ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ ବିଷୟରେ ପଚାରିଲେ ସେମାନେ ଚୁପ ହୋଇଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ରାଶିର ଲୋକଙ୍କଠାରେ ଅନ୍ୟମାନଙ୍କ ମନର କଥା ବୁଝିବାର ଏପରି କ୍ଷମତା ଥାଏ ବୋଲି ମନେ କରାଯାଏ। ସେମାନେ କଥାବାର୍ତ୍ତା ସମୟରେ ସାମ୍ନା ବ୍ୟକ୍ତିର ମନର ଦ୍ୱନ୍ଦ୍ୱ ଓ ରହସ୍ୟକୁ ଅନୁମାନ କରିପାରନ୍ତି। କିନ୍ତୁ ନିଜ ହୃଦୟର କଥା ସହଜରେ କାହାକୁ କୁହନ୍ତି ନାହିଁ। ଜ୍ୟୋତିଷ ମତ ଅନୁସାରେ, ଏପରି ୩ଟି ରାଶି ରହିଛି, ଯେଉଁମାନଙ୍କୁ ‘ରହସ୍ୟର ଗ୍ରନ୍ଥାଘର ’ ବୋଲି କୁହାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବିଛା ରାଶିର ଲୋକମାନେ ଅନ୍ୟମାନଙ୍କ ରହସ୍ୟ ଜାଣିବା ଓ ତାହାକୁ ଗୋପନ ରଖିବାରେ ଆଗରେ ଥାଆନ୍ତି। ସାମ୍ନା ବ୍ୟକ୍ତିର ଆଖି, ଶରୀରର ଭଙ୍ଗୀ ଓ କଥାବାର୍ତ୍ତାରୁ ତାଙ୍କ ମନର କଥା ବୁଝିବାର କ୍ଷମତା ଥାଏ ବୋଲି ଜ୍ୟୋତିଷରେ କୁହାଯାଏ। ମଙ୍ଗଳ ଗ୍ରହର ପ୍ରଭାବ ଯୋଗୁ ଏହି ରାଶିର ଲୋକଙ୍କ ମଧ୍ୟରେ ତୀକ୍ଷ୍ଣ ଅବଲୋକନ ଶକ୍ତି ରହିଥାଏ ବୋଲି ବିଶ୍ୱାସ ରହିଛି। ଆପଣ ସେମାନଙ୍କଠାରୁ କିଛି ଲୁଚାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ, ସେମାନେ ଆପଣଙ୍କ ହାବଭାବରୁ ଅନେକ କଥା ବୁଝିପାରନ୍ତି। କିନ୍ତୁ ନିଜ କଥା ଆସିଲେ ବିଛା ରାଶିର ଲୋକମାନେ ଅତ୍ୟନ୍ତ ଗୋପନୀୟ ହୋଇଥାନ୍ତି। ସେମାନଙ୍କ ହୃଦୟକୁ ଏକ ଗଭୀର ସମୁଦ୍ର ସହ ତୁଳନା କରାଯାଏ। ମୁହଁ ଦେଖି ସେମାନଙ୍କ ମନରେ କ’ଣ ଚାଲିଛି, ତାହା ଜାଣିବା ସହଜ ନୁହେଁ। ନିଜ ରହସ୍ୟକୁ ଗୋପନ ରଖିବାକୁ ସେମାନଙ୍କ ନୀରବତା ହିଁ ସବୁଠାରୁ ବଡ଼ ଅସ୍ତ୍ର ବୋଲି ଜ୍ୟୋତିଷରେ ମତ ରହିଛି।

ମକର ରାଶିର ଲୋକମାନେ ଗମ୍ଭୀର ଓ ବ୍ୟବହାରିକ ସୱଭାବର ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ। ଏହି ରାଶିର ସୱାମୀ ଗ୍ରହ ଶନି ହୋଇଥିବାରୁ ସେମାନଙ୍କ ସ୍ବଭାବରେ ଗମ୍ଭୀରତା ଦେଖାଯାଏ ବୋଲି ବିଶ୍ୱାସ ରହିଛି।
ମକର ରାଶିର ଲୋକମାନେ ସାଧାରଣତଃ ନିଜ ଭାବନାକୁ ସହଜରେ ପ୍ରକାଶ କରନ୍ତି ନାହିଁ। ବାହାରୁ ଶାନ୍ତ ଦେଖାଯାଉଥିଲେ ମଧ୍ୟ ସେମାନେ ଚାରିପାଖର ଲୋକଙ୍କ କାର୍ଯ୍ୟକଳାପକୁ ଧ୍ୟାନର ସହ ନଜର ରଖନ୍ତି ବୋଲି ଜ୍ୟୋତିଷ ମତ ରହିଛି।
କଥାବାର୍ତ୍ତା ସମୟରେ ସେମାନେ ସାମ୍ନା ବ୍ୟକ୍ତିଙ୍କୁ ଏପରି ଭାବେ କଥା କୁହାଇପାରନ୍ତି ଯେ, ସେହି ବ୍ୟକ୍ତି ନିଜ ଅଜାଣତରେ ଅନେକ ଗୁପ୍ତ କଥା କହିଦିଅନ୍ତି। ତେବେ ମକର ରାଶିର ଲୋକମାନେ ନିଜ ଜୀବନ ସମ୍ପର୍କରେ ସହଜରେ କାହାକୁ କିଛି କୁହନ୍ତି ନାହିଁ। ଅନ୍ୟମାନଙ୍କ ଗୋପନୀୟ କଥାକୁ ନିଜ ପାଖରେ ସୁରକ୍ଷିତ ରଖିବା ସେମାନଙ୍କ ଏକ ବିଶେଷ ଗୁଣ ବୋଲି ମନେ କରାଯାଏ।

ବୁଧ ଗ୍ରହର ପ୍ରଭାବ ଯୋଗୁ ମିଥୁନ ରାଶିର ଲୋକମାନେ ତୀକ୍ଷ୍ଣ ବୁଦ୍ଧି ଓ ଭଲ କଥାବାର୍ତ୍ତା କରିବାର କ୍ଷମତା ରଖନ୍ତି ବୋଲି ଜ୍ୟୋତିଷରେ କୁହାଯାଏ। ସେମାନେ ଏପରି ଚତୁରତାର ସହ କଥାବାର୍ତ୍ତା କରନ୍ତି ଯେ, ସାମ୍ନା ବ୍ୟକ୍ତି ନିଜ ଅଜାଣତରେ ନିଜର ଗଭୀର କଥା ମଧ୍ୟ କହିଦିଅନ୍ତି। ମିଥୁନ ରାଶିର ଲୋକଙ୍କ କଥାବାର୍ତ୍ତା ଶୈଳୀ ଏପରି ହୋଇଥାଏ ଯେ, ଲୋକମାନେ ସହଜରେ ସେମାନଙ୍କ ଉପରେ ଭରସା କରି ନିଜ ବ୍ୟକ୍ତିଗତ କଥା ସେୟାର କରନ୍ତି। କିନ୍ତୁ ନିଜ ବିଷୟରେ ସେମାନେ ସମ୍ପୂର୍ଣ୍ଣ କଥା ପ୍ରକାଶ କରନ୍ତି ନାହିଁ। ଜ୍ୟୋତିଷ ମତ ଅନୁସାରେ, ମିଥୁନ ରାଶିର ଲୋକମାନେ ପରିସ୍ଥିତି ଅନୁଯାୟୀ ଭିନ୍ନ ଭିନ୍ନ ରୂପ ଦେଖାଇପାରନ୍ତି। ସେମାନେ ନିଜ ବ୍ୟକ୍ତିଗତ ଜୀବନର ସମ୍ପୂର୍ଣ୍ଣ ଚିତ୍ର ଅନ୍ୟମାନଙ୍କ ସାମ୍ନାରେ ଆସିବାକୁ ଦିଅନ୍ତି ନାହିଁ। ତେଣୁ ସେମାନଙ୍କ ସହ ବନ୍ଧୁତା କରିବା ସହଜ ହୋଇଥିଲେ ମଧ୍ୟ, ସେମାନଙ୍କ ହୃଦୟର ଗଭୀର କଥା ଜାଣିବା ସହଜ ନୁହେଁ।

Odisha’s No.1 Odia Daily

Share