Posted inଖେଳ

ଜିମ୍ବାଓ୍ବେର ରୋମାଞ୍ଚକ ବିଜୟ: ପାକିସ୍ତାନର ଆଗାମୀ ଯାତ୍ରା କଷ୍ଟକର

ପର୍ଥ,୨୭।୧୦: ପର୍ଥଠାରେ ଗୁରୁବାର ଖେଳାଯାଇଥିବା ସୁପର-୧୨ର ୨୪ତମ ମ୍ୟାଚରେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଜିମ୍ବାଓ୍ବେ ରୋମାଞ୍ଚକ ବିଜୟ ହାସଲ କରିଛି। ଚଳିତ ବିଶ୍ବକପରେ କ୍ରମାଗତ ଭାବେ ପାକିସ୍ତାନର ଏହା ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିଲା। ଲଗାତାର ୨ଟି ପରାଜୟ ପରେ ଏବେ ପାକିସ୍ତାନ ପାଇଁ ଆଗକୁ ବଢିବା କଷ୍ଟକର ହୋଇପଡ଼ିଛି।

ଜିମ୍ବାଓ୍ବେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା । ଦଳ ପକ୍ଷରୁ ସିନ ଓ୍ବିଲିୟମ୍‌ସନ ସର୍ବାଧିକ ୩୧ ରନ୍‌ କରିଥିଲେ।

୧୩୧ ରନ୍‌ର ସହଜ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ମହମ୍ମଦ ରିଜଓ୍ବାନ ଏବଂ ଅଧିନାୟକ ବାବର ଆଜମ୍‌ ଫେଲ୍‌ ମାରିଥିଲେ। ବାବର ଆଜମ୍‌ ୪ ରନ୍‌ କରିଥିବା ବେଳେ ମହମ୍ମଦ ରିଜଓ୍ବାନ ୧୪ ରନ୍‌ କରିଥିଲେ। ସାନ ମାସୁଦ ଧର୍ଯ୍ୟର ସହ ବ୍ୟାଟିଂ କରି ୪୪ ରନ୍‌ କରିଥିଲେ। ହେଲ ଫେଲ ମାରିଥିଲେ ମିଡିଲଅଡ୍‌ର। ପାକିସ୍ତାନକୁ ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍‌ ଦରକାର ରହିଥିଲା। କ୍ରିଜ୍‌ରେ ଥିଲେ ମହମ୍ମଦ ନୱାଜ ଏବଂ ମହମ୍ମଦ ୱାସିମ। ବ୍ରାଡ ଇଭାନ୍ସଙ୍କ ହାତରେ ରହିଥିଲା ବଲ। ପ୍ରଥମ ବଲରେ ନୱାଜ ୩ ରନ୍‌ ହାସଲ କରିଥିବା ବେଳେ ଦ୍ୱିତୀୟ ବଲରେ ୱାସିମ ଚୌକା ମାରିଥିଲେ। ତୃତୀୟ ବଲରେ ୧ ରନ୍‌ ନେବା ପରେ ନୱାଜ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ୪ର୍ଥ ବଲରେ ସେ କୌଣସି ରନ୍‌ କରିପାରି ନ ଥିଲେ। ୨ ବଲରେ ୩ ରନ୍‌ ଆବଶ୍ୟକ ଥିବା ପଞ୍ଚମ ବଲ୍‌ରେ ନୱାଜ ଆଉଟ୍‌ ହୋଇଯାଇଥିଲେ। ଶେଷ ବଲ ସାମ୍ନା କରିବାକୁ ଆସିଥିଲେ ଶାହୀନ ଆଫ୍ରିଦି। ଜିତିବାକୁ ୩ ରନ୍‌ ଦରକାର ଥିବା ବେଳେ ଆଫ୍ରିଦି ସିଧା ଏକ ସଟ୍‌ ମାରିଥିଲେ। ସେ ଦୁଇ ରନ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ରନ୍‌ ଆଉଟ ହୋଇଯାଇଥିଲେ। ଫଳରେ ଜିମ୍ବାୱେ ୧ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri