ସରପଞ୍ଚରୁ ଜିଲା ପରିଷଦ ଉପସଭାପତି

ଭବାନୀପାଟଣା,୨୫।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା ୧ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ସୁଧୀରା ମେହେର କଳାହାଣ୍ଡି ଜିଲା ପରିଷଦ ଉପସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପସଭାପତି ନିର୍ବାଚନରେ ବିଜେଡି ପକ୍ଷରୁ ତାଙ୍କ ନାମ ସୁପାରିଶ ହୋଇଥିଲା। ଉପସଭାପତି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଘୋଷଣା କରିଥିଲେ।

ସୁଧୀରା ଏହା ପୂର୍ବରୁ ଚିଚୈଗୁଡା ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇଥିଲେ। ସରପଞ୍ଚ ଥିବା ସମୟରେ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରି ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଫଳରେ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ତାଙ୍କୁ ଆଟିଗଁା ଜୋନ୍‌ ଜିଲା ପରିଷଦ ପ୍ରାର୍ଥତ୍ନୀ ଭାବେ ଛିଡା କରିଥିଲା।

ଭାଜପାର ଗଡ କୁହାଯାଉଥିବା ଏହି ଜୋନ୍‌ରେ ପ୍ରଥମ ଥର ପାଇଁ ସେ ବିଜେଡିକୁ ବିଜୟୀ ଦେଇଥିଲେ। ଏହି ଜୋନ୍‌ରେ ପୂର୍ବରୁ ବିଜେଡି ଖାତା ଖୋଲି ପାରି ନ ଥିଲା। ଲଗାତାର ୪ ଥର ଏଠାରେ ଭାଜପା ବିଜୟୀ ହୋଇଥିଲା। ହେଲେ ଏଥର ସୁଧୀରା ପୂର୍ବତନ ଜିଲା ପରିଷଦ ସଭାପତି ତଥା ଭାଜପା ରାଜ୍ୟ ସମ୍ପାଦିକା ଶର୍ମିଷ୍ଟା ମେହେରଙ୍କୁ ୧୦ ହଜାର ୮୫୫ ଭୋଟରେ ହରାଇ ବିଜୟୀ ହୋଇଥିଲେ। ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ଜିଲା ସମେତ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରି ଇସ୍ତଫା ଓ ଗିରଫ ଦାବିରେ ବିରୋଧି ଗର୍ଜିଥିଲେ। ତେବେ ମନ୍ତ୍ରୀ ମିଶ୍ରଙ୍କୁ ଭରସା କରି ଦଳ କ୍ଲିନଚିଟ୍‌ ଦେଇଥିଲା। ଏପରିକି ପଞ୍ଚାୟତ ନିର୍ବାଚନରେ ଏହାକୁ ଚେକ୍‌ ଦେବା ପାଇଁ ବିଜେଡି ପକ୍ଷରୁ ଏହି ନିର୍ବାଚନମଣ୍ଡଳୀର ଏହି ଜୋନ୍‌ରେ ଉକ୍ତ ସମ୍ପ୍ରଦାୟର ସୁଧୀରାଙ୍କୁ ପ୍ରାର୍ଥତ୍ନୀ କରିଥିଲା। ସ୍ଥାନୀୟ ନିର୍ବାଚନମଣ୍ଡଳୀର ସବୁ ଜିଲା ପରିଷଦ ସଭ୍ୟା/ସଭ୍ୟ ମଧ୍ୟରୁ ସେ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଫଳରେ ଦଳ ତାଙ୍କୁ ଭରସା କରି ଜିଲା ଉପସଭାପତି ପଦ ପାଇଁ ଚୟନ କରିଥିଲା। ସରପଞ୍ଚରୁ ଜିଲା ପରିଷଦ ଉପସଭାପତି ହେବାକୁ ନେଇ ସ୍ଥାନୀୟ ଚିଚୈଗୁଡା ପଞ୍ଚାୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପରି କି ଦଳର କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri