Categories: ଖେଳ

ଜିମ୍ବାଓ୍ବେ ପ୍ରସ୍ତୁତ: ଅଧିନାୟକ କହିଲେ‘ କୋହଲିଙ୍କୁ ଆଉଟ୍‌ କରିବାର ସୁଯୋଗ କ’ଣ କେବେ ମିଳେ’

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାର ସୁପର-୧୨ ଚରଣରେ ନିଜର ଅନ୍ତିମ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଦଳ ଜିମ୍ବାଓ୍ବେକୁ ଭେଟିବ। ଭାରତୀୟ ଟିମ୍‌ ଅଙ୍କ ତାଲିକା ଶୀର୍ଷରେ ଥିବାରୁ ସେମିଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ ଜିମ୍ବାଓ୍ବେ ମଧ୍ୟ ମ୍ୟାଚ୍‌କୁ ନେଇ ଉତ୍ସାହିତ ଅଛି। ପୂର୍ବ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ ହରାଇବା ପରେ ମନୋବଳ ଦ୍ୱିଗୁଣିତ ହୋଇଛି। ଏମିତିରେ ଭାରତକୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି।

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଜିମ୍ବାଓ୍ବେ ଅଧିନାୟକ କ୍ରେଗ୍‌ ଇରଓ୍ବିନ୍‌ କହିଛନ୍ତି, ପାକିସ୍ତାନ ବିପକ୍ଷରେ ଜିତିବା ପରେ ଆମ ମନୋବଳ ବଢ଼ିଛି। ଏହା ଆମକୁ ଭରସା ଦେଇଛି ଯେ ଆମେ ଯେକୌଣସି ଟିମ୍‌କୁ ହରାଇପାରିବୁ। ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କ ସାମ୍ନାରେ ଖେଳିବାର ଆମ ପାଖରେ ବଡ ସୁଯୋଗ ରହିଛି। ସେମିତିରେ କ’ଣ କେବେ ବିରାଟ କୋହଲିଙ୍କୁ ଆଉଟ୍‌ କରିବାର ସୁଯୋଗ ମିଳେ? ଆମର ଦ୍ରୁତ ବୋଲର ଏହି ମ୍ୟାଚ୍‌ ଲାଗି ଉତ୍ସାହିତ ଥିବେ ବୋଲି ଆଶା ବୋଲି ସେ କହିଛନ୍ତି।

Share