ସିଲେଇ ପ୍ରଶିକ୍ଷିକାରୁ ଜିଲାପରିଷଦ ଅଧ୍ୟକ୍ଷା

ସୁନ୍ଦରଗଡ଼,୧୩।୩(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ଭାବେ କୁନ୍ତୀ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ସକାଶେ ସଂରକ୍ଷିତ ଜିଲା ପରିଷଦ ପଦ ପାଇଁ ସ୍ଥାନୀୟ ବିକାଶ ଭବନଠାରେ ରବିବାର ନିର୍ବାଚନ ହୋଇଥିଲା। ଜିଲାର ୩୫ଟି ଜିଲା ପରିଷଦ ଆସନ ମଧ୍ୟରୁ ଏଥର ୩୩ଟି ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ କରିଥିଲେ। ଏପରି କି ବିଜେଡି ଜିଲା ପରିଷଦ ଗଠନ ସକାଶେ ସଂଖ୍ୟା ହାସଲ କରିଥିଲା।

ହେଲେ ଜିଲାପରିଷଦ ସଭାପତି ପଦ ପାଇଁ ବିଜେଡିର ନବନିର୍ବାଚିତ ଅନେକ ହେଭିଓ୍ବେଟ ଜିଲାପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଏହି ପଦରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟାଙ୍ଗରପାଲି ବ୍ଲକ (ଖ) ଜୋନ ଜିଲା ପରିଷଦ ସଭ୍ୟା କୁନ୍ତୀ ପ୍ରଧାନଙ୍କ ନାମ ଉପରେ ମୋହର
ମାରିଥିଲେ।

ସାଧାରଣ ପରିବାରରୁ ଆସିଥିବା ସୁନ୍ଦରଗଡ଼ର ନବନିର୍ବାଚିତା ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନଙ୍କ ଏହି ଜୟ ଯାତ୍ରା ପଛରେ ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତାରୁ ତାଙ୍କୁ ଏହି ରାଜନୈତିକ ସଫଳତା ମିଳିପାରିଛି। ଜିଲାର ଟାଙ୍ଗରପାଲି ଗ୍ରାମର କୁନ୍ତୀ ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଶିକ୍ଷା ହାସଲ କରିଥିଲେ। ହେଲେ ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଆଗକୁ ପଢି ପାରି ନ ଥିଲେ। ପରେ ସେ ସିଲେଇ ଶିଖି ଦୁଇ ପଇସା ରୋଜଗାର କରି ଆତ୍ମର୍ନିଭରଶୀଳ ହୋଇଥିଲେ।

ପରେ ସେ ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଗୋଷ୍ଠୀ ସହାୟିକା ଦାୟିତ୍ୱ ତୁଲାଇଥିଲେ। ଏପରି କି ସେ ମହିଳାମାନଙ୍କୁ ସିଲେଇ ଟ୍ରେନିଂ ଦେବା ପାଇଁ ପ୍ରଶିକ୍ଷିକା ଭାବେ ନିଯୁକ୍ତି ପାଇ ମିଶନ ଶକ୍ତି ଜିଲା ସମ୍ପାଦିକା ଦାୟିତ୍ୱ ତୁଲାଇଥିଲେ।

ଏଥିସହିତ ରାଜ୍ୟ ସରକାରଙ୍କ ଖାଦ୍ୟ ପ୍ରୁଷ୍ଟିସାର, ମୋ’ ବଗିଚା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସଫଳତାର ସହ ତାଲିମଦାତା ଭାବେ କାର୍ଯ୍ୟ ନିର୍ବାହ କରି ପ୍ରଶଂସା ସାଉଟି ଥିଲେ। ଏଥି ସହ ନିଜ ଅଞ୍ଚଳରେ କୁନ୍ତୀ ଜଣେ ସଙ୍କିର୍ତ୍ତନ ଗାୟିକା ଭାବେ ମଧ୍ୟ ପରିଚୟ ରହିଛି।

୨୦୧୨ରେ ସେ କଂଗ୍ରେସ ଟିକେଟରେ ଟାଙ୍ଗରପାଲି (କ)ଜୋନ ରୁ ଜିଲା ପରିଷଦ ସଭ୍ୟା ପାଇଁ ପ୍ରତିଦ୍ବନ୍ଦିତା କରି ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ । ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ଟିକେଟରେ ନିର୍ବାଚନ ଲଢି ଜନସାଧାରଣଙ୍କ ଆଶୀର୍ବାଦରୁ ବିଜୟୀ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିବା ସେ କହିଛନ୍ତି। ସୁନ୍ଦରଗଡ଼ ଜିଲାର ବିକାଶକୁ ଆହୁରି ଆଗକୁ ନେବା ସହ ଅପହଞ୍ଚ ଇଲାକାରେ କିଭଳି ସରକାରଙ୍କ ଯୋଜନା ପହଞ୍ଚି ପାରିବ ଏଥିପ୍ରତି ସେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri