କମେଡିଆନରୁ ଡେଲିଭରି ବୟ

ମୁମ୍ବାଇ: କପିଲ ଶର୍ମା କହିଲେ ବୁଝାଏ କମେଡି । କମେଡିଆନ କପିଲ ଶର୍ମା ଦେଶର ପ୍ରତି ଘରେ ବେଶ ପରିଚିତ । ଏବେବି ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ‘ଦ କପିଲ ଶର୍ମା କମେଡି ଶୋ’ ବେଶ ଆଦୃତ । ଏବେ କିନ୍ତୁ କପିଲଙ୍କୁ ଦେଖିବାକୁ ମିଳିବ ଏକ ଭିନ୍ନ ରୂପରେ । ଖୁବଶୀଘ୍ର ରିଲଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ଜ୍ୱିଗାଟୋ’ । ଏଥିରେ ସେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ତାଙ୍କ ଟ୍ରାକ୍‌ରୁ ବାହାରି ଯାଇଛନ୍ତି । ଅର୍ଥାତ୍ ଏହି ମୁଭିରେ କପିଲ ଜଣେ ଡେଲିଭରି ବୟ ଭୂମିକାରେ ନଜର ଆସିବେ । ଆସନ୍ତା ମାସରେ ହେବାକୁ ଥିବା ୪୭ତମ ଟରଂଣ୍ଟୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ଏକ କ୍ଲିପ ପ୍ରଦର୍ଶିତ ହେବ ।
କମେଡଇ କିଙ୍ଗ ଭାବେ ଜଣାଶୁଣା କପିଲ ଏଥିରେ ସମ୍ପୂର୍ଣ୍ଣ ଭାବେ ବିପରିତ ରୋଲରେ ନଜର ଆସିଛନ୍ତି । ଏଥିରେ ସେ ତାଙ୍କ ଆବଶ୍ୟକତାକୁ ପୁରଣ କରିବାକୁ ସଂଘର୍ଷ କରୁଛନ୍ତି । ମୁଭିରେ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଶହାନା ଗୋସ୍ୱାମୀ । ଘରର ଆବଶ୍ୟକତାକୁ ପୂରଣ କରିବାକୁ କପିଲଙ୍କ ପତ୍ନୀ କାମ କରିବାକୁ ଚାହୁଁଥିବା ବେଳେ କପିଳ କିନ୍ତୁ ଏହାକୁ ବାରଣ କରିଛନ୍ତି । ପୁରୁଣା ମାନସିକତା ଦୃଷ୍ଟିରୁ ସେ ଏଭଳି କଥା କହୁଛନ୍ତି । ଏହି ଫିଲ୍ମର ଏକ ପୋଷ୍ଟର କପିଲ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଗୁରୁବାର ଏହାର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଏଥିରେ କପିଲ ଏକ ଇଲକ୍ଟ୍ରୋନିକ ଇନଷ୍ଟ୍ରୁମେଣ୍ଟ ସଜାଡୁଥିବା ଦେଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନନ୍ଦିତା ଦାସ ।

Share