ସିଲେଇ ପ୍ରଶିକ୍ଷିକାରୁ ଜିଲାପରିଷଦ ଅଧ୍ୟକ୍ଷା

ସୁନ୍ଦରଗଡ଼,୧୩।୩(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ଭାବେ କୁନ୍ତୀ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ସକାଶେ ସଂରକ୍ଷିତ ଜିଲା ପରିଷଦ ପଦ ପାଇଁ ସ୍ଥାନୀୟ ବିକାଶ ଭବନଠାରେ ରବିବାର ନିର୍ବାଚନ ହୋଇଥିଲା। ଜିଲାର ୩୫ଟି ଜିଲା ପରିଷଦ ଆସନ ମଧ୍ୟରୁ ଏଥର ୩୩ଟି ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ କରିଥିଲେ। ଏପରି କି ବିଜେଡି ଜିଲା ପରିଷଦ ଗଠନ ସକାଶେ ସଂଖ୍ୟା ହାସଲ କରିଥିଲା।

ହେଲେ ଜିଲାପରିଷଦ ସଭାପତି ପଦ ପାଇଁ ବିଜେଡିର ନବନିର୍ବାଚିତ ଅନେକ ହେଭିଓ୍ବେଟ ଜିଲାପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଏହି ପଦରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକ (ଖ) ଜୋନ ଜିଲା ପରିଷଦ ସଭ୍ୟା କୁନ୍ତୀ ପ୍ରଧାନଙ୍କ ନାମ ଉପରେ ମୋହର
ମାରିଥିଲେ।

ସାଧାରଣ ପରିବାରରୁ ଆସିଥିବା ସୁନ୍ଦରଗଡ଼ର ନବନିର୍ବାଚିତା ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନଙ୍କ ଏହି ଜୟ ଯାତ୍ରା ପଛରେ ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତାରୁ ତାଙ୍କୁ ଏହି ରାଜନୈତିକ ସଫଳତା ମିଳିପାରିଛି। ଜିଲାର ଟାଙ୍ଗରପାଲି ଗ୍ରାମର କୁନ୍ତୀ ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଶିକ୍ଷା ହାସଲ କରିଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଆଗକୁ ପଢି ପାରି ନ ଥିଲେ। ପରେ ସେ ସିଲେଇ ଶିଖି ଦୁଇ ପଇସା ରୋଜଗାର କରି ଆତ୍ମର୍ନିଭରଶୀଳ ହୋଇଥିଲେ।

ପରେ ସେ ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଗୋଷ୍ଠୀ ସହାୟିକା ଦାୟିତ୍ୱ ତୁଲାଇଥିଲେ। ଏପରି କି ସେ ମହିଳାମାନଙ୍କୁ ସିଲେଇ ଟ୍ରେନିଂ ଦେବା ପାଇଁ ପ୍ରଶିକ୍ଷିକା ଭାବେ ନିଯୁକ୍ତି ପାଇ ମିଶନ ଶକ୍ତି ଜିଲା ସମ୍ପାଦିକା ଦାୟିତ୍ୱ ତୁଲାଇଥିଲେ।

ଏଥିସହିତ ରାଜ୍ୟ ସରକାରଙ୍କ ଖାଦ୍ୟ ପ୍ରୁଷ୍ଟିସାର, ମୋ’ ବଗିଚା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସଫଳତାର ସହ ତାଲିମଦାତା ଭାବେ କାର୍ଯ୍ୟ ନିର୍ବାହ କରି ପ୍ରଶଂସା ସାଉଟି ଥିଲେ। ଏଥି ସହ ନିଜ ଅଞ୍ଚଳରେ କୁନ୍ତୀ ଜଣେ ସଙ୍କିର୍ତ୍ତନ ଗାୟିକା ଭାବେ ମଧ୍ୟ ପରିଚୟ ରହିଛି।

୨୦୧୨ରେ ସେ କଂଗ୍ରେସ ଟିକେଟରେ ଟାଙ୍ଗରପାଲି (କ)ଜୋନ ରୁ ଜିଲା ପରିଷଦ ସଭ୍ୟା ପାଇଁ ପ୍ରତିଦ୍ବନ୍ଦିତା କରି ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ । ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ଟିକେଟରେ ନିର୍ବାଚନ ଲଢି ଜନସାଧାରଣଙ୍କ ଆଶୀର୍ବାଦରୁ ବିଜୟୀ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବା ସେ କହିଛନ୍ତି। ସୁନ୍ଦରଗଡ଼ ଜିଲାର ବିକାଶକୁ ଆହୁରି ଆଗକୁ ନେବା ସହ ଅପହଞ୍ଚ ଇଲାକାରେ କିଭଳି ସରକାରଙ୍କ ଯୋଜନା ପହଞ୍ଚି ପାରିବ ଏଥିପ୍ରତି ସେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri