ବଜ୍ରକାପ୍ତା ପାଇଁ ବନ୍ଦ ହେଉ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର, ୧୮ା୮(ବ୍ୟୁରୋ):    ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଆଦିମାତା କଲୋନୀସ୍ଥିତ ‘ମୋ ବସ’ ଡିପୋରେ ଚାଲିଥିବା ନିର୍ମାଣ କାମକୁ ବନ୍ଦ କରି ବଜ୍ରକାପ୍ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ପ୍ରାଣୀ ବିଶେଷଜ୍ଞମାନେ ଦାବି ଜଣାଇଛନ୍ତି। ଏନେଇ ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ରାଜ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଚିଠି ଲେଖିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ୍‌ ମହାନ୍ତି। ମୋ ବସ୍‌ ଡିପୋରେ ପାଣି ଜମୁ ଥିବାରୁ ତାହାର ଉଚ୍ଚତା ବୃଦ୍ଧି ପାଇଁ ବାଲି ଫିଲିଂ କରାଯାଉଛି। ସେହି ଅଞ୍ଚଳରୁ ଗତ ୬ ତାରିଖରେ ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ତେବେ ସେହିଦିନ ଆଦିମାତା କଲୋନୀ ପଟେ ନିର୍ମାଣ ହେଉଥିବା ଡ୍ରେନ ଭିତରେ କାଦୁଅ ସ୍ତର ଉପରେ ଏକାଧିକ ବଜ୍ରକାପ୍ତାଙ୍କ ଛୋଟ ଓ ବଡ଼ ଅସଂଖ୍ୟ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। ନିକଟରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ରାତିରେ ଅନେକଥର ଛୋଟବଡ଼ ୩ଟି ବଜ୍ରକାପ୍ତାଙ୍କୁ ଦେଖିଥିବା କହିଥିଲେ। ତେଣୁ ସେଠାରେ ଏକାଧିକ ବଜ୍ରକାପ୍ତା ରହିଥିବା ସନ୍ଦେହ ଦୃଢ଼ିଭୂତ ହୋଇଥିଲା। ବଜ୍ରକାପ୍ତାଙ୍କ ଗତିବିଧି ଠାବ କରିବାକୁ ନନ୍ଦନକାନନର ବିଶେଷଜ୍ଞ ଟିମ୍‌ ଆସି ୪ଟି କ୍ୟାମେରା ଟ୍ରାପ ମଧ୍ୟ ଲଗାଇଛନ୍ତି। ଭୁବନେଶ୍ୱର ରେଞ୍ଜ୍‌ କର୍ମଚାରୀମାନେ ପାଳି କରି ୨୪ଘଣ୍ଟା ପହରା ମଧ୍ୟ ଦେଉଛନ୍ତି। ଯେହେତୁ ଏକାଧିକ ସଂଖ୍ୟକ ବଜ୍ରକାପ୍ତା ସେଇ ସ୍ଥାନରେ ଚଳପ୍ରଚଳ କରିବାର ପ୍ରମାଣ ମିଳିଛି, ସେମାନଙ୍କୁ ସେଇ ଅସୁରକ୍ଷିତ ସ୍ଥାନରୁ ଧରି ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପର୍ଯ୍ୟନ୍ତ ସେଠାରେ ନିର୍ମାଣ କାମ ବନ୍ଦ ହେବା ନିହାତି ଆବଶ୍ୟକ ବୋଲି ବିଶ୍ୱଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri