Posted inଜାତୀୟ

କାରଗିଲ ସହ ଯୋଡି ହେବ କଶ୍ମୀର: ଜୋଜିଲା ଟନେଲର ଉଦ୍‌ଘାଟନ କଲେ ଗଡକରୀ

ନୂଆଦିଲ୍ଲୀ,୧୫ ।୧୦: ଲଦ୍ଦାଖର କାରଗିଲ ଅଞ୍ଚଳକୁ କଶ୍ମୀର ଘାଟିସହ ଯୋଡୁଥିବା ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରାଯାଇଛି । ଏଥିପାଇଁ ହୋଇଥିବା ବିସ୍ଫୋଣର ପ୍ର୍ରଥମ ବଟନ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କରିଛନ୍ତି । ଏହି ଟନେଲର ଲମ୍ବ ୧୪.୧୫ କିଲୋମିଟର ବୋଲି ଜଣାପଡିଛି । ସାମରିକ ଦୃଷ୍ଟି କୋଣରୁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହା ଏସିଆର ସବୁଠାରୁ ଲମ୍ବା ଟନେଲ ବୋଲି କୁହାଯାଉଛି । ଏହି ଟନେଲ ନିର୍ମାଣ ହୋଇ ସାରିବା ପରେ ଲଦ୍ଦାଖର ରାଜଧାନୀ ଲେହ ଓ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀଗନର ମଧ୍ୟରେ ବର୍ଷର ସବୁ ସମୟରେ ଯିବା ଆସିବା କରିବା ସମ୍ଭବ ହୋଇ ପାରିବ । ଏହାସହ ଦୁଇଟି ସ୍ଥାନ ମଧ୍ୟରେ ଯାତ୍ରା ସମୟରେ ୩ ଘଣ୍ଟା କମ୍ ହୋଇଯିବ । ସୂଚନାଯୋଗ୍ୟ, ୧୧,୫୭୮ ଫୁଟ ଉଚ୍ଚାତାରେ ଥିବା ଜୋଜିଲା ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ପାଖାପାଖି ୬ ମାସ ବରଫରେ ଆଚ୍ଛାଦିତ ହେଉଥିବାରୁ ଏନ୍‌ଏଚ୍‌-୧ ଅର୍ଥାତ୍ ଶ୍ରୀନଗର-କାରଗିଲ-ଲେହ ଜାତୀୟ ରାଜପଥରେ ଗମନାଗମନ ବନ୍ଦ ରହିଥାଏ । ଏହା ଏପର୍ଯ୍ୟନ୍ତ ଯାନବାହନ ଚାଳନା ପାଇଁ ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri