ରେଳ ଟ୍ରାକ୍‌କୁ ମଜଭୁତ କରିବ ଜିଙ୍କ୍‌

ଭୁବନେଶ୍ୱର,୮।୭: ଅନ୍ତଃରାଷ୍ଟ୍ରୀୟ ଜିଙ୍କ୍‌ ଆସୋସିଏଶନ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ରେଲଓ୍ବେର ବିଶାଳ ରେଳ ନେଟ୍‌ଓ୍ବାର୍କରେ ବିସ୍ତାରିତ ହୋଇଥିବା ରେଳ ଟ୍ରାକ୍‌ର ସୁରକ୍ଷା ଓ ଅବକ୍ଷୟ ରୋକିବା ଦିଗରେ ଜିଙ୍କ୍‌ ଆବୃତ୍ତ ରେଳ ଲାଇନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି।
ଏ ସମ୍ପର୍କରେ ଅନ୍ତର୍ଜାତୀୟ ଜିଙ୍କ୍‌ ଆସୋସିଏସନର ନିର୍ଦ୍ଦେଶକ ରାହୁଲ ଶର୍ମା କହିଛନ୍ତି, ବିଭିନ୍ନ କାରଣରୁ ରେଳ ଟ୍ରାକ୍‌ କ୍ଷୟ ଯୋଗୁ ରେଳବାଇ ବାର୍ଷିକ ବହୁ କ୍ଷତି ସହିଥାଏ। ଏପରିକି ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବିଶେଷ କ୍ଷତିକାରକ ଏବଂ ଟ୍ରେନର ଗତି ହ୍ରାସ ହୋଇଥିବାରୁ ଦୈନିକ ଯାତ୍ରା ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଥାଏ। ସେହିଭଳି ଏହା ମଧ୍ୟ ନିରାପତ୍ତା ଦକ୍ଷତା ଉପରେ ବେଶ୍‌ ପ୍ରଭାବ ପକାଇଥାଏ ଏବଂ କାର୍ଯ୍ୟଦକ୍ଷତାକୁ ମଜଭୁତ କରିବା ଉଦ୍ଦେଶ୍ୟରେ ମୁଖ୍ୟତଃ କ୍ଷତିକାରକ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ବୋର୍ଡ ଜିଙ୍କ୍‌ ଆବୃତ୍ତ ରେଳ ବ୍ୟବହାର ପାଇଁ ଆଗୁଆ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା,ଚାଇନା ଏବଂ ରୁଷିଆ ପରେ ଭାରତୀୟ ରେଳର ବୃହତ୍‌ ରେଳ ନେଟ୍‌ୱାର୍କ ରହିଛି। ଏପରିକି ଏହାର ସମୁଦାୟ ଟ୍ରାକ୍‌ ୧,୧୪,୯୦୭ କିଲୋମିଟର ଲମ୍ବ ହୋଇଥିତ୍ବାବେଳେ ୨୧,୬୪୮ରୁ ଅଧିକ ଟ୍ରେନ୍‌ ଏବଂ ପ୍ରତିଦିନ ୨୨ନିୟୁତ ଯାତ୍ରୀଙ୍କ ସହିତ ୩.୩୨ନିୟୁତ ଟନ୍‌ ମାଲ ପରିବହନ କରିଥାଏ। ବିଶେଷ କରି ଉଚ୍ଚମାନର ଟ୍ରାକ୍‌ ଏବଂ ରକ୍ଷଣାବେକ୍ଷଣରେ ଏହାର ଯଥେଷ୍ଟ ବିନିଯୋଗ ଆବଶ୍ୟକ କରିଥାଏ। ଗାଲଭାନାଇଜ୍ଡ୍‌ ଷ୍ଟିଲର କ୍ଷୟ ପ୍ରତିରୋଧ ଏବଂ ସ୍ଥାୟିତ୍ୱ ରେଳ ଟ୍ରାକ୍‌ ପାଇଁ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri