ଜିଲା ପରିଷଦ ଜୋନ୍‌-୭ ଉପନିର୍ବାଚନ: ଦୁଇ ପ୍ରାର୍ଥୀଙ୍କ ନାଁ ସମାନ

କଟକ ସଦର, ୧୬ା୧୨(ଡି.ଏନ୍‌.ଏ.): କଟକ ଜିଲାପରିଷଦ ଜୋନ୍‌ ନଂ.୭ର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୩ ରାଜନୈତିକ ଦଳ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡି ପ୍ରାର୍ଥୀ ବିଳାସ ମଲ୍ଲିକ ଧରିଣା, ଯଶପଡା, ଅରିଲୋ, ସୋମପୁର ଓ କିଶୋରନଗର ପଞ୍ଚାୟତରେ କର୍ମୀ ସମ୍ମିଳନୀ ସହ ପ୍ରଚାର ଚଳାଇଛନ୍ତି। ତାଙ୍କ ସହ ବିଜେଡି ବ୍ଲକ ସଭାପତି ପ୍ରମୋଦ ମହାପାତ୍ର, ଶରତ ରାୟ, ବିଭୂତି ଭୂଷଣ ପରିଡା, ଜୀବନ ସାମନ୍ତରାୟ, ସମର ବେହେରା, ରୋହିତ ଜେନା ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀଦ୍ୱୟଙ୍କ ନାମ ନାରାୟଣ ମଲ୍ଲିକ ହୋଇଥିବାରୁ ଭୋଟରମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିବା କୁହାଯାଉଛି। ହେଲେ ଦଳୀୟ ଚିହ୍ନ ଭୋଟ୍‌ ବେଳେ ନିର୍ଣ୍ଣାୟକ ହେବ। ଭାଜପା ପ୍ରାର୍ଥୀ ନାରାୟଣ ମଲ୍ଲିକ ନିଜର ସମର୍ଥକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସତ୍ୟ ଜେନା, ଭାଜପା ନେତା ଦିଲୀପ ମଲ୍ଲିକଙ୍କ ସହ ପ୍ରଚାର ଚଳାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ନାରାୟଣ ମଲ୍ଲିକ ନିଜର ପ୍ରଚାରକ ଭାବେ ଅଭିଷେକ ମହାନନ୍ଦଙ୍କ ସହ ପ୍ରଚାର ଚଳାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଭାଗୀରଥି ଭୋଇ ସମର୍ଥକଙ୍କ ସହ ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।