୍ତି। ଘର ଘର ବୁଲି ମଧୁମେହ, କ୍ୟାନ୍‌ସର ଓ ରକ୍ତଚାପ ଆଦି ରୋଗୀଙ୍କୁ ଚିହ୍ନଟ କରି ସ୍କ୍ରିନିଂ କରିବାରେ ସଫଳତା ନେଇ ଖଲ୍ଲିକୋଟ ସିଏଚସି ପ୍ରଥମ, କୋଦଳା ସିଏଚସି ଦ୍ୱିତୀୟ ଓ ଗାଲେରୀ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ। ଏହି ଆଭିମୁଖ୍ୟ ରଖି କାମ କରିବାକୁ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଥିଲେ। ଛତ୍ରପୁର ହସ୍ପିଟାଲ ଓ କୋଦଳା ସିଏଚସି ଚଳିତବର୍ଷ କାୟାକଳ୍ପ ଆୱାର୍ଡ ପାଇଛି। ଅତିକମ୍‌ରେ ସମସ୍ତ ଉପଖଣ୍ଡ ହସ୍ପିଟାଲ ଓ ସିଏଚସି ଏହି ଆୱାର୍ଡକୁ ଲକ୍ଷ୍ୟ ରଖି କାମ କଲେ ସମସ୍ତେ ଏଥିରେ ଉତ୍ତୀର୍ଣ୍ଣ ହୋଇପାରିବେ ଏବଂ ଏଥିପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ମଧ୍ୟ ବିକାଶ ହୋଇପାରିବ ବୋଲି ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ମାନ ବୃଦ୍ଧି କରିବାକୁ ଅନୁଦାନ ଦିଆଯାଇଥିଲେ ହେଁ ବାଲିସିରା, ଭାଟକୁମରଡା, ଖଲ୍ଲିକୋଟ ଓ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ର ଜମା ଅର୍ଥ ଖର୍ଚ୍ଚ କରି ନ ଥିବା ସମୀକ୍ଷାରୁ ଜଣାପଡ଼ିଥିଲା। ରୋଗୀ କଲ୍ୟାଣ ସମିତି ଓ ଗଭର୍ନିଂ ବଡି ବୈଠକ ବରାବର କରିବା,ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ ଓ ଆଶାକର୍ମୀ ମାନଙ୍କୁ ଭତ୍ତା ଠିକ୍‌ ସମୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ମ୍ୟାଲେରିଆରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନ ଥିବାବେଳେ ୧୨୮୪ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା। ଆଡପଡା, ବମକେଇ, ପାତ୍ରପୁର, ବଡଗଡ, ଧରାକୋଟ, ଗାଲେରି, ପୋଲସରା, ଚିକିଟି ଓ ଶେରଗଡ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଞ୍ଚଳରେ ମ୍ୟାଲେରିଆ ଅଧିକ ଦେଖାଦେଇଥାଏ। ଏନେଇ ସଚେତନତା କାର୍ଯ୍ୟକ୍ରମ ସହ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଦଳା ସିଏଚସି ପକ୍ଷରୁ ଆଶା କର୍ମୀମାନଙ୍କୁ ଭତ୍ତା ବାବଦରେ ୧ ଲକ୍ଷ ଟଙ୍କା ୬୫ ହଜାର ବକେୟା ରଖିଛି। ଏହା ତୁରନ୍ତ ଦେବା ସହ ଏଥିରେ ଖିଲାପ କଲେ ବିପିଏମ୍‌ମାନଙ୍କ ଦରମା ବନ୍ଦ କରାଯିବ ବୋଲି ସିଡିଏମଓ ସତର୍କ କରାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଜନିତ ମୃତ୍ୟୁ ହେଲେ ଏସମ୍ପର୍କରେ ସିଡିଏମଓଙ୍କୁ ଜଣାଇବାକୁ କୁହାଯାଇଛି। ଏଥିସହ ଆଗକୁ ବର୍ଷା ଦିନ ଆସୁଥିବାରୁ ଝାଡାବାନ୍ତି ବ୍ୟାପିବାର ସମ୍ଭାବନା ଥାଏ। ଏଣୁ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଚକିତ୍ସାଧିକାରୀ ଡା. ଭି. ସରୋଜିନୀ ଦେବୀ, ଡା. ଆର୍‌.ଜେ. ପଟ୍ଟନାୟକ, ସିଟି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ଡା. ମନୋଜ କୁମାର ପଣ୍ଡା, ଡା. ଅବନୀ କୁମାର ପାତ୍ର, ଛତ୍ରପୁର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. କାହ୍ନୁ ଚରଣ ପାତ୍ର, ଭଞ୍ଜନଗର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ  ଡା. ପି. ଦାଶ, ଡିଏମଆରସିଏଚ୍‌ ଶକ୍ତି କୁମାର ଦିଗାଲ, ଏମକେସିଜିର ଆସିଷ୍ଟାଣ୍ଟ ପ୍ରଫେସର ଡା. ବି କେ. ସାହାଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଛତ୍ରପୁର ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri