Categories: Home Leftଖେଳ

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବାସନ୍ଦ କରାଯାଇଛି।

ଜିମ୍ବାଓ୍ବେ ପେସର ପ୍ରଥମେ ପିଏସ୍‌ଏଲ୍‌ରେ ଇସ୍ଲାମାବାଦ ୟୁନାଇଟେଡ୍‌ ପକ୍ଷରୁ ଖେଳିବା ପାଇଁ ଚୁକ୍ତି କରିଥିଲେ। ପରେ ଚୁକ୍ତିରୁ ଓହରି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ପାଇଁ ଆଇପିଏଲ୍‌ରେ ଖେଳିଥିଲେ। ଏହି ଡାହାଣ ହାତୀ ପେସର ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ତୃତୀୟ ସର୍ବାଧିକ ୧୩ ଉଇକେଟ ନେଇଥିଲେ, ଯାହା ଫଳରେ ଜିମ୍ବାଓ୍ବେ ସୁପର-୮ରେ ପହଞ୍ଚିଥିଲା।

Share