Categories: ବାଣିଜ୍ୟ

ଜୋମାଟୋ ପାଇଲା ଆରବିଆଇ ଅନୁମତି, ଏବେ phonepe, paytm ଭଳି ସଂସ୍ଥାଙ୍କୁ ଦେବ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫ା୧: ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ଜୋମାଟୋ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ‘ଅନଲାଇନ୍ ପେମେଣ୍ଟ ଏଗ୍ରିଗେଟର୍’ ଭାବରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇଛି। ଆରବିଆଇ ଗାଇଡଲାଇନ ଅନୁଯାୟୀ ଜୋମାଟୋର ଏହି ସହଯୋଗୀ କମ୍ପାନୀ ଅନୁମତି ପାଇବା ପରେ ୨୪ ଜାନୁଆରୀ ଠାରୁ ହିଁ କାର୍ଯ୍ୟ ଆରମ୍ଭ କରିବ ବୋଲି କମ୍ପାନୀ ଘୋଷଣା କରିଛି।

ଗୁରୁବାର କମ୍ପାନୀର ଶେୟାର ହ୍ରାସ ସହିତ ୧୩୬ ଟଙ୍କାରେ କାରବାର ବନ୍ଦ କରିଥିଲା। ବର୍ତ୍ତମାନ କମ୍ପାନୀର ମାର୍କେଟ କ୍ୟାପ୍ ୧,୧୮,୪୬୮ ଟଙ୍କା ରହିଛି। ନିକଟରେ କମ୍ପାନୀର ସିଇଓ ଦୀପିନ୍ଦର ଗୋୟେଲ ଘୋଷଣା କରିଥିଲେ କି ୨୦୨୪ ପ୍ରଥମ ଦିନର ବର୍ଷର ପୂର୍ବ ରାତିରେ ଯେତିକି ଅର୍ଡର ପାଇଥିଲା ତାହା ୧୫,୧୬,୧୭,୧୮,୧୯ ଏବଂ ୨୦ରେ ବର୍ଷରେ ପାଇଥିବା ଅର୍ଡର ସମାନ ଅଟେ। ଏନେଇ ସେ ଏକ୍ସରେ ସୂଚନା ଦେଇଥିଲେ।

ଗତ ଡିସେମ୍ବର ମାସରେ ବ୍ଲୁମବର୍ଗ ରିପୋର୍ଟ କରିଥିଲା ଯେ, କମ୍ପାନୀ ଅନ୍ୟତମ ଭାରତୀୟ ସଁ କମର୍ସ କମ୍ପାନୀଶିପରକେଟକୁ କିଣିବା ପାଇଁ ଆଗ୍ରହ ଦେଖାଇଥିଲା। ଏହି ଡିଲ ଯଦି ଫାଇନାଲ ହୁଏ ତେବେ କମ୍ପାନୀର ମୂଲ୍ୟ 2 ବିଲିୟନ ଡଲାର ଛୁଇଁବ।

 

Share